MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

160 ଗ୍ରାମ ଚୋରି ସୁନା ସହିତ ସୋର ଅଞ୍ଚଳରୁ ଜଣକୁ ଗିରଫ କଲା ମୁମ୍ବାଇ ପୋଲିସ l


ମୋ ଟିଭି ଓଡିଶା / ସୋର : ୦୪/୦୭/୨୦୨୪

ମୁମ୍ବାଇରୁ ୧ କୋଟିରୁ ଉର୍ଦ୍ବ ଟଙ୍କାର ଗହଣା ଚୋରି ଘଟଣାରେ ସୋର ବରଖୁରୀ ଛକ ଏକ ଗହଣା ଦୋକାନ ରୁ ୧୨ ଲକ୍ଷରୁ ଉର୍ଦ୍ବ ଟଙ୍କାର ଗହଣା ଜବତ କରିଛି ମୁମ୍ବାଇ ପୋଲିସ । ମୁମ୍ବାଇ ର ଗାମଦେବୀ ଥାନା ଅଂଚଳର ନନ୍ଦେଶ ଜଗଦୀଶ ବାଦଶାହା ନାମକ ଜଣେ ବ୍ୟକ୍ତିଙ୍କ ଘରେ ସୋର ପୌରାଞ୍ଚଳ ଗୋପୀନାଥପୁର ଗ୍ରାମର କେଶବ ଜେନା କାମ କରୁଥିଲେ।

ଗତ ୨୨ ନଭେମ୍ବର ୨୦୨୩ ରେ ସୁଯୋଗ ଦେଖି ୧ କୋଟିରୁ ଉର୍ଦ୍ବ ଟଙ୍କାର ଗହଣା ଚୋରି କରି ଫେରାର ହୋଇଯାଇଥିଲେ। ଭୁବନେଶ୍ୱରରୁ ଚକ୍ରଧର ସମେତ ଅନ୍ୟ ଅଂଚଳରୁ ତାର ତିନିଜଣ ସହଯୋଗୀ ଙ୍କୁ ଗିରଫ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା।ସୋର ପୋଲିସ ସହଯୋଗ ରେ ଚକ୍ରଧର ବିକ୍ରିକରିଥିବା ସୋର ବଡ଼ଖୁରି ଛକରେ ଥିବା ଜଗଧାତ୍ରୀ ଜୁଏଲାରୀରୁ ୧୨ ଲକ୍ଷରୁ ଉର୍ଦ୍ବ ଟଙ୍କାର ଗହଣା ଜବତକରି ଚକ୍ରଧର କୁ ଗିରଫ କରିଛି ମୁମ୍ବାଇ ପୋଲିସ l

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।