January 8, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଦନ୍ତାହାତୀ ଆକ୍ରମଣରେ ମା ପୂଅ ମୃତ। କ୍ଷତିପୂରଣ ପ୍ରତିବାଦରେ ୫ଘଣ୍ଟା ଧରି ଜାତୀୟ ରାଜପଥ ଅବରୋଧ।


ମୋ ଟିଭି ଓଡିଶା / ଖୋର୍ଦ୍ଧା : ୨୬/୦୭

ଦନ୍ତାହାତୀ ଆକ୍ରମଣରେ ମା ପୂଅର ମୃତ୍ୟୁ।କ୍ଷତିପୂରଣ ଦାବିରେ ୫ଘଣ୍ଟା ଧରି ୧୬ନମ୍ବର ଜାତୀୟ ରାଜପଥ ଗୟାବନ୍ଧ ଛକ ଠାରେ ରାସ୍ତା ଅବରୋଧ। ସୂଚନାରୁ ଜଣାପଡିଛି ଖୋର୍ଦ୍ଧା ବନଖଣ୍ଡ ଟାଗିଂ ରେଜଂ ଡମଣଭୂଇଁ ଆଦିବାସୀ ସାହିରେ ଦନ୍ତାହାତୀ ଆକ୍ରମଣରେ ଜଣେ ମହିଳ ଓ ତାଙ୍କ ପୁଅର ମୃତ୍ୟୁ ଝିଅ ଗୁରୁତର। ଗୁରୁତର ଝିଅ ଖୋର୍ଦ୍ଧା ମେଡିକାଲରେ ଚିକିତ୍ସିତ। ଗୁରୁବାର ରାତି ୭ଟା ସମୟରେ ମୃତକ ଜଣଙ୍କ ଘର ବାରିପଟେ ରୋଷେଇ ଘରେ ରୋଷେଇ କରୁଥିବା ବେବେ ଦନ୍ତାହାତୀ କରିଛି ଆକ୍ରମଣ। ଦନ୍ତାହାତୀ ଆକ୍ରମଣରେ ଘଟଣା ସ୍ଥଳରେ ମାର ମୃତ୍ୟୁ ଘଟିଛି ପୂଅ ଗୁରୁତର ଅବସ୍ଥାରେ ଖୋର୍ଦ୍ଧା ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ ଡାକ୍ତର ସେଠାରେ ତାକୁ ମୃତ୍ୟୁ ଘୋଷଣା କରିଛନ୍ତି। ମୃତକର ପରିବାରକୁ କ୍ଷତିପୂରଣ ଦାବିରେ ସ୍ଥାନୀୟ ଡମଣଭୂଇଁ ଆଦିବାସୀ ସାହିର ଲୋକେ ଏବଂ ସ୍ଥାନୀୟ ଅଂଚଳର ଲୋକେ ୧୬ନମ୍ବର ଜାତୀୟ ରାଜପଥ ଗୟାବନ୍ଧ ଛକରେ ଜାତୀୟ ରାଜପଥ ଅବରୋଧ ଅରି ପ୍ରତିବାଦ କରିଛନ୍ତି । ଜାତୀୟ ରାଜପଥ ଉଭୟ ପାର୍ଶ୍ୱରେ ଶହଶହ ଗାଡିମୋଟର ଅଟକି ରହିଛି। ବାରମ୍ବାର ହାତୀ ଆକ୍ରମଣରେ ଜନସାଧାରଣ ମାନଙ୍କ ଧନଜୀବନ ନଷ୍ଟ ହେଉଥିବାରୁ ଲୋକମାନେ ଉତ୍ୟକ୍ତ ହୋଇ ରାସ୍ତା ଅଵରୋଧ କରିଛନ୍ତି। ଦିର୍ଘ ୫ଘଣ୍ଟା ଧରି ରାସ୍ତା ଅବରୋଧ ହୋଇଥିବାରୁ ଗାଡିମୋଟର ଚଳାଚଳ ରେ ବ୍ୟାଘାତ ସୃଷ୍ଟି ହୋଇଛି।ଓକମାନେ ଜାତୀୟ ରାଜପଥ ଉପରେ ଟାୟାର ଜାଳି ରାସ୍ତାରେ ବସି ରହି ପ୍ରତିବାଦ କରିଛନ୍ତି। ସ୍ଥାନୀୟ ଅଂଚଳରେ ହାତୀ ଉପଦ୍ରବ କରୁଥିବା ବେଳେ ଖୋର୍ଦ୍ଧା ବନବିଭାଗବାର ନିଘୋଡ଼ ନିଦ୍ରାରେ। ହାତୀକୁ ଜଂଗଲ ମଧ୍ୟକୁ ଘଉଡେଇବାରେ ବନ ବିଭାଗ ସଂପୂର୍ଣ୍ଣ ଭାବରେ ଫେଲ ମାରିଛି। ବାରମ୍ବାର ହାତୀ ମଣିଷ ଲଢେ଼ଇ ଟାଗିଂ ରେଜଂ ଅଚଳରେ ଘଟୁଥିବାରୁ ଲୋକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ରାସ୍ତା ଅବରୋଧ ସ୍ଫଳରେ ଜଂକିଆ ଓ ଖୋର୍ଦ୍ଧା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆନ୍ଦୋଳନ କାରି ଲୋକଙ୍କ ସହିତ ଆଲୋଚନା କରିଥିଲେ ପରେ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବ ଘଟଣା ସ୍ଥଳରେ ପହଞ୍ଚି ଆନ୍ଦୋଳନ କରିଥିବା ଲୋକଙ୍କ ସହିତ ଆଲୋଚନା କରିବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା l ପ୍ରଶାନ୍ତ ଜଗଦ୍ଦେବ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କ ସହିତ ଆଲୋଚନା କରିବା ପରେ ଗାଡିମୋଟର ଚଳଳଳ ହୋଇଥିଲା। ମୃତକ ପରିବାଳରକୁ ୧୨ଲକ୍ଷ ଟଙ୍କା ବନବିଭାଗ ରେଡକ୍ରସରୁ ୩୦ହଜାର ଟଙ୍କା ଓ ଖୋର୍ଦ୍ଧା ବିଧାୟକ ୨୦ହଜାର ଟଙ୍କା ଏବଂ ମେଡିକାଲରେ ମୃତ୍ୟୁ ସହିତ ଲଢେଇ କରୁଥିବା ଝିଅର ସମସ୍ତ ଖର୍ଚ୍ଚ ବନବିଭାଗ ଦେବ ଏଥି ସହିତ ହାତୀ ଦାଉରୁ ଧନଜୀବନ କିଭଳି ସୁରକ୍ଷିତ ରହିବ ବନବିଭାଗ କର୍ମଚାରୀ ଅଧିକ ଠିୟଜିତ ହୋଇ କାର୍ଯ୍ୟ କରିବେ ଗାଁ ନିକଟରେ ସୋଲାର ଲାଇଟ ଲଗାଇବ ବୋଲି ପ୍ରତିଶ୍ରୁତି ଦେବାରୁ ରାସ୍ତାରୋକ ହଟିଥିଲା l

Latest news
ଆଜିଠାରୁ ତିନି ଦିନିଆ ଜାତୀୟ ପ୍ରବାସୀ ଭାରତୀୟ ଦିବସ । ସମସ୍ତଙ୍କ ସୁରକ୍ଷା ଓ ନିରାପଦକୁ ଦୃଷ୍ଟି ଦିଆଯାଉଛି ବୋଲି କହିଲ... ପ୍ରବାସୀ ଭାରତୀୟ ସମ୍ମେଳନ: ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱର ଯୁବକଙ୍କୁ ବୀଭତ୍ସ ହତ୍ୟା । ଇସ୍ରୋର ନୂଆ ଅଧ୍ୟକ୍ଷ ହେଲେ ଭି.ନାରାୟଣନ । ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଦିଲ୍ଲୀର ରାଷ୍ଟ୍ରୀୟ ସ୍ମୃତି ପରିସରରେ ନିର୍ମାଣ ହେବ ଦିବଙ୍ଗତ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସମାଧି । ଆଜିଠୁ ଆରମ୍ଭ ହେଉଛି ପ୍ରବାସୀ ଭାରତୀୟ ଦିବସ। ଏକକାଳୀନ ୧୪୮ଜଣ ବରିଷ୍ଠ ଓଏଏସ୍ ଅଫିସରଙ୍କୁ ବଦଳି । ପୁଣି ବାଘକୁ ନେଇ ମୁହାଁମୁହିଁ ଓଡ଼ିଶା ପଶ୍ଚିମବଙ୍ଗ। ୪-୫ଦିନ ମଧ୍ୟରେ ଚାଷୀଙ୍କୁ ମିଳିବ କ୍ଷତିପୂରଣ ରାଶି ।