February 24, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ସାଂସଦ ପ୍ରତାପ ଷଡ଼ଙ୍ଗୀ ଆହତ

ସାଂସଦ ପ୍ରତାପ ଷଡ଼ଙ୍ଗୀ ଆହତ । ସଂସଦରେ ସିଡିରୁ ପଡ଼ିଗଲେ ପ୍ରତାପ ଷଡ଼ଙ୍ଗୀ । ତାଙ୍କ ମୁଣ୍ଡରେ ଆଘାତ ଲାଗିଛି । ତାଙ୍କୁ ଆରଏମଏଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପ୍ରତାପ ଷଡ଼ଙ୍ଗୀ । ସେ କହିଛନ୍ତି , ରାହୁଲ ଗାନ୍ଧି ଜଣେ ସାଂସଦଙ୍କୁ ଧକ୍କା ମାରିଥିଲେ, ସଂପୃକ୍ତ ସାଂସଦ ସେ ମୋ ଉପରେ ପଡ଼ିଥିଲେ । ଏବଂ ମୁଁ ତଳେ ପଡିଯିବାରୁ ମୁଣ୍ଡରେ ଆଘାତ ଲାଗିଛି । ସେପଟେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ସେ କହିଛନ୍ତି, ସଂସଦ ଭିତରକୁ ଯିବାବେଳେ ବିଜେପି ସାଂସଦମାନେ ମୋତେ ଭିତରକୁ ଛାଡ଼ିନଥିଲେ ଅଟକାଇଥିଲେ ଏବଂ ଧମକ ମଧ୍ୟ ଦେଇଥିଲେ । ଏହାରି ଭିତରେ ଠେଲା ପେଲା ହୋଇଥିଲା । ସେପଟେ କଂଗ୍ରେସ ଏମପି ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଏବଂ ଦଳର ମୁଖ୍ୟ ତଥା ବିରୋଧୀ ଦଳର ନେତା ମଲ୍ଲିକାର୍ଜୁନ ଖାର୍ଗେଙ୍କ ଏକ ଭିଡିଓ ଶେୟାର କରିଛନ୍ତି। ଏଥିରେ ଦର୍ଶାଯାଇଛି ଯେ ସଂସଦରେ ପ୍ରବେଶ କରୁଥିବାବେଳେ ଶାସକ ଦଳର ଭାଜପା ଏମପିମାନେ ତାଙ୍କୁ ଅଟକାଇଥିବାର ଅଭିଯୋଗ ହୋଇଛି। ଦଳ କହିଛି ଯେ ଏହା କେବଳ ଅଶ୍ଳୀଳତା। ଗଣତନ୍ତ୍ରର ମନ୍ଦିରରେ ଏହା ହେଉଛି ଭାଜପାର ଏକଛତ୍ରବାଦୀ ଶାସନ। କୌଣସି ମୂଲ୍ୟରେ ଏହାକୁ ବରଦାସ୍ତ କରାଯିବ ନାହିଁ । କେନ୍ଦ୍ର ମନ୍ତ୍ରୀ କିରଣ ରିଜିଜୁ କଂଗ୍ରେସ ନେତା ରାହୁଲଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, କୁସ୍ତି ଏବଂ ସ୍ମାର୍ଟସିଟି ଦେଖାଇବା ପାଇଁ ସଂସଦ ଏକ ପ୍ଲାଟ୍‌ଫର୍ମ ନୁହେଁ। ରାହୁଲ ଶାରୀରିକ ଶକ୍ତି ପ୍ରଦର୍ଶନ କରିଥିଲେ। ରାହୁଲ ଆମର ଦୁଇ ଏମ୍‌ପଙ୍କୁ ଠେଲି ଦେଇଥିଲେ। ଯଦି ଆମର ଏମ୍‌ପିମାନେ ମଧ୍ୟ ହାତ ଉଠାଇଥାନ୍ତେ ତେବେ କ’ଣ ହୋଇଥାନ୍ତା।

ମୋ ଟିଭି ଓଡିଶା, ନୂଆଦିଲ୍ଲୀ

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।