MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ପୁରୀରେ ଶୃଙ୍ଖଳିତ ତଥା ସୁରକ୍ଷିତ ରଥଯାତ୍ରା ପାଇଁ ମକଡ୍ରିଲ୍

ମୋ ଟିଭି ଓଡିଶା / ପୁରୀ :

ପୁରୀ ଟାଉନ ଥାନା ଇଣ୍ଟିଗ୍ରେଟେଡ କଣ୍ଟ୍ରୋଲ ରୁମରେ ରଥଯାତ୍ରା ପାଇଁ ମକଡ୍ରିଲ୍। ଶୃଙ୍ଖଳିତ ତଥା ସୁରକ୍ଷିତ ରଥଯାତ୍ରା ପାଇଁ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ବୟ କିଭଳି ରହିବ ସେନେଇ ମକଡ୍ରିଲ କରାଯାଇଛି। ଏନଡିଆରଏଫ, ଓଡ୍ରାଫ, ଅଗ୍ନିଶମ, ମେଡିକାଲ, ପୋଲିସ, ପରିବହନ, ଆମ୍ବୁଲାନ୍ସ ,ସ୍ବେଚ୍ଛାସେବୀ ସଙ୍ଗଠନ ଓ ଅନ୍ୟାନ୍ୟ ବିଭାଗ ମକଡ୍ରିଲ୍ରେ ସାମିଲ୍ ହୋଇଛନ୍ତି। ମକଡ୍ରିଲ୍ ରେ ଜିଲ୍ଲାପାଳ ଓ ଏସପି ମଧ୍ୟ ଉପସ୍ଥିତ ଅଛନ୍ତି। ଲକ୍ଷାଧିକ ଭକ୍ତଙ୍କ ଭିଡରେ କିଭଳି ଅପ୍ରୀତିକର ପରିସ୍ଥିତି ମୁକାବିଲା କରିହେବ ସେନେଇ ଟାଉନଥାନା ସମ୍ମୁଖରେ ମକଡ୍ରିଲ୍ ଆରମ୍ଭ ହୋଇଛି। ଦଳାଚକଟା ହେଉ କିମ୍ବା ଭିଡ ଭିତରେ ଭକ୍ତମାନେ କିଭଳି ଅଣନିଶ୍ବାସୀ ନହୁଅନ୍ତୁ ସେନେଇ ଅଭ୍ୟାସ ଆରମ୍ଭ ହୋଇଛି। କିଛି ଅପ୍ରୀତିକର ପରିସ୍ଥିତି ଉପୁଜିଲେ କିଭଳି ତୁରନ୍ତ ମୁକାବିଲା କରିହେବ ସେନେଇ ଓଡ୍ରାଫ,ଏନଡିଆରଏଫ୍ ଟିମ୍ ମାନଙ୍କ ତରଫରୁ ଡେମୋ କରାଯାଉଛି ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।