February 2, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ନଳକୂପ ଅଚଳ : ଚୁଆପାଣି ପିଉଛନ୍ତି ପାଇବରସାହି ଗ୍ରାମବାସୀ


ବାଲିଗୁଡା, (ମୋ ଟିଭି ଓଡିଶା/ସଞ୍ଜୟ କୁମାର ପାଣିଗ୍ରାହୀ):

କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଳକ ସାରଙ୍ଗଗଡ଼ ପଞ୍ଚାୟତର ୧୬ ନମ୍ବର ୱାର୍ଡ଼ ପାଇବରସାହି ଗ୍ରାମରେ ଜଳଯନ୍ତ୍ରଣା ଦେଖାଦେଇଛି। ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ୬ କିଲୋମିଟର ଦୂରରେ ଥିବା ଏହି ଗାଁର ଜନସଂଖ୍ୟା ୨୦୦ରୁ ଊର୍ଦ୍ଧ ଗ୍ରାମରେ ଏକମାତ୍ର ନଳକୂପ ଥିବା ବେଳେ ଗ୍ରୀଷ୍ମରେ ଜଳସ୍ତର ହ୍ରାସ ଯୋଗୁଁ ଲୋକଙ୍କ ଆବଶ୍ୟକତାକୁ ମେଣ୍ଟାଇ ପାରୁନି।

ତେଣୁ ବାଧ୍ୟ ହୋଇ ଗ୍ରାମବାସୀ ବିଲମାଳରେ ଥିବା ଏକ ଚୁଆରୁ ପାଣି ସଂଗ୍ରହ କରି ଦୈନିକ ଆବଶ୍ୟକକୁ ମେଣ୍ଟାଉଛନ୍ତି | ହେଲେ ଚୁଆର ଗୋଳିଆ ପାଣି ପିଇ ବିଭିନ୍ନ ପେଟ ରୋଗର ଶିକାର ମଧ୍ୟ ହେଉଛନ୍ତି ।

ଗ୍ରାମାଞ୍ଚଳରେ ପାନୀୟ ଜଳ ଯୋଗାଣ ପାଇଁ ସରକାର ସୋଲାର ଜଳ ପ୍ରକଳ୍ପ ଓ ବସୁଧା ଯୋଜନା ଭଳି ଯୋଜନା କାର୍ଯ୍ୟକାରୀ କରୁଥିବା ବେଳେ ଏହି ଗ୍ରାମବାସୀଙ୍କ ପ୍ରତି ଶୁଭଦୃଷ୍ଟି ପଡ଼ିନଥିବା ଅଭିଯୋଗ ହୋଇଛି।

ତେଣୁ ପ୍ରଶାସନ ତୁରନ୍ତ ପାଇବରସାହିକୁ ନଳକୂପ କିମ୍ବା କୂପ ନିର୍ମାଣ କରିବାକୁ ଉକ୍ତ ଗ୍ରାମର ଭବାନୀ ମଲିକ, ରିମତି ପ୍ରଧାନ, ଶାନ୍ତି ମଲିକ, ଲକ୍ଷ୍ମୀ ମଲିକ, ଝୁନୁ ସାହୁ, ସୁମିତ୍ରା ସାହୁ, ଅନିତା ବେହେରା, ବାସନ୍ତୀ ବିନ୍ଧାଣି, ସୁଦମତି ପ୍ରଧାନ, ଜନମତି ପ୍ରଧାନ, ଯାଜ୍ଞସେନୀ ପ୍ରଧାନ, ଗିରିଧର ମଲିକ, ରେଣା ପ୍ରଧାନ ଓ ଶୁକଦେବ ବେହେରା ସମେତ ପ୍ରମୁଖ ଗ୍ରାମବାସୀ ଦାବି କରିଛନ୍ତି |

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।