MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ମା ଠାକୁରାଣୀ ହାଟଗୋସିଆଣିଙ୍କ ମଣ୍ଡେଇ ଯାତ୍ରା।


କଳାହାଣ୍ଡି: ୦୨/୦୫ (ମୋଟିଭି ଓଡିଶା ) : ଧର୍ମଗଡ ବ୍ଲକ ଜୟନ୍ତପୁର ଗ୍ରାମ ଠାରେ ମା ଠାକୁରାଣୀ ହାଟ ଗୋସିଆଣି ଙ୍କ ମଣ୍ଡେଇ ଯାତ୍ରା ବୁଧବାର ଦିନ ବହୁ ଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି। ନୂତନ ବଜାର ପ୍ରାଙ୍ଗଣରେ ପ୍ରଥମେ ଗ୍ରାମ ଦେବାଦେବୀଙ୍କୁ ସ୍ଥାପନ କରାଯାଇ ପୁଝାରି ବଳରାମ ପୁଝାରି ବିଧିବିଧାନ ଭାବେ ପୂଜାର୍ଚ୍ଚନା କରିଥିଲେ। ଏପରି କି ବିଭିନ୍ନ ଗ୍ରାମର ନିମନ୍ତ୍ରଣ ଦେବାଦେବୀଙ୍କୁ ସ୍ୱାଗତ ସମର୍ଦ୍ଧନା ଜଣାଇ ପାଛୋଟି ନେଇଥିଲେ। ଦେବାଦେବୀଙ୍କ ଲାଠି କୁର୍ଚି ସହ ଦେବୀ ମଣିଷ ଦେହରେ ସବାରି ହୋଇ ବଜାର ପରିକ୍ରମା କରିଥିଲେ।

ଶହ ଶହଲୋକଙ୍କ ସମାଗମ ରହିଥିବା ବେଳେ ଶତାଧିକ ମାନସିକ ଧାରୀ ଦେବା ଦେବୀ ଙ୍କ ନିକଟରେ ନଡ଼ିଆ, କୁକୁଡ଼ା, ପାରା, ଛେଳି ମେଣ୍ଢା ଆଦି ବଳି ଦେଇଥିଲେ। ଗାଁ ଗହ୍ୱନ୍ତିଆ ପୂର୍ଣ୍ଣଚନ୍ଦ୍ର ନାଏକ, ପୂଜା କମିଟି ସଭାପତି ଭବାନୀ ପ୍ରସାଦ ଭୋଇ, ସମ୍ପାଦକ ତୁଳସୀ ରାମ ନାଏକ ରୋଦନ ମେହେର, କୃଷ୍ଣ ଚନ୍ଦ୍ର ମାଝୀ , ମହେଶ୍ବର ନାଏକ, ହୀରାଜିତ ନାଏକ, କ୍ଷୀରସିନ୍ଦୁ ନାଏକ, ଯୁବରାଜ ନାଏକ, ରାଜେନ୍ଦ୍ର ଦୁରିଆ, ବଦ୍ରୀ ପ୍ରସାଦ ଭୋଇ ପ୍ରମୁଖ ଉପସ୍ଥିତ ରହିଥିଲେ। ମୁଖ୍ୟ ଅତିଥି ଭାବେ ବିଜେଡି ବିଧାୟକ ପ୍ରାର୍ଥୀ ପୁଷ୍ପେନ୍ଦ୍ର ସିଂ ଦେଓ , କଂଗ୍ରେସ ପ୍ରାର୍ଥୀନୀ ରଶ୍ମିରେଖା ରାଉତ ଓ ବିଜେପି ପ୍ରାର୍ଥୀ ସୁଧୀର ରଞ୍ଜନ ପଟ୍ଟଯୋଶୀ ଏହି ମଣ୍ଡେଇ ଯାତ୍ରାରେ ଉପସ୍ଥିତ ହୋଇ ମାଆ ଙ୍କ ଦର୍ଶନ ଲାଭ କରି ନିଜର ବିଜୟ କାମନା କରିଥିଲେ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।