MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଆସନ୍ତାକାଲି ଓଡିଶା ଆସିବେ ମୋଦି, ପ୍ରଧାନମନ୍ତ୍ରୀଙ୍କ ୩ ଦିନିଆ ଗସ୍ତ କାର୍ଯ୍ୟସୂଚୀ

ଡିଜିପି ସମ୍ମିଳନୀରେ ସାମିଲ ହେବା ପାଇଁ ୩ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ । ଶୁକ୍ରବାର ଅପରାହ୍ନ ୪.୨୦ ମିନିଟରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ ।

ଆସନ୍ତାକାଲି ୩ ଦିନିଆ ଓଡିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ । ଶୁକ୍ରବାର ଅପରାହ୍ନ ୪. ୨୦ ମିନିଟରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟସୂଚୀ ପ୍ରକାଶ ପାଇଛି । ପ୍ରଧାନମନ୍ତ୍ରୀ ଡିଜିପି ସମ୍ମିଳନୀରେ ସାମିଲ ହେବେ । ଏହାପରେ ୪. ୩୦ରେ ବିମାନବନ୍ଦର ପାଖରେ ଏକ ସଭାରେ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି । ସଭାରୁ ଶେଷ ପରେ ପ୍ରଧାନମନ୍ତ୍ରୀ ସିଧାସଳଖ ରାଜଭବନ ଯିବେ ।

ପ୍ରଧାନମନ୍ତ୍ରୀଙ୍କ ସ୍ୱାଗତ ପାଇଁ ବିମାନବନ୍ଦରରୁ ରାଜଭବନ ପର୍ଯ୍ୟନ୍ତି ରାସ୍ତାର ଉଭୟ ପାର୍ଶରେ ଜନତା ଉପସ୍ଥିତ ରହିବେ । ୬. ୩୦ରେ ରାଜଭବନରୁ ରାଜ୍ୟ କାଯ୍ୟଳୟରେ ଆସିବେ । ରାଜ୍ୟ କାଯ୍ୟଳୟରେ ୨ ଘଣ୍ଟା ପର୍ଯନ୍ତ ସାଂସଦ, ମନ୍ତ୍ରୀ, ବିଧାୟକ ଏବଂ ବରିଷ୍ଠ କାଯ୍ୟକର୍ତାଙ୍କ ସହ ଆଲୋଚନା କରିବେ । ଏହାପରେ ପୁନର୍ବାର ରାଜଭବନ ଫେରିଯିବେ ପ୍ରଧାନମନ୍ତ୍ରୀ ।

ପ୍ରଧାନମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟସୂଚୀ-

  • ଶୁକ୍ରବାର ଅପରାହ୍ନ 4ଟା 20ରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ
  • 4:30ରେ ବିମାନବନ୍ଦର ପାଖରେ ଏକ ସାଧାରଣ ସଭାରେ ଉଦବୋଧନ କାର୍ଯ୍ୟକ୍ରମ
  • ଅପରାହ୍ନ 5ଟା 15ରେ ପ୍ରଧାନମନ୍ତ୍ରୀ ରାଜଭବନରେ ପହଞ୍ଚିବେ
  • 6:30ରେ ରାଜଭବନରୁ ରାଜ୍ୟ କାଯ୍ୟଳୟରେ ଆସିବେ ମୋଦି
  • ରାଜ୍ୟ କାର୍ଯ୍ୟାଳୟରେ ଦୁଇ ଘଣ୍ଟା ରହିବେ
  • 8ଟା 30ରେ ରାଜ୍ୟ କାର୍ଯ୍ୟାଳୟରୁ ବାହାରି ରାଜଭବନ ଯିବେ ମୋଦି
  • ନଭେମ୍ବର 30 ତାରିଖ ପୂର୍ବାହ୍ନ 8ଟା 30ରୁ ରାତି 8ଟା ପର୍ଯ୍ୟନ୍ତ ଡିଜିପି ସମ୍ମିଳନୀରେ ଯୋଗଦେବେ
  • ଏହାପରେ ସିଧାସଳଖ ରାଜଭବନ ଯିବେ ମୋଦି
  • ଡିସେମ୍ବର 1 ତାରିଖ ପୂର୍ବାହ୍ନ 8 ଟା 30ରେ ଡିଜିପି ସମ୍ମିଳନୀରେ ଯୋଗଦେବେ
  • ଅପରାହ୍ନ 4ଟା 15 ପର୍ଯ୍ୟନ୍ତ କନ୍‌ଭେନସନ ସେଣ୍ଟରଠାରେ ରହିବେ
  • ଅପରାହ୍ନ 4ଟା 30ରେ ଭୁବନେଶ୍ୱର ବିମାନବନ୍ଦରରୁ ଦିଲ୍ଲୀ ଫେରିଯିବେ ପ୍ରଧାନମନ୍ତ୍ରୀ

ଏହାକୁ ନେଇ ବିଜେପି ଉପସଭାପତି ଗୋଲୋକ ମହାପାତ୍ର କହିଛନ୍ତି, “ରାଜ୍ୟରେ ଯେତେବେଳେ ବିଜେପି ସରକାର ନଥିଲା ସେତେବେଳେ ମଧ୍ୟ ଓଡିଶାକୁ ବିକାଶ କରୁଥିଲେ କେନ୍ଦ୍ର ସରକାର । ଏବେ ଯେହେତୁ ରାଜ୍ୟରେ ମଧ୍ୟ ବିଜେପି ସରକାର ଆସିଛି ଯେତେ ରାଜ୍ୟର ଅଧିକ ବିକାଶଶୀଳ କରିବା ପାଇଁ ଫୋକସ କରାଯାଉଛି । ଏହାସହ ରାଜ୍ୟ ସରକାରଙ୍କ ଅନେକ ଜନହିତକାରୀ ଯୋଜନା ସମ୍ପର୍କରେ ମଧ୍ୟ ପ୍ରଧାନମନ୍ତ୍ରୀ ଆଲୋଚନା କରିବେ ।”

ସେହିପରି ମୋଦିଙ୍କ ଗସ୍ତ ନେଇ ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତମର କହିଛନ୍ତି, “ବିଧାୟକ ଓ ସାଂସଦ ମାନଙ୍କୁ ମାର୍ଗ ଦର୍ଶ ଦେବେ ପ୍ରଧାନମନ୍ତ୍ରୀ । ଏୟାରପୋର୍ଟରେ ସାଧାରଣ ସଭା ଏହାପରେ ରାଜଭବନ ପରେ ପାର୍ଟି ଅଫିସରେ ବୈଠକ କରିବେ । ସାଂସଦ ଓ ବିଧାୟକ ମାନେ ଏଥିରେ ଉପସ୍ଥିତ ରହିବେ । ସାଙ୍ଗଠନିକ କାର୍ଯ୍ୟକ୍ରମ ଏବେ ଦଳରେ ଚାଲୁ ରହିଛି । ରାଜ୍ୟ କାର୍ଯ୍ୟାଳୟରେ ୩୦ ତାରିଖରେ ମଧ୍ୟ ସାଙ୍ଗଠନିକ କର୍ମଶାଳା ରହିଛି ।”

ବିଜେପି ଏକାକୀ ରାଜ୍ୟରେ ପ୍ରଥମ ଥର ଲାଗି ସରକାର ଗଠନ କରିବା ପରେ ମୋଦି ୨ୟ ଥର ଲାଗି ୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ଦ୍ୱିତୀୟ ଦିନ ଅର୍ଥାତ ୩୦ ତାରିଖ ଦିନ ରାଜ୍ୟରେ ପ୍ରଥମ ଥର ପାଇଁ ଅନୁଷ୍ଠିତ ହେବାକୁ ଥିବା ପୋଲିସ ଡିଜି ସମ୍ମିଳନୀରେ ଯୋଗଦେବେ । ଡିସେମ୍ବର ୧ ତାରିଖ ଦିନ ପ୍ରଧାନମନ୍ତ୍ରୀ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ ।

ମୋ ଟିଭି ଓଡିଶା, ଭୁବନେଶ୍ୱର

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।