ଟାଟାରେ ଚାକିରି ନାଁରେ ଠକେଇ ଅଭିଯୋଗ ମାମଲାରେ ନିଦେ୍ର୍ଦାଷ । କାଲି ୨ଟି ମାମଲାରେ ନିର୍ଦୋଷ ସାବ୍ୟସ୍ତ ହୋଇଥିଲେ ଆଜି ୩ଟି ମାମଲାରେ ନିର୍ଦୋଷ ସାବ୍ୟସ୍ତ ହୋଇଛନ୍ତି । ସମସ୍ତ ମାମଲାରେ ଦୋଷମୁକ୍ତ କରିଛନ୍ତି ବ୍ରହ୍ମପୁର ଜେଏମଏଫସି ଗ୍ରାମାଞ୍ଚଳ କୋର୍ଟ । ଗତକାଲି ପ୍ରଦୀପଙ୍କ ସହ ଅଭିଯୁକ୍ତ ଥିବା ପୂର୍ବତନ ଆଇଏଫଏସ ଅଭୟ ପାଠକ ଓ ତାଙ୍କ ପୁଅ ଆକାଶ ପାଠକଙ୍କୁ ନିର୍ଦ୍ଦୋଷରେ ଖଲାସ କରାଯାଇଛି । ଆଉ ଆଜି ପ୍ରଦୀପ ପାଣିଗ୍ରାହୀଙ୍କ ନାମରେ ରହିଥିବା ଅନ୍ୟ ତିନୋଟି ମାମଲାର ରାୟ ପ୍ରକାଶ ପାଇଛି । ଏନେଇ ସାଂସଦ ପ୍ରଦୀପ ପାଣିଗ୍ରାହୀ କହିଛନ୍ତି, କୋର୍ଟ ଉପରେ ମୋର ଭରସା ଥିଲା। ମିଛ କେସ୍ ଦେଇ ରାଜନୈତିକ ପ୍ରତିଶୋଧ ନେବା ପାଇଁ ପୂର୍ବ ସରକାର, ତାଙ୍କ ନେତୃତ୍ୱ ଓ ତାଙ୍କ କର୍ମକର୍ତ୍ତାମାନେ ଯୋଜନାବଦ୍ଧ ଭାବେ ମୋର ଚରିତ୍ର ସଂହାର ପାଇଁ ବ୍ୟବସ୍ଥା କରିଥିଲେ । ଏବେ ମୁଁ, ମୋ ପରିବାର, ସାରା ଓଡ଼ିଶାବାସୀ ଆଶ୍ୱସ୍ତି ଅନୁଭବ କରୁଛୁ । ରାଜନୈତିକ ଲଢେଇରେ ଏତେ ତଳସ୍ତରକୁ ଯିବା ଉଚିତ ନୁହେଁ।
ମୋ ଟିଭି ଓଡିଶା, ଭୁବନେଶ୍ୱର
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।