February 24, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର କସ୍ତୁରୀ କାର୍ଯ୍ୟକ୍ରମ

ନିରାକାରପୁର:ତା-୧୪/୧୧/୨୪ 

ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଶିଶୁ ଦିବସରେ କସ୍ତୁରୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ସଂପାଦକ ଶ୍ରୀଯୁକ୍ତ ବିଭୂତି ଭୂଷଣ ଆଚାର୍ଯ୍ୟ ପ୍ରଦୀପ ପ୍ରଜ୍ଜ୍ଵଳନ କରି ଶିଶୁ ଦିବସର ମହତ୍ତ୍ୱ ଓ କସ୍ତୁରୀ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ ।

ଏହି ଅବସରରେ ଶିଶୁମାନେ ଦେଶର ମେରୁଦଣ୍ଡ ଓ ସେମାନଙ୍କୁ ଠିକ୍ ଭାବରେ ଗଢି ତୋଳିଲେ ଦେଶର ଉନ୍ନତି ଓ ପ୍ରଗତି ସମ୍ଭବ ହୋଇପାରିବ ବୋଲି ସେ ମତବ୍ୟକ୍ତ କରିଥିଲେ। ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟା ନଳିନୀ ରଥ ଶିଶୁମାନଙ୍କ ଲୁକ୍କାୟିତ ପ୍ରତିଭା ଓ ଅନ୍ତନିହିତ ଗୁଣାବଳୀର ବିକାଶ ଘଟିଲେ ଶିଶୁ ଆଗକୁ ବଢ଼ିପାରିବ ବୋଲି ମତ ବ୍ୟକ୍ତ କରିଥିଲେ l ବିଦ୍ୟାଳୟର ପରିଚାଳନା କମିଟି ସଦସ୍ୟ ଶ୍ରୀଯୁକ୍ତ ଶ୍ୟାମାଶଙ୍କର ମିଶ୍ର ଉପସ୍ଥିତ ରହି ଶିଶୁ ଭାଇ ଭଉଣୀଙ୍କୁ ଉତ୍ସାହିତ କରିଥିଲେ।ଉଭୟ ପର୍ଯ୍ୟାୟର ପ୍ରାୟ ୮୦୦ ରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀଙ୍କ ଦ୍ୱାରା ନୃତ୍ୟ , ଗୀତ , ସମ୍ବାଦ ପଠନ, ଏକକ ଅଭିନୟ, ହାସ୍ୟରସ ଅଭିନୟ ଭଳି ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ପୂର୍ବରୁ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଥିବା ବିଜ୍ଞାନ ମେଳା ଓ ଗଣିତ ମେଧା ଅନ୍ୱେଷଣ ପରୀକ୍ଷାରେ ୧ମ , ୨ୟ ଓ ୩ୟ ସ୍ଥାନ ଗ୍ରହଣ କରିଥିବା ଛାତ୍ରଛାତ୍ରୀଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା । ଗଣିତ ମେଧା ଅନ୍ୱେଷଣ ପରୀକ୍ଷାରେ ଯଥାକ୍ରମେ ପ୍ରଥମ , ଦ୍ଵିତୀୟ , ତୃତୀୟ ସ୍ଥାନ – ପ୍ରଥମଶ୍ରେଣୀ କଳ୍ପତରୁ ରଣସିଂହ ,ସାଇ ସମର୍ଥ ସାହୁ ,ଆଦିତ୍ୟ ପ୍ରସାଦ ମୁଦୁଲି ଦ୍ୱିତୀୟ ଶ୍ରେଣୀ ରଶ୍ମି ରଂଜନ ମୁଦୁଲି, ଶୁଭମ୍ ବାଘସିଂହ, ସ୍ବୟଂଶ୍ରୀ ମହାପାତ୍ର , ତୃତୀୟ ଶ୍ରେଣୀର ଦିପଙ୍କର ମିଶ୍ର, ଆରାଧ୍ୟା ବେହେରା , ତୋୟରାଜ ରାଉତରାୟ ଚତୁର୍ଥ ଶ୍ରେଣୀର ସୁଶ୍ରୀ ସ୍ଥିତିପ୍ରଜ୍ଞା, ସ୍ୱଂୟଶାସ୍ତ୍ରୀ ଦାସ , ଉତ୍କଳିକା ଦଳେଇ ପଞ୍ଚମ ଶ୍ରେଣୀର – ରାଜେଶ ଜେନା, ଏସ୍‌ପି ଭାର୍ଗବ ଜେନା, ଅଂଶୁମାନ ଦଳେଇ ,ଷଷ୍ଠ ଶ୍ରେଣୀ-ଏସ୍ ଆର ଶୁଭ୍ରାଂଶୁ ନାୟକ, ଶ୍ରୀମାନ ଖଣ୍ଡାୟତରାୟ , ଶକ୍ତି ପ୍ରସାଦ ରାଉତରାୟ, ସପ୍ତମ ଶ୍ରେଣୀ ଶୁଭଙ୍କର ମିଶ୍ର, ସ୍ୱଂୟ ପ୍ରକାଶ ବରିସଲ ,କୃଷ୍ଣାର୍ପିତା ଷଢଙ୍ଗୀ ଅଷ୍ଟମ ଶ୍ରେଣୀ ଶ୍ରୀମାନ ସାଇପ୍ରଦ ରାଉତରାୟ, ମୌସୁମୀ ଦଳେଇ, ମନସ୍ମିତା ପ୍ରଧାନ ନବମ ଶ୍ରେଣୀ ଚ଼ିନ୍ନୟ ପାଇକରାୟ ,ରିତେଶ ନାୟକ, ପ୍ରିୟଙ୍କା ରାଉତରାୟ ଅଧିକାର କରିଛନ୍ତି I କାର୍ଯ୍ୟକ୍ରମରେ ବିଦ୍ୟାମନ୍ଦିରର ଆଚାର୍ଯ୍ୟ ନିହାର ରଞ୍ଜନ ସାମନ୍ତସିଂହାର ପବିତ୍ର କୁମାର ରାଉତରାୟ , ଅକ୍ଷୟ କୁମାର ମହାପାତ୍ର , ମନୋରଞ୍ଜନ ଦାସ ଆଚାର୍ଯ୍ୟା କାଶ୍ମିରୀ ସାହୁ , ସୁନୀତା ପ୍ରଧାନ , ଲକ୍ଷ୍ମୀପ୍ରିୟା ମହତରାୟ ଓ ସମସ୍ତ ଗୁରୁଜୀ ଗୁରୁମା ସହଯୋଗ କରିଥିଲେ ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।