MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ସିସିଟିଭି ଫୁଟେଜ ଆଧାରରେ ଧରାପଡିଲା ମୋଟର ସାଇକେଲ ଲୁଟେରା।


ଖୋର୍ଦ୍ଧା : ବିଳମ୍ବିତ ରାତିରେ ମୋଟର ସାଇକେଲ ଲୁଟ।ଲୁଟର ଭିଡିଓ ସିସିଟିଭି ରେ କଏଦ। ସିସିଟିଭି ଫୁଟେଜ ଆଧାରରେ ଧରାପଡିଲା ମୋଟର ସାଇକେଲ ଲୁଟେରା।ଲୁଟେରା ଠାରୁ ଜବତ ହେଲା ଲୁଟ ହୋଇଥିବା ମୋଟର ସାଇକେଲ। ସୂଚନାରୁ ଜଣାପଡିଛି ଗତ ୭ତାରିଖ ବିଳମ୍ବିତ ରାତିରେ କନ୍ତଳବାଇ କପିଳେଶ୍ୱର ପାଟ୍ଟଶାଣୀଙ୍କ ଘର ଆଗରୁ ମୋଟର ସାଇକେଲ ଚୋରି ହୋଇଥିଲା। ଏନେଇ କପିଳେଶ୍ୱର ଭୂଷଣ୍ଡପୁର ଫାଣ୍ଡି ରେ ଲିଖିତ ଅଭିଯୋଗ ଅରିଥିଲେ।

ଅଭିଯୋଗ ଆଧାରରେ ପୋଲିସ ସିସିଟିଭି ଫୁଟେଜ ଭିଡିଓ ଦେଖି ତଦନ୍ତ ଆରମ୍ଭ କରିଥିଲା। ଲୁଟେରା ଜଣଙ୍କ ଲୁଟ କରି ଫେରାର ହୋଇଥିଲା। ପୋଲିସ ଲୁଟେରା କୁ ଧରିବା ପାଇଁ ବିଭିନ୍ନ ଯାଗାରେ ଚଢ଼ାଉ କରିଥିଲା।ଲୁଟେରା ଜଣଙ୍କ ଉଜ୍ୱଳା ଗୋପିନାଥପୁର ଗ୍ରାମର ଅନନ୍ତ ଦଳାଇକୁ ଗିରଫ କରି ତାଠାରୁ ଲୁଟ ହୋଇଥିବା ମୋଟର ସାଇକେଲ ଜବତ କରିଛି ପୋଲିସ। ଅଭିଯୁକ୍ତ ଲୁଟେରା ନାମରେ ଫାଣ୍ଡି ରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି ପୋଲିସ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।