ସୁନ୍ଦରଗଡ଼ ( ଦେବେନ୍ଦ୍ର କୁମାର ଭିତ୍ରିଆ ) :
ଡ଼ିସେମ୍ବର 24 ତାରିଖ ମଙ୍ଗଳବାର ପୂର୍ବାହ୍ନ 11:45 ମିନିଟ ସମୟରେ ବନ୍ଦେ ମାତରମ୍ ଗାନ କରିବାପରେ ଜାତୀୟ ଖାଉଟି ଦିବସ ପାଳିତ ହୋଇଥିଲା।

ଏହି ଅବସରରେ ମୁଖ୍ୟ ଅତିଥି ଭାବେ ସୁନ୍ଦରଗଡ଼ ପୌରପାଳିକାର ଅଧ୍ୟକ୍ଷା ଶ୍ରୀମତୀ ତନୟା ମିଶ୍ର ଯୋଗଦେଇଥିଲା ବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ସଚିବ ଡକ୍ଟର ରିନତୀ ମିଶ୍ର , ସମାଜ ସେବୀ ସ୍ନେହ ଲତା ପଟେଲ, ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତ, ସୁନ୍ଦରଗଡ଼ର ସଭାପତି ନବୀନ କୁମାର ପଟେଲ, ସମ୍ପାଦକ ସୁରେଶ କୁମାର ପୃଷ୍ଟି, ଆଡ ଭାଇଜର ଚିନ୍ମୟ ପାଣିଗ୍ରାହୀ ପ୍ରମୁଖ ଯୋଗ ଦେଇଥିଲେ। ତେବେ ଏହି ଦିବସ ପାଳନ ଉପଲକ୍ଷେ ଆଗାମୀ ଦିନରେ ଗ୍ରାହକଙ୍କୁ ଅଧିକ ସଚେତନ କରିବା ନେଇ ଏକ ଶକ୍ତ ଖସଡ଼ା ପ୍ରସ୍ତୁତ କରାଯାଇଥିବା କଥା ସଙ୍ଘର ସମ୍ପାଦକ କହିଛନ୍ତି ।
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।