January 8, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଜଣ୍ଡିସ ରୋଗରେ ୨୦୦ରୁ ଉର୍ଦ୍ଧ୍ ଲୋକ ଆକ୍ରାନ୍ତ

ଜଣ୍ଡିସ ରୋଗରେ ୨୦୦ରୁ ଉର୍ଦ୍ଧ୍ ଲୋକ ଆକ୍ରାନ୍ତ ,୫୦ରୁ ଅଧିକା ସ୍କୁଲ ପିଲା ଏବଂ ଶିଶୁ ଆକ୍ରାନ୍ତ।ଚାନ୍ଦପୁର ଅଞ୍ଚଳର ଜଣେ ମହିଳା ମୃତ।

ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ୍ ଅଧୀନସ୍ଥ କନ୍ଧନୟାଗଡ଼, ଚାନ୍ଦପୁର ସମେତ ଜେମାଦେଇପୁର ଅଞ୍ଚଳରେ ଦୃତ ଭାବେ ବ୍ୟାପୁଛି ଚାଲିଛି ଜଣ୍ଡିସ। ଜଣ୍ଡିସ ରୋଗରେ ଦୁଇଟି ଯାକ ପଂଚାୟତର ୨୦୦ରୁ ଉର୍ଦ୍ଧ୍ ଆକ୍ରାନ୍ତ ହୋଇଥିବା ବେଳେ ୫୦୦ରୁ ଅଧିକା ସ୍କୁଲ ପିଲା ଙ୍କ ସହିତ ଛୋଟ ଶିଶୁ ମଧ୍ୟ ଆକ୍ରାନ୍ତ। ଜଣେ ମହିଳାଙ୍କର ହୋଇଛି ମୃତ୍ୟୁ । ସ୍ଥାନୀୟ ଲୋକମାନେ ଏନେଇ ଭୟଭୀତ ଅବସ୍ଥାରେ।


ବହୁ ବିଳମ୍ବରେ ଚେହିଁ ଉଠିଛି ସ୍ୱାସ୍ଥ୍ୟ ବିଭାଗ। ଗାଁ ରେ ପହଞ୍ଚି ଲୋକଙ୍କର ରକ୍ତ ନମୁନା ସହ କୂଅ ପୋଖରୀ, ପାଇପ ପାଣିର ମଧ୍ଯ ନମୁନା ସଂଗ୍ରହ କରୁଛି । କନ୍ଧନୟାଗଡ଼, ଚାନ୍ଦପୁର, ଜେମାଦେଇପୁର ଗାଁ ରେ ବ୍ୟାପିଲାଣି ଜଣ୍ଡିସ ରୋଗ। ଗାଁ ନଳକୂପ ଚାରିପଟେ ଅନବନା ଘାସବୁଦା, ମେଲଣ ପଡିଆ ରାସ୍ତା ପାର୍ଶ୍ବରେ କୁଡକୁଡ ଅଳିଆ ଆବର୍ଜ୍ଜନା। ସେପଟେ ଗ୍ରାମ୍ ମଝିରେ ଚାଲିଛି ସ୍ବାସ୍ଥ୍ୟ ବିଭାଗର ପକ୍ଷ ରୁ ପରୀକ୍ଷା ନିରୀକ୍ଷା ସହ ରକ୍ତ ନମୁନା ଓ ଜଳର ନମୁନା ସଂଗ୍ରହ କାର୍ଯ୍ୟ। ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଟିମ ରେ ଅଛନ୍ତି ଜିଲ୍ଲା ମୁଖ୍ୟ ଜନ ସ୍ଵାସ୍ଥ୍ୟ ଅଧିକାରୀ ତାଙ୍କ ସହ ଅଛନ୍ତି ମାଇକ୍ରୋ ବାଇଓ ଲୋଜିଷ୍ଟ ; ଲାବ ଟେକନସିଆନ, ସ୍ବାସ୍ଥ୍ୟ କର୍ମୀ, ଆଶା ଓ ଅଙ୍ଗନବାଡ଼ି ଦିଦି ।

ଜଣ୍ଡିସ ଆତଙ୍କ ଏ ଅଞ୍ଚଳରେ ଦିନେ କି ଦୁଇ ଦିନ ରେ ବ୍ୟାପିନାହିଁ। ବହୁଦିନ ଧରି ଏହା ଜଣ୍ଡିସ ରେ ପ୍ରାୟ ୨୦୦ ରୁ ଉର୍ଦ୍ଧ ଶିଶୁ ମହିଳା ଓ ପୁରୁଷ ଆକ୍ରାନ୍ତ ହୋଇ ବିଭିନ୍ନ ସ୍ଥାନରେ ଚିକିଶ୍ଚିତ ହେଉଛନ୍ତି । ପାନୀୟ ଜଳ ରୁ ଏହି ଜଣ୍ଡିସ ରୋଗ ବ୍ୟାପୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଆଜି ଚାଲିଗଲା ଜଣ୍ଡିସ ରୋଗ ଆକ୍ରାନ୍ତ ଚାନ୍ଦପୁର ଅଞ୍ଚଳର ଜଣେ ମହିଳାଙ୍କ ଜୀବନ। ମୃତ ମହିଳାଙ୍କ ନାମ ପୁଷ୍ପା ସାହୁ ବୟସ ୩୦ । ତୁରନ୍ତ ସ୍ୱାସ୍ଥ୍ୟ ବିଭାଗ ଏହି ଘଟଣାକୁ ଗୁରୁତର ସହ ନେଇ ଉତ୍ତମ ଚିକିତ୍ସା ପାଇଁ ସ୍ଥାନୀୟ ଜନସାଧାରଣ ଅନୁରୋଧ କରିଛନ୍ତି।

ମୋ ଟିଭି ଓଡିଶା, ନୟାଗଡ

Latest news
ଆଜିଠାରୁ ତିନି ଦିନିଆ ଜାତୀୟ ପ୍ରବାସୀ ଭାରତୀୟ ଦିବସ । ସମସ୍ତଙ୍କ ସୁରକ୍ଷା ଓ ନିରାପଦକୁ ଦୃଷ୍ଟି ଦିଆଯାଉଛି ବୋଲି କହିଲ... ପ୍ରବାସୀ ଭାରତୀୟ ସମ୍ମେଳନ: ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱର ଯୁବକଙ୍କୁ ବୀଭତ୍ସ ହତ୍ୟା । ଇସ୍ରୋର ନୂଆ ଅଧ୍ୟକ୍ଷ ହେଲେ ଭି.ନାରାୟଣନ । ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଦିଲ୍ଲୀର ରାଷ୍ଟ୍ରୀୟ ସ୍ମୃତି ପରିସରରେ ନିର୍ମାଣ ହେବ ଦିବଙ୍ଗତ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସମାଧି । ଆଜିଠୁ ଆରମ୍ଭ ହେଉଛି ପ୍ରବାସୀ ଭାରତୀୟ ଦିବସ। ଏକକାଳୀନ ୧୪୮ଜଣ ବରିଷ୍ଠ ଓଏଏସ୍ ଅଫିସରଙ୍କୁ ବଦଳି । ପୁଣି ବାଘକୁ ନେଇ ମୁହାଁମୁହିଁ ଓଡ଼ିଶା ପଶ୍ଚିମବଙ୍ଗ। ୪-୫ଦିନ ମଧ୍ୟରେ ଚାଷୀଙ୍କୁ ମିଳିବ କ୍ଷତିପୂରଣ ରାଶି ।