ମୋଟିଭି ଓଡିଶା : କଳାହାଣ୍ଡି:୦୭/୦୫ : କୋକସରା ବ୍ଲକ ଆମପାଣି ଥାନା ଅନ୍ତର୍ଗତ ଆମପାଣି ଷ୍ଟେଟ ବ୍ୟାଙ୍କ ନିକଟରେ ଥିବା ନିଳାନନ୍ଦ ସେଲ ପଏଣ୍ଟ ରୁ ଗତ ଗୁରୁବାର ରାତିରେ ଜଣେ ଚୋର ସ୍କାଏ ଲାଇଟ ଫାଙ୍କରୁ ପଶି ଦୋକାନ ରେ ଥିବା ଏକ ସ୍ମାର୍ଟ ମୋବାଇଲ ଓ ୧୨ ହଜାର ଟଙ୍କା ଚୋରି ହୋଇଥିବା ନେଇ ଦୋକାନ ମାଲିକ ଆମପାଣି ଥାନା ରେ ଅଭିଯୋଗ କରିବା ସହ ଚୋରି ସମୟର ସିସି ଟିଭି ଫୁଟେଜ ମଧ୍ୟ ପୋଲିସକୁ ଦେଇଥିଲେ। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରି ଚୋରିରେ ଜଡିତ ଥିବା ସ୍ଥାନୀୟ ଶିଉନି ଗ୍ରାମ ନରିଆପଡାର ଅର୍ଜୁନ ରାଉତ(୩୦) କୁ ଗିରଫ କରି ମଙ୍ଗଳବାର କୋର୍ଟ ଚାଲାଣ କରିଛି ଓ ଆମପାଣି ଥାନାରେ ଚୋରି ମାମଲା ନେଇ କେଶ ନମ୍ବର ୩୬/୨୪ ହୋଇଥିବା ନେଇ ଥାନା ଅଧିକାରୀ ଗଙ୍ଗାଧର ମେହେର ସୂଚନା ଦେଇଛନ୍ତି।
More Stories
ପୂର୍ବତନ ସେନା କର୍ମଚାରୀଙ୍କ ଜଘନ୍ୟ କାଣ୍ଡ ।
ଛତିଶଗଡ଼ରେ ସୁରକ୍ଷାକର୍ମୀଙ୍କ ବଡ଼ ଅପରେସନ୍ ।
ଶିରୁଳି ମହାବୀର ମନ୍ଦିରରୁ ଚୋରି ।