MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ପାର୍ବଣ ସମୟରେ ଯାତ୍ରୀ ଭିଡକୁ ଏଡ଼ାଇବା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ଅଧିକ ବିଶେଷ ଟ୍ରେନ |

ମୋ ଟିଭି ଓଡିଶା / ଭୁବନେଶ୍ୱର, 5 ଅକ୍ଟୋବର 2024

  • ନିୟମିତ ଟ୍ରେନ୍ ମାନଙ୍କରେ ପ୍ରତିକ୍ଷ୍ୟା ଶୁଚି ଦେଖାଦେଲେ ଲୋକମାନେ ସ୍ୱତନ୍ତ୍ର ଟ୍ରେନ୍ ମାନଙ୍କରେ ଟିକେଟ ବୁକ୍ କରିବାକୁ ପରାମର୍ଶ |
  • ସମସ୍ତ ଦିଗରେ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରାଯାଉଅଛି |
  • ସମ୍ପୂର୍ଣ୍ଣ ପୂଜା ଏବଂ ଦୀପାବଳୀ ଛୁଟିଦିନ ସମୟରେ ସ୍ୱତନ୍ତ୍ର ଟ୍ରେନ ଚଳାଚଳ |

ପାର୍ବଣ ସମୟରେ ଟ୍ରେନ ଯାତ୍ରୀଙ୍କ ଚାହିଦାକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ଦ୍ୱାରା ଦେଶର ବିଭିନ୍ନ ଗନ୍ତବ୍ୟ ସ୍ଥଳକୁ ଯାତାୟାତ ପାଇଁ ପୂଜା ସ୍ପେଶାଲ ଟ୍ରେନ୍ ଚଳାଚଳର ଯୋଜନା କରାଯାଇଛି, ଯାହା ନଭେମ୍ବର 2024 ର ଶେଷ ସପ୍ତାହ ପର୍ଯ୍ୟନ୍ତ ଚଳାଚଳ କରିବ | ଏହି ପଦକ୍ଷେପରେ ପୂର୍ବତଟ ରେଳପଥ ଯାତ୍ରୀମାନଙ୍କ ସୁବିଧାଜନକ ଯାତ୍ରା ବିକଳ୍ପ ସୁନିଶ୍ଚିତ କରିବା ଲକ୍ଷ୍ୟରେ ପୂଜା ଛୁଟି ସମୟରେ 5 ଲକ୍ଷ 32 ହଜାରରୁ ଅଧିକ ଅତିରିକ୍ତ ଯାତ୍ରୀ ପରିବହନ ପାଇଁ ଲକ୍ଷ୍ୟ ରଖିଛି |

ପୂର୍ବତଟ ରେଳପଥ ପରିସୀମା ମଧ୍ୟରୁ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନ ମାନଙ୍କରୁ ଦେଶର ବିଭିନ୍ନ ପ୍ରଣତାକୁ ପ୍ରାୟ 27 ଯୋଡି ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରାଇବାର ଯୋଜନା କରିଛି | ଏହା ବ୍ୟତୀତ, ଅତିରିକ୍ତ ଭାବରେ ଆହୁରି ୧୪ ଯୋଡ଼ା ସ୍ୱତନ୍ତ୍ର ଟ୍ରେନ୍ ପୂର୍ବତଟ ରେଳପଥ ପରିସୀମା ମଧ୍ୟଦେଇ ଦେଶର ବିଭିନ୍ନ ପ୍ରଣତାକୁ ମଧ୍ୟ ଚଳାଚଳ କରି ଯାତ୍ରୀ ଭିଡ଼ ସମୟରେ ରେଳ ସଂଯୋଗକୁ ବୃଦ୍ଧି କରୁଅଛି ଯାହାକି ଏହି ଉଚ୍ଚ ଯାତ୍ରୀ ଚାହିଦା ନିୟମିତ ଟ୍ରେନ୍ ସେବା ଉପରେ ଭାର ହ୍ରାସ କରିବ | ମୋଟାମୋଟି ଭାବେ, 1134 ଟ୍ରିପ ସ୍ୱତନ୍ତ୍ର ଟ୍ରେନ ପୂଜା ଉତ୍ସବ ସମୟରେ ଚଳାଚଳ କରିବ |

ଜାତୀୟ ଟ୍ରେନ୍ ଇନକ୍ୱାରୀ ସିଷ୍ଟମ୍ (NTES), ପୂର୍ବତଟ ରେଳପଥ (ଇଷ୍ଟକୋଷ୍ଟ ରେଲୱେ) ସୋସିଆଲ୍ ମିଡିଆ ପ୍ଲାଟଫର୍ମ, ରେଳ ଷ୍ଟେସନରେ ଥିବା PRS କାଉଣ୍ଟର (ଅନୁସନ୍ଧାନ କେନ୍ଦ୍ର) ଭଳି ବିଭିନ୍ନ ମାଧ୍ୟମରେ ଏହି ସ୍ୱତନ୍ତ୍ର ଟ୍ରେନର କାର୍ଯ୍ୟସୂଚୀ ଏବଂ ଉପଲବ୍ଧତା ସମ୍ବନ୍ଧରେ ଅବଗତ ହେବାପାଇଁ ରେଳ ଯାତ୍ରୀମାନଙ୍କୁ କୁହାଯାଇଅଛି ଯାହାକି ଏକ ସୁଗମ ଏବଂ ଅସୁବିଧାମୁକ୍ତ ଭ୍ରମଣ ଅଭିଜ୍ଞତା ସୁନିଶ୍ଚିତ କରିବାକୁ ଏହି ମାଧ୍ୟମ ଗୁଡିକ ସଠିକ ସୂଚନା ପ୍ରଦାନ କରିବ |

ପୂର୍ବତଟ ରେଳପଥ ଏହାର ଯାତ୍ରୀମାନଙ୍କ ପାଇଁ ସୁବିଧାଜନକ ତଥା ଦକ୍ଷ ସେବା ଯୋଗାଇବା ପାଇଁ ପ୍ରତିବଦ୍ଧ ରହିଥାଏ, ବିଶେଷ ଭାବେ ପୂଜା ଋତୁରେ ଯେତେବେଳେ ଯାତ୍ରା ଚାହିଦା ମାତ୍ରାଧିକ ଥାଏ |

ସ୍ୱତନ୍ତ୍ର ଟ୍ରେନ୍ ଭୁବନେଶ୍ୱରରୁ ଧାନବାଦ୍ (ଝାଡ଼ଖଣ୍ଡ) ଏବଂ ଯଶୋବନ୍ତପୁର (ବାଙ୍ଗାଲୋର) ଅଭିମୁଖେ; ପୁରୀରୁ ପାଟନା (ବିହାର), ନିଜାମୁଦ୍ଦିନ (ଦିଲ୍ଲୀ), ଉଧନା (ସୁରଟ-ଗୁଜୁରାଟ), ଗ୍ୱାଲିୟର (ମଧ୍ୟ ପ୍ରଦେଶ), କୋଲକାତା, ସାନ୍ତ୍ରାଗାଛି, ଶାଲିମାର (ପଶ୍ଚିମ ବଙ୍ଗ) ଏବଂ ଭଞ୍ଜପୁର (ବାରିପଦା) ଅଭିମୁଖେ; ସମ୍ବଲପୁରରୁ ଏରୋଡ (କେରଳ) ଅଭିମୁଖେ; ବିଶାଖାପାଟନମ୍ ଠାରୁ ସିକନ୍ଦରାବାଦ, ବେଙ୍ଗାଲୁରୁ, ତିରୁପତି, ଚେନ୍ନାଇ, କୋଲାମ (କେରଳ), ଶାଲିମାର ଏବଂ ଆରାକୁ ଅଭିମୁଖେ ଚଳାଚଳ କରିବାକୁ ଥିବାବେଳେ ବ୍ରହ୍ମପୁର ରୁ ନାନ୍ଦେଡ (ମହାରାଷ୍ଟ୍ର), ସିକନ୍ଦରାବାଦ, ସୁରଟ(ଗୁଜୁରାଟ); ଶ୍ରୀକାକୁଲମ୍ ଠାରୁ ସିକନ୍ଦରାବାଦ ଏବଂ ତିରୁପତି ଅଭିମୁଖେ ଏବଂ କଟକରୁ ହାଇଦ୍ରାବାଦ ଅଭିମୁଖେ ଚଳାଚଳ କରୁଛି |

ପୂର୍ବତଟ ରେଳପଥ ପରିସୀମା ମଧ୍ୟରୁ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନ ମାନଙ୍କରୁ ଦେଶର ବିଭିନ୍ନ ପ୍ରାନ୍ତକୁ ଚଳାଚଳ ସ୍ୱତନ୍ତ୍ର ଟ୍ରେନ୍ ଗୁଡିକ ହେଉଛି …

  • ଭୁବନେଶ୍ୱରରୁ ଧାନବାଦ୍ (ଝାଡ଼ଖଣ୍ଡ) ଏବଂ ଯଶୋବନ୍ତପୁର (ବାଙ୍ଗାଲୋର),
  • ପୁରୀରୁ ପାଟନା (ବିହାର), ନିଜାମୁଦ୍ଦିନ (ଦିଲ୍ଲୀ), ଉଧନା (ସୁରଟ-ଗୁଜୁରାଟ), ଗ୍ୱାଲିଅର (ମଧ୍ୟ ପ୍ରଦେଶ), କୋଲକାତା, ସାନ୍ତ୍ରାଗାଛି, ଶାଲିମାର (ପଶ୍ଚିମ ବଙ୍ଗ) ଏବଂ ଭଞ୍ଜପୁର (ବାରିପଦା),
  • ସମ୍ବଲପୁରରୁ ଏରୋଡ (କେରଳ),
  • ବିଶାଖାପାଟନମ୍ ଠାରୁ ସିକନ୍ଦରାବାଦ, ବେଙ୍ଗାଲୁରୁ, ତିରୁପତି, ଚେନ୍ନାଇ, କୋଲାମ (କେରଳ), ଶାଲିମାର ଏବଂ ଆରାକୁ,
  • ବ୍ରହ୍ମପୁର ରୁ ନାନ୍ଦେଡ (ମହାରାଷ୍ଟ୍ର), ସିକନ୍ଦରାବାଦ, ସୁରଟ(ଗୁଜୁରାଟ),
  • ଶ୍ରୀକୁକୁଲମ୍ ରୁ ସିକନ୍ଦରାବାଦ ଏବଂ ତିରୁପତି,
  • କଟକରୁ ହାଇଦ୍ରାବାଦ |

ଦୁର୍ଗା ପୂଜା, ଦୀପାବଳୀ ଏବଂ ଛଟ ପୂଜା ସମୟରେ ଲୋକପ୍ରିୟ ଗନ୍ତବ୍ୟସ୍ଥଳକୁ ଯାତାୟାତ କରିବାକୁ ଥିବା ଯାତ୍ରୀମାନଙ୍କୁ ଏହି ସ୍ୱତନ୍ତ୍ର ଟ୍ରେନ୍ ଅତିରିକ୍ତ ସୁବିଧା ଯୋଗାଇବ ଯାହାକି ସମସ୍ତେ ସୁବିଧାରେ ଏବଂ ନିରାପଦରେ ଠିକ୍ ସମୟରେ ନିଜ ନିଜର ଗନ୍ତବ୍ୟ ସ୍ଥଳରେ ପହଞ୍ଚି ପାରିବେ |

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।