February 24, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ସଡକ ଦୁର୍ଘଟଣା ୩୦ ଫୁଟ ତଳକୁ ଖସିଲା ମା, ପୁଅ ଗୁରୁତ୍ତର।


ମୋ ଟିଭି ଓଡିଶା / ଖୋର୍ଦ୍ଧା : ୧୬ ନମ୍ଵର୍ ଜାତୀୟ ରାଜପଥ ଉପରେ ମର୍ମନ୍ତୁକ ସଡକ ଦୁର୍ଘଟଣା, ଦୁର୍ଘଟଣାରେ ୩୦ଫୁଟ ତଳକୁ ଖସିଲା ମା, ଘଟଣା ସ୍ଥଳରେ ମା ର ମୃତ୍ୟୁ ଏବଂ ପୁଅ ଚିକିତ୍ସାଧିନ ଭାବେ ଡାକ୍ତରଖାନା ରେ ଭର୍ତ୍ତି। ଏକ ଶୁଦ୍ଧିକ୍ରିୟା ରେ ଯୋଗଦେବାପାଇଁ ମଳିପଡ଼ା ଗ୍ରାମର ମମତା ବଡଜେନା ୪୦ ବର୍ଷ ଏବଂ ପୁଅ ଶୁଭମ ବଡଜେନା ୧୯ ବର୍ଷ ଏକ ମୋଟରସାଇକେଲ ଯୋଗେ ନାଚୁଣୀ ଅଭିମୁଖେ ଯାତ୍ରା କରୁଥିବାବେଳେ ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା ଅଧୀନସ୍ଥ ଶନି ମନ୍ଦୀର ନିକଟସ୍ତ ଓଭରବ୍ରିଜ୍ ଉପରେ ଦୁଇଟି ଟ୍ରକ ଓଭର୍ ଟେକ କରୁଥିବା ବେଳେ ଗାଡ଼ିଚାଳକ ଶୁଭମ ଭୟଭୀତ ହୋଇ ଭାରସାମ୍ୟ ହରାଇ ଓଭରବ୍ରିଜ୍ ରେ ଥିବା ଦେବାଲ ରେ ମାଡହୋଇ ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣାରେ ମା ମମତା ବଡଜେନା ଓଭରବ୍ରିଜ୍ ଉପରୁ ୩୦ ଫୁଟ ତଳକୁ ଖୁସିଥିଲେ। ଘଟଣା ସ୍ଥଳରେ ମମତା ଙ୍କ ର ମୃତ୍ୟୁ ଘଟିଥିବାବେଳେ ସ୍ଥାନୀୟ ଯୁବକ ମାନେ ଗୁରୁତ୍ତର ଅବସ୍ତାରେ ପୁଅ ଶୁଭମ୍ କୁ ବସନ୍ତ ମଞ୍ଜୁରୀ ସ୍ୱାସ୍ଥ୍ୟ ନିବାସରେ ଭର୍ତ୍ତି କରିଥିଲେ। ଚାନ୍ଦପୁର ପୋଲିସ ପହଂଚି ଶବ ଜବତ କରିବା ସହ ଅଧିକ ତଦନ୍ତ କରୁଛି।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।