କଳାହାଣ୍ଡି:୧୫/୦୪ : କଳାହାଣ୍ଡି ଜିଲ୍ଲା କୋକସରା ଗ୍ରାମ ର ଅଧିଷ୍ଠାତ୍ରୀ ଦେବୀ ମା ଠାକୁରାଣୀଙ୍କ ଚୈତ୍ରଯାତ୍ରା ପାଇଁ ଚଳଚଞ୍ଚଳ ହୋଇଉଠିଛି ଗାଁ ଦାଣ୍ଡ ।ସୋମବାର ସକାଳୁ ଗ୍ରାମ ଠାକୁରାଣୀଙ୍କ ମୁଖ୍ୟ ପୁଜକ ନନ୍ଦକିଶୋର ଧରୁଆଙ୍କ ଘରୁ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା ପରେ ମାଆଙ୍କ ଘଟ କଳସକୁ ପ୍ରଥମେ ଗାଁ ଗୌନ୍ତିଆ ହେମନ୍ତ ପ୍ରଧାନୀ, ବିଘ୍ନ ରାଜ ପ୍ରଧାନୀ ଓ ଗଣ୍ଡା ଗୋବର୍ଦ୍ଧନ ବାଗଙ୍କ ଘରକୁ ନେଇ ପୂଜାର୍ଚ୍ଚନା କରିବା ବିଧି ଅନୁସାରେ ନିୟମ ରହିଛି।
ସେଠାରେ ପୂଜା ପାଇବା ପର ମାଆଙ୍କ ଘଟ ନଗର ପରିକ୍ରମାରେ ବାହାରିଥିଲା। ମହିଳା ଶ୍ରଦ୍ଧାଳୁ ମାନେ ନିଜ ନିଜର ଦାଣ୍ଡ ଦୁଆର କୁ ଲିପାପୋଛା କରିବା, ଝୋଟି ଦେଇ ମୁଆଁ, ନଡ଼ିଆ, ଧୂପ ଦୀପ ଦେଇ ମାଆ ଙ୍କ ସଦୃଶ କଳସକୁ ବନ୍ଦାପନା କରି ସ୍ୱାଗତ କରି ପରିବାର ପାଇଁ ମଙ୍ଗଳ କାମନା କରିଥିଲେ। ଦୁଇ ଦିନ ଧରି ଗ୍ରାମ ପରିକ୍ରମା ପରେ ମଙ୍ଗଳବାର ଦିନ ମାଆ ଙ୍କ ଏହି ଘଟ ଯାତ୍ରା ଶେଷ ହେବ । କୋକସରା ଗ୍ରାମ ର ଅଧୀଷ୍ଠାତ୍ରୀ ଦେବୀ ହେଉଛନ୍ତି ମା ଠାକୁରାଣୀ । ମା ଠାକୁରାଣୀ ଙ୍କ ଉପରେ ଗ୍ରାମବାସୀ ଙ୍କ ର ରହିଛି ଅଗାଢ ଆସ୍ଥା ଓ ବିଶ୍ୱାସ ।ବର୍ଷ ତମାମ ଭକ୍ତ ମାନଙ୍କୁ ମା ନିଜ ମନ୍ଦିର ରେ ଦର୍ଶନ ଦେଉଥିବା ବେଳେ ମା ଙ୍କ ଚୈତ୍ର ପର୍ବ ସମୟରେ କିନ୍ତୁ ମା ଙ୍କ ପ୍ରତିମା ସ୍ଵରୂପ ଘଟ (କଳସୀ)ମନ୍ଦିର ରୁ ବାହାରି ନଗର ପରିକ୍ରମା ପୂର୍ବକ ଭକ୍ତଙ୍କ ଦୁଆର ମୂହଁ ରେ ଦର୍ଶନ ଦେଇଥାନ୍ତି ମା ଠାକୁରାଣୀ।
ଏହିପର୍ବ ସମୟରେ ଦୁଇ ଜଣ କୁଆଁରୀ କନ୍ୟା ମାନଙ୍କ ଦ୍ଵାରା ମାଁ ଠାକୁରାଣୀ ଙ୍କ ଘଟ ବୁହା ହୋଇ ସହରର ସମସ୍ତ ଘରକୁ ଘର ପରିକ୍ରମା କରା ଯାଇଥାଏ।ତେବେ ଆଶ୍ଚର୍ଯ୍ୟର ବିଷୟ ଯେ ମା ଙ୍କ ଯାତ୍ରା ର ଦିନେ ପୂର୍ବରୁ ମାଙ୍କ ଘଟ (କଳସୀ) କୁ କେଉଁ କୁଆଁରୀ କନ୍ୟା ଧାରଣ କରିବେ ତାହା ଉପରେ ଦେବୀ ଙ୍କ ମୂଖ୍ୟ ପୂଜକଙ୍କୁ ସ୍ଵପ୍ନାଦେଶ ହୋଇ ଥାଏ,ତାପରେ ପୂଜକସେହି ଘରକୁ ଯାଇ କିଶୋରୀ ମାନଙ୍କୁ ମନ୍ଦିର କୁ ନେଇ ଆସନ୍ତି ।ଏହା ପରେ ମା’ଙ୍କ ମନ୍ଦିରରେ ପୂଜାର୍ଚ୍ଚନା ପରେ ମା ଙ୍କ ଶିରା ଙ୍କ ଦେହରେ କାଳିଶି ରୂପରେ ମା ଙ୍କ ଆବିର୍ଭାବ ହୋଇଥାଏ। ଏହା ପରେ ମା ଙ୍କ ଘଟ ନଗର ପରିକ୍ରମା ଅଭିମୁଖେ ବାହାରିଥାଏ । ଏହି ସମୟରେ ମାଙ୍କ ଦର୍ଶନ କଲେ ସମସ୍ତ ମନସ୍କାମନା ପୁର୍ଣ୍ଣ ହୁଏ ବୋଲି ବିଶ୍ୱାସ ରହିଛି।ମଙ୍ଗଳବାର ମା ଙ୍କ ଘଟ ଯାତ୍ରା ନଗର ପରିକ୍ରମା ସାରି ମୁଖ୍ୟ ମନ୍ଦିର କୁ ପ୍ରତ୍ୟାବର୍ତ୍ତନ କରିବ। ପରେ ମାନସିକ ଧାରୀ ଭକ୍ତ ମାନେ ଶୁକ୍ଳ ଭୋଗ ସହ ରକ୍ତ ଭୋଗ ମା ଙ୍କ ନିକଟରେ ଅର୍ପଣ କରିବେ। ଚୈତ୍ର ଯାତ୍ରା ରେ ମା ଙ୍କ ପୁଜକ ଦିଲୀପ ଧରୁଆ, ଦିଲୁ ସିଂ ଧରୁଆ, ଶିରା ଅନୀଲ ରାଉତ, ସେବକ ପୁରୁଷୋତ୍ତମ ନାଏକ, ପରମାନନ୍ଦ ରାଉତ, କେଦାର ମାଝୀ, ବିଜୟ ରାଉତ, ଜଳନ୍ଧର ନାଏକ, ରାମ ପ୍ରସାଦ ନାଏକ ସମେତ ମହିଳା ମାନେ ଠାକୁରାଣୀ ଘଟ ଯାତ୍ରା ରେ ସହଯୋଗ କରିଥିଲେ।
More Stories
ଛିଲିପାମାଲ ଗ୍ରାମରେ କାଳେଶ୍ୱର ମହାଦେବ ନୂତନ ମନ୍ଦିର ର ରତ୍ନମୁଦ ଉତ୍ସବ ଅନୁଷ୍ଠିତ।
ଓଲମା ଗ୍ରାମରେ କାଳେଶ୍ୱର ମହାଦେବ ନୂତନ ମନ୍ଦିର ର ରତ୍ନମୁଦ ଉତ୍ସବ ଅନୁଷ୍ଠିତ
ଶ୍ରୀ ଜଗନ୍ନାଥ ମହୋତ୍ସବ ଷଷ୍ଠ ଦିବସରେ ମହାଯଜ୍ଞ ମହାପ୍ରଭୁଙ୍କ ପ୍ରାଣପ୍ରତିଷ୍ଠା ଓ ପ୍ରବଚନ।