ଦାରିଙ୍ଗବାଡି, ୧୩/୪( ସୁଶାନ୍ତ କୁମାର ସାହୁ)
ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ବୁଡ଼ାଗୁଡାପଞ୍ଚାୟତ ସରକାରୀ ଉଚ୍ଚବିଦ୍ୟାଳୟରେ ବୁକ୍ସ୍ତରୀୟ ଉଚ୍ଚବିଦ୍ୟାଳୟ ପ୍ରଧାନଶିକ୍ଷକ, ଶିକ୍ଷୟିତ୍ରୀଙ୍କ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏବିଇଓ ଗୋକୁଳ ଚନ୍ଦ୍ର ନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିବା ବୈଠକରେ ପରୀକ୍ଷା ପରବର୍ତୀ ଛାତ୍ରଛାତ୍ରୀଙ୍କ ନାମଲେଖା, ପାଠ୍ୟଦାନ, ବ୍ୟକ୍ତିଙ୍କ, ହାଉସ୍ ଗଠନ ଭୂମିକା, ପାଠଛାଡ଼ି ଯାଇଥିବା
ଛାତ୍ରଛାତ୍ରୀଙ୍କୁ କିପରି ବିଦ୍ୟାଳୟକୁ ଫେରାଇ ଅଣାଯିବ ସେ ସଂପର୍କରେ ଆଲୋଚନା କରିଥିଲେ। ଏଥିରେ ବ୍ଲକ୍ର ୨୫ଟି ଉଚ୍ଚବିଦ୍ଯାଳୟର ପ୍ରଧାନଶିକ୍ଷକ ଓ ଶିକ୍ଷୟିତ୍ରୀ ଯୋଗ ଦେଇ ଆଲୋଚନା କରିଥିଲୋ। କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ବୁୂଡ଼ାଗୁଡ଼ା ଉଚ୍ଚବିଦ୍ଯାଳୟର ପ୍ରଧାନଶିକ୍ଷକ ଶ୍ୟାମମୁନ୍ଦର ସାହୁଙ୍କ ନେତୃତ୍ବରେ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ସହଯୋଗ କରିଥିଲେ।
ପରୀକ୍ଷା ସରିବା ପରେ ପ୍ରଧାନ ଶିକ୍ଷକଙ୍କ ମାସିକ ବୈଠକ

More Stories
ନଳକୂପ ଅଚଳ : ଚୁଆପାଣି ପିଉଛନ୍ତି ପାଇବରସାହି ଗ୍ରାମବାସୀ
ବଢ଼ିଲା ଆଶିଷଙ୍କ ସମସ୍ୟା, କୁଟ୍ଟେଙ୍କୁ ଆଶ୍ବସ୍ତି…..
ଚିକିତ୍ସା ପାଇଁ ‘ଆଭା ଆଇଡି’ ବାଧ୍ୟତାମୂଳକ