MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ମୋଟର ସାଇକେଲ ଚୋର ଗିରଫ ୩ଟା ମୋଟର ସାଇକେଲ ଜବତ।


ମୋଟିଭି ଓଡିଶା : ବାଲୁଗାଁ ଥାନା ପୋଲିସ ଜଣେ ଗାଡି ଚୋରକୁ ଗିରଫ କରି ତାଙ୍କ ନିକଟରୁ ୩ଟି ଚୋରି ମୋଟର ସାଇକେଲ ଜବତ କରିଛି l ସୂଚନାରୁ ଜଣାପଡିଛି ଗତ ୨ ତାରିଖରେ ନାଭାଲ ଫାଣ୍ଡି ଅନ୍ତର୍ଗତ ଡୁଙ୍ଗମାଳରୁ ଏକ ମୋଟର ସାଇକେଲ ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଭିତ୍ତି କରି ନାଭାଲ ଫାଣ୍ଡି ଅଧିକାରୀ ରବୀନ୍ଦ୍ରନାଥ ଗୌଡା ତଦନ୍ତ କରି ଗାଡି ଚୋରକୁ କାବୁ କରିବା ସହ ତାଙ୍କ ନିକଟରୁ ତିନୋଟି ମୋଟର ସାଇକେଲ ଜବତ କରାଯାଇଛି। ଅଭିଯୁକ୍ତ ଜଣଙ୍କ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ତେନ୍ତୁଳିଆପଲ୍ଲୀ ଗ୍ରାମର ସପନ ସାହୁଙ୍କ ପୁଅ ଦିଲ୍ଲୀପ ସାହୁ (୨୫) ବୋଲି ଜଣାପଡ଼ିଛି।ଅଭିଯୁକ୍ତ ବିରୁଦ୍ଧରେ ଥାନାରେ ୧୬୦/୨୪ ରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଥିବା ବାଲୁଗାଁ ଥାନା ଅଧିକାରୀ ଜୟ ପ୍ରକାଶ ପରିଡା କହିଛନ୍ତି।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।