MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଆଗରପଡ଼ାକୁ ଏନ୍‌ଏସି ମାନ୍ୟତା ପ୍ରସଙ୍ଗ


ବିଧାନସଭାରେ ପ୍ରଶ୍ନ ଉଠାଇଲେ ବିଧାୟକ
ଆଶା ଓ ଆଶଙ୍କାରେ ଅଂଚଳବାସୀ


ମୋ ଟିଭି ଓଡିଶା / ଆଗରପଡ଼ା : ତା୨୭/୮

ଗତ ଫେବୃଆରୀ ମାସ ୨୪ ତାରିଖରେ ତତ୍କାଳୀନ ରାଜ୍ୟ ସରକାର ଭଦ୍ରକ ଜିଲ୍ଲା ବନ୍ତ ବ୍ଲକର ଆଗରପଡ଼ାକୁ ବିଜ୍ଞାପିତ ଅଂଚଳ ପରିଷଦ(ଏନ୍‌ଏସି)ମାନ୍ୟତା ପ୍ରଦାନ କରିଥିଲେ । ପରେ ଆଗରପଡ଼ାରେ ନୂତନ ଏନ୍‌ଏସି ଗଠନ ନିମନ୍ତେ ଜିଲ୍ଲା ସହରାଚଂଳ ଉନ୍ନୟନ ଅଧିକାରୀ କାର୍ଯ୍ୟାଳୟ ଚିଠି ନଂ ୯୦୪/୨୨.୦୩.୨୦୨୪ରେ ବ୍ଲକ ଉନ୍ନୟନ ଅଧିକାରୀ ,ବନ୍ତଙ୍କୁ ପ୍ରସ୍ତାବ ପଠାଇଥିବା ଜଣାପଡ଼ିଥିଲା । ଏହା ଜଣାପଡ଼ିବା ପରେ ସ୍ଥାନୀୟ ବାସୀନ୍ଦାଙ୍କ ମନରେ ଆନନ୍ଦ ଭାବ ସୃଷ୍ଟି ହୋଇଥିଲା । କିନ୍ତୁ ନୂତନ ସରକାର ଗଠନ ହେବା ପରେ ଆଗରପଡ଼ାକୁ ଏନ୍‌ଏସି ମାନ୍ୟତା ପ୍ରସଙ୍ଗକୁ ନେଇ ଆଶା ଓ ଆଶଙ୍କାରେ ଅଂଚଳବାସୀ ରହିଥିବା ସମୟରେ ମଙ୍ଗଳବାର ୨୭ ତାରିଖ ଭଣ୍ଡାରିପୋଖରୀ ବିଧାୟକ ସଂଜୀବ ମଲ୍ଲିକ ଏ ସଂପର୍କରେ ବିଧାନସଭାରେ ପ୍ରଶ୍ନ ଉଠାଇଥିଲେ । ଜିଲ୍ଭାପାଳଙ୍କ ଠାରୁ ପୂର୍ଣ୍ଣାଙ୍ଗ ପ୍ରସ୍ତାବ ଆସିବାପରେ ଓଡ଼ିଶା ପୌର ଅଧିନିୟମ ନିର୍ଦ୍ଦେଶାବଳୀର ବ୍ୟବସ୍ଥା,ଗ୍ରାମୀଣ ସହରୀ ପରିବର୍ତ୍ତନ ନୀତି ତର୍ଜ୍ଜମା ପରେ ବିଚାରକୁ ନିଆଯିବ ବୋଲି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ଼ଃ କୃଷ୍ଣଚନ୍ଦ୍ର ମହାପାତ୍ର ବିଧାୟକଙ୍କ ପ୍ରଶ୍ନର ଉତ୍ତର ରଖିଥିଲେ । ଏଠାରେ ପ୍ରକାଶ ଥାଉକି;ତତ୍କାଳୀନ ରାଜ୍ୟ ସରକାରଙ୍କ ଗୃହ ଏବଂ ପୌରାଚଂଳ ଉନ୍ନୟନ ବିଭାଗ ପକ୍ଷରୁ ନିର୍ଦ୍ଦେଶକ, ପୌର ପ୍ରଶାସକ ଫାଇଲ ନଂ ଏଚୟୁଡ଼ି-ଇଏଲଇ-ଏମଆଇଏସସି-୦୦୦୩-୨୦୨,ପତ୍ର ନଂ୬୧୬୪/୧୩.୦୩.୨୦୨୪ରେ ରାଜ୍ୟର ଦେଓଗଡ଼,ଗଜପତି, ଝାରସୁଗୁଡ଼ା, କେନ୍ଦ୍ରପଡ଼ା,କେନ୍ଦୁଝର,ମାଲଗାନଗିରି ଏବଂ ନବରଙ୍ଗପୁର ଜିଲ୍ଲା ବ୍ୟତିତ ଅନ୍ୟ ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ସରକାରଙ୍କ ନିୟମାନୁସାରେ ଏନ୍‌ଏସି ଗଠନ ନିମନ୍ତେ ଆବଶ୍ୟକ ତଥ୍ୟକୁ ବିଭାଗକୁ ଯଥା ଶିଘ୍ର ପଠାଇବାକୁ ଅନୁରୋଧ କରାଯାଇଥିଲା । ନିର୍ଦ୍ଦେଶାନୁସାରେ ବନ୍ତ,ବିଡ଼ିଓକୁ ଉକ୍ତ ପତ୍ରକୁ ଜରୁରୀ ମନେକରି ଆବଶ୍ୟକୀୟ ସମସ୍ତ ତଥ୍ୟ ଯଥାଶିଘ୍ର ଡ଼ିୟୁଡ଼ିଏ,ଭଦ୍ରକଙ୍କୁ ପ୍ରେରଣ କଲେ ଉକ୍ତ ପ୍ରସ୍ତାବ ସରକାରଙ୍କ ଏଚଏଣ୍ଡୟୁଡ଼ି ବିଭାଗକୁ ପରବର୍ତ୍ତୀ ପଦକ୍ଷେପ ପାଇଁ ପଠାଯିବ ବୋଲି ଅନୁରୋଧ କରାଯାଇଥିବା ଜଣାପଡ଼ିଥିଲା । କିନ୍ତୁ ବର୍ତ୍ତମାନ ନୂତନ ସରକାର ତାଙ୍କ କାର୍ଯ୍ୟ ଆରମ୍ଭ କରିଥିବାରୁ ସେ ଏଥିପ୍ରତି କି ପଦକ୍ଷେପ ନେବେ ତାକୁ ନେଇ ଅଂଚଳବାସୀ ଚିନ୍ତା ପ୍ରକଟ କରିଛନ୍ତି । ଗତ୨୦୨୨ ଅଗଷ୍ଟ ମାସ ୨୩ ତାରିଖରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଚିଠି ନଂ ୮୩୦୨/ଜିଏଣ୍ଡଏମ ଓ ୧୦୩୭୧ରେ ଆଗରପଡ଼ାକୁ ଏନଏସି ମାନ୍ୟତା ପ୍ରଦାନ ନିମନ୍ତେ ପ୍ରସ୍ତାବ ପଠାଇବାକୁ ବନ୍ତ ବିଡ଼ିଓଙ୍କୁ ଅବଗତ କରାଯାଇଥିଲା । କିନ୍ତୁ ୪ମାସ ପରେ ମଧ୍ୟ ବିଡ଼ିଓ,ବନ୍ତଙ୍କ କାର୍ଯ୍ୟାୟଳୟରୁ କୌଣସି ଉତ୍ତର ନମିଳିବାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ସ୍ମାରକ ପତ୍ର-୨ ସ୍ୱରୂପ ଚିଠି ନଂ ୧୨୩୮୪/ଜିଏଣ୍ଡଏମ ତା୫.୧୨.୨୦୨୨ରେ ପୁଣି ଆବଶ୍ୟକିୟ ତଥ୍ୟ ଯଥାଶୀଘ୍ର ପ୍ରଦାନ କଲେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ତରଫରୁ ଊକ୍ତ ପ୍ରସ୍ତାବକୁ ସରକାରଙ୍କ ଏଚଏଣ୍ଡୟୁଡ଼ି ବିଭାଗକୁ ମଂଜୁର ନିମନ୍ତେ ପଠାଯିବ ବୋଲି ବିଡ଼ିଓ, ବନ୍ତଙ୍କୁ ଅନୁରୋଧ କରାଯାଇଥିବା ଜଣାପଡ଼ିଥିଲା । ଏହାର ଏକକିତା ନକଲ ତହସିଲଦାର,ବନ୍ତଙ୍କ ସମେତ ଜିଲ୍ଳା ପରିଷଦ, ଭଦ୍ରକଙ୍କୁ ମଧ୍ୟ ପଠାଯାଇଥିବା ଜଣାପଡ଼ିଥିଲା । କିନ୍ତୁ ପ୍ରଶାସନ ଏଥିନେଇ ନିରବତା ଅବଲମ୍ବନ କରିଥିଲା । ପ୍ରଶାସନର ନିରବତାକୁ ନେଇ ବାରମ୍ବାର ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇ ଆସୁଥିଲା । ପରେ ଗତ ମଇ ମାସରେ ଆଗରପଡ଼ାକୁ ଏନ୍‌ଏସି ମାନ୍ୟତା ପ୍ରଦାନ ପାଇଁ ସରକାରୀସ୍ତରରେ ପ୍ରସ୍ତୁତି ଆରମ୍ଭ ହେବା ସହ ଉକ୍ତ ଅଂଚଳର ସର୍ଭେ ଆରମ୍ଭ ହୋଇଥିଲା । ବନ୍ତ ବ୍ଲକର ୨୫ଗୋଟି ପଂଚାୟତରୁ ୯ଟି ପଂଚାୟତ ପୁରୁଷଣ୍ଢ,ବଡ଼ମହିଁଷଗୋଠ, ଅଣିଜୋ,ଆଡ଼ିଆ, ଗୋପିନାଥପୁର,ରାମଚନ୍ଦ୍ରପୁର,ଚାରିଗାଁ ,ମହାନ୍ତିପଡ଼ା ଓ ବିଟିପୁର ପଂଚାୟତକୁ ନେଇ ୧୪ନଂ ଜୋନ ଆଗରପଡ଼ା ଗଠିତ । କେନ୍ଦୁଝର,ବାଲେଶ୍ୱର ଓ ଭଦ୍ରକ ଏହିପରି ୩ଟି ଜିଲ୍ଲାର ମଧ୍ୟ ଭାଗରେ ଆଗରପଡ଼ା ଅବସ୍ଥିତ । ବ୍ୟବସାୟିକ ଦୃଷ୍ଟି କୋଣରୁ ଆଗରପଡ଼ାର ଭୂମିକା ଅତ୍ୟନ୍ତ ଗୁରୁତ୍ୱ ପୂର୍ଣ୍ଣ ହୋଇଥିବା ବେଳେ ଏଠାରେ ବ୍ଲକର ଏକ ମାତ୍ର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର,ଦମକଳ କେନ୍ଦ୍ର ଏବଂ ଶିକ୍ଷା ଓ ପ୍ରଶିକ୍ଷକ କେନ୍ଦ୍ର ଅବସ୍ଥିତ । ପ୍ରବାଦ ପୁରୁଷ ଡ଼ଃ ହରେକୃଷ୍ଣ ମହତାବଙ୍କ ଜନ୍ମମାଟି ଆଗରପଡ଼ା ହୋଇଥିବାବେଳେ ଏ୍ୟୌତିହ ସଂପର୍ଣ୍ଣ କର୍ମ ମନ୍ଦିର ଏଠାରେ ଅବସ୍ଥିତ । ତେଣୁ ବିଭିନ୍ନ ଦୃଷ୍ଟି କୋଣରୁ ଆଗରପଡ଼ା ଏନଏସି ମାନ୍ୟତା ପାଇବା ପାଇଁ ଯୋଗ୍ୟ । ତେବେ ବିଭିନ୍ନ କାରଣରୁ ଆଗରପଡ଼ାକୁ ଏନ୍‌ଏସି ମାନ୍ୟତା ଦେବାରେ ପଛଘୁଂଚା ଦିଆଯାଉଥିଲା । ବାରମ୍ବାର ପ୍ରଶାସନିକ ଅବହେଳା ଯୋଗୁଁ ଆଗରପଡ଼ାକୁ ଏନ୍‌ଏସି ମାନ୍ୟତା ଦେବାର ଫାଇଲ୍ ଆଗକୁ ଘୁଂଚିପାରୁନଥିଲା । ଏ ନେଇ ବିଭିନ୍ନ ଗଣମାଧ୍ୟମରେ ବାରମ୍ବାର ଅନେକ ରିପୋର୍ଟ ପ୍ରକାଶ ପାଇଛି ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।