MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ବାଲିଗୁଡା ବ୍ରାହ୍ମଣ ସମାଜ ର ମାସିକ ବୈଠକ


ବାଲିଗୁଡା, (ମୋ ଟିଭି ଓଡିଶା/ସଞ୍ଜୟ କୁମାର ପାଣିଗ୍ରାହୀ):

କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ମା ‘ଦକ୍ଷିଣ କାଳୀ ମନ୍ଦିର ପରିସର ମଧ୍ୟରେ ରବିବାର ଅପରାହ୍ନରେ ବ୍ରାହ୍ମଣ ସମାଜର ଏକ ମାସିକ ବୈଠକ ସଭାପତି ଚିନ୍ତାମଣି ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ସମ୍ପାଦକ କାଳିନ୍ଦୀ ଚରଣ ପଣ୍ଡା ଓ କୋଷାଧକ୍ଷ ପବିତ୍ର ମୋହନ ପାଢ଼ୀଙ୍କ ସମେତ ଶତାଧିକ ବ୍ରାହ୍ମଣ ପରିବାର ଉପସ୍ଥିତ ରହି ସମାଜ ତରଫରୁ ବ୍ରାହ୍ମଣ ପିଲାଙ୍କୁ ବ୍ରତୋପନୟନ କରିବା ପାଇଁ ନିଷ୍ପତି ନିଆଯିବା ସହ ଇଛୁକ ଗରିବ ବ୍ରାହ୍ମଣ ପରିବାର ସମାଜ ସହ ଯୋଗାଯୋଗ କରିପାରିବେ, ଅଞ୍ଚଳରେ ଥିବା ପ୍ରତ୍ୟେକ ବ୍ରାହ୍ମଣ ପରିବାର ନିଜ ସାହି ର ନୂତନ ସଦସ୍ୟତା ସଂଗ୍ରହ କରିବା ପାଇଁ ଦୁଇ ଜଣିଆ ଟିମ ଗଠନ କରି ଦାୟିତ୍ୱ ପ୍ରଦାନ କରାଗଲା l

ସମାଜ ତରଫରୁ ପ୍ରତ୍ୟେକ ମାସ ଶେଷ ରବିବାର ଦିନ ମାସିକ ବୈଠକ ଅନୁଷ୍ଠିତ ହେଉଛି l ଏଣୁ ଏଥିରେ ଅଞ୍ଚଳ ର ସମସ୍ତ ବ୍ରାହ୍ମଣ ପରିବାର ଉପସ୍ଥିତ ରହି ନିଜ ନିଜର ସୁଚିନ୍ତିତ ମତାମତ ପ୍ରଦାନ କରିବା ପାଇଁ ଆଲୋଚନା କରାଯାଇଥିଲା l ସମାଜର ପରବର୍ତ୍ତୀ ମାସିକ ବୈଠକ ସେପ୍ଟେମ୍ବର ମାସ ୨୯ ତାରିଖ ରବିବାର ଦିନ ୩ ଘଣ୍ଟ ସମୟରେ ସ୍ଥାନୀୟ ଅଞ୍ଚଳର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଶିକ୍ଷା ନିକେତନର ସଭା ଗୃହ ପରିସର ମଧ୍ୟରେ କରାଯିବା ପାଇଁ ଏହି ବୈଠକରେ ନିଷ୍ପତି ନିଆଯାଇଥିଲା l ଶେଷରେ ସଭାପତି ଶ୍ରୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ l

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।