ମୋ ଟିଭି ଓଡିଶା / କଳାହାଣ୍ଡି : ୨୨/୦୬
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଗୋଷ୍ଠି ଶିକ୍ଷା ବିଭାଗ ସିଉନୀ କେନ୍ଦ୍ର ପ୍ରାଥମିକ ବିଦ୍ୟାଳୟ ଠାରେ ଚଳିତ ଶିକ୍ଷାବର୍ଷର ପ୍ରଥମ ମାସିକ ସହଭାଗିତା ବୈଠକ। ଆମପାଣି ସିଆରସିସି କେଦାର ନାଏକ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ରୂପେ କଳାହାଣ୍ଡି ଡିଆଇଟି ଅଧ୍ୟକ୍ଷ ଦେଶବନ୍ଧୁ ସାହୁ ଯୋଗଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ କୋକସରା ଗୋଷ୍ଠୀ ଶିକ୍ଷାଧିକାରିଣୀ ରସ୍ମିତା ନେତାମ୍ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀଶିକ୍ଷାଧିକାରୀ ତୋଫାନ ମାଝୀ,ଆଲୋରାଣୀ ହଲଦାର୍ ଯୋଗ ଦେଇଥିଲେ। ଆର.ପି ଭାବେ କନ୍ଦାଗଡ ଉଚ୍ଚ ପ୍ରଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରମୋଦ କୁମାର ପୁରୋହିତ ଏବଂ ଗିରିଶ ଚନ୍ଦ୍ର ସରାବୁ ଦାୟିତ୍ବ ତୁଲାଇଥିଲେ । ମାସିକ ସହଭାଗିତା ବୈଠକ କୁ ମଞ୍ଚ ପରିଚାଳନା ଶିକ୍ଷକ ଈଶ୍ବରୀ ପ୍ରସାଦ ଅଗସ୍ତି କରିଥିବା ବେଳେ ଆମପାଣି କ୍ଲଷ୍ଟର ଅନ୍ତର୍ଗତ ସମସ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ ସହକାରୀ ଶିକ୍ଷକ ଯୋଗଦାନ କରିଥିଲେ।
More Stories
ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ।
ଆମପାଣି ସରକାରୀ ଏସ୍ଏସଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୭୫ ତମ ବାର୍ଷିକ ଉତ୍ସବ ପାଳିତ।
୨୭ ତମ ବାର୍ଷିକ ଉତ୍ସବ ଓ ନବକୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ ଉଦଯାପିତ : ଶତାଧିକ ଗାୟତ୍ରୀ ଭକ୍ତଙ୍କ ସମାଗମ