ସାତ ବର୍ଷ ହେଲା ଘର ଭତରେ ବିତୁଛି ଜୀବନ
ଦାରିଙ୍ଗବାଡ଼ି,ମୋ ଟିଭି ଓଡ଼ିଶା(ସୁଶାନ୍ତ କୁମାର ସାହୁ)
କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ବୁଡ଼ାଗୁଡା ପଞ୍ଚାୟତ କୁମ୍ଭାର ସାହି ରେ ରୁହନ୍ତି ହରିଶ୍ଚନ୍ଦ୍ର ପାତ୍ର ପତ୍ନୀ ଚାମେଲି ପାତ୍ର ବିବାହର ଦୁଇ ବର୍ଷ ପରେ ଜନ୍ମ ହୋଇଥିଲା ଏକ ଶିଶୁପୁତ୍ର ପରିବାରରେ ଖୁସିର ଲହରୀ ଖେଳିଯାଇଥିଲା ବାପା ମ ଖୁସିରେ ନାମ ରଖିଥିଲେ ଶ୍ରୀରାମ ହେଲେ ଜନ୍ମର କିଛି ଜଣା ପଡିଥିଲା ।
ପୁଅ ଶ୍ରୀରାମ ବିକଳାଙ୍ଗ ନା ସେ କଥା କହିପାରୁଛି ,ନା କାହାକୁ ଜାଣି ପାରୁଛି ଏମିତିକି ପରିଶ୍ରା କରିବା ମଳ ତ୍ୟାଗ କରିବା ଜାଣି ପାରନ୍ତନି ଶ୍ରୀରାମ । ହରିଶ୍ଚନ୍ଦ୍ର ପାତ୍ର ପତ୍ନୀ ଚାମେଲି ପାତ୍ର ହେଲେ ଦିନ ମଜୁରିଆ ମୁଲ ଲାଗିଲେ ଘରେ ଚୁଲି ଜଳେ ହେଲେ ତଥାପି ହସ ଖୁସିରେ ଗୋଟିଏ ବୋଲି ପୁଅକୁ ନେଇ ଚଳି ଯାଉଥିଲେ ଏବେ ପୁଅର ବୟସ ବଢିବାକୁ ଲାଗିଲାନି ଏବେବି ସେ କିଛି ଜାଣି ପାରୁନି ।ଏପଟେ ପୁଅର କଷ୍ଟ ସହିପାରୁନଥିବା ମା ଚାମେଲି ସେପଟେ ବାପା ହରିଶ୍ଚନ୍ଦ୍ର କେରଳରେ ରହି ମୁଲ କାମ କରି ଯାହା ପଠାନ୍ତି ଏଠି ମା ପୁଅ ସହିତ ବୁଢ଼ୀ ମା ଚଳିଥାନ୍ତି ।
ତେବେ ଚାମେଲି ପାତ୍ର ସ୍ଥାନୀୟ ସରପଞ୍ଚ କୁ କିଛି ସରକାରୀ ସାହାଯ୍ୟ ପାଇଁ ନିବେଦନ କରିଥିବା ବେଳେ କୌଣସି ସୁଫଳ ମିଳିନଥିବା ଜଣାପଡିଛି ।ଯଦି କୌଣସି ସହହୃଦୟବ୍ୟକ୍ତି ଶ୍ରୀରାମ ର ଚିକିତ୍ସା ପାଇଁ ସହଯୋଗ ହାତ ବଢ଼ାଇ ପାରନ୍ତେ ତେବେ ହରିଶ୍ଚନ୍ଦ୍ର ଗୋଟିଏ ବୋଲି ପୁଅ ଶ୍ରୀରାମ ଭଲ ହୋଇପାରନ୍ତା ହରିଶ୍ଚନ୍ଦ୍ରଙ୍କ ଯୋଗା ଯୋଗ ନମ୍ବର -8763432018
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।