February 24, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ରାଷ୍ଟ୍ରୀୟ କୃଷକ ଦିବସ

ସୁଦୃଢ ଅର୍ଥନୀତିରେ ଦେଶର କୃଷକମାନେ ମୁଖ୍ୟ ଭୂମିକା ଗ୍ରହଣ କରିଥାନ୍ତି । ଅର୍ଥନୀତି, ସ୍ୱାସ୍ଥ୍ୟ, ପୃଷ୍ଟିକର କ୍ଷେତ୍ରରେ କୃଷକମାନେ ହିଁ ମେରୁଦଣ୍ଡ ସଦୃଶ । କୃଷି ଓ କୃଷକର ଉନ୍ନତିରେ ଦେଶର ପ୍ରଗତି ସମ୍ଭବ ।ଦେଶରେ କୃଷକ ମାନଙ୍କ ଅବଦାନକୁ ଉଜ୍ଜିବିତ କରି ରଖିବା ପାଇଁ ଦେଶର ପଞ୍ଚମ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂ ନିଜ ଜନ୍ମ ଦିନକୁ ରାଷ୍ଟ୍ରୀୟ କୃଷକ ଦିବସ ଭାବେ ପାଳନ କରିବାକୁ ଘୋଷଣା କରିଥିଲେ । ସେବେଠାରୁ ପ୍ରତି ଡିସେମ୍ବର ୨୩ ତାରିଖକୁ ରାଷ୍ଟ୍ରୀୟ କୃଷକ ଦିବସ ରୂପେ ପାଳନ କରାଯାଉଛି । ଜୀବନ ଧାରଣର ମୁଖ୍ୟ ଅବଶ୍ୟକତା ହେଉଛି କୃଷି । ହେଲେ ସେଇ କୃଷକ ଆଜିବି ଅବହେଳିତ । କୃଷକଙ୍କୁ ସମ୍ମାନ ତ ଦୂରର କଥା , ଉଚିତ ମୂଲ୍ୟ ଦେବାକୁ ବି କିଛି ଲୋକ କୁଣ୍ଠାବୋଧ କରିଥାନ୍ତି । ବିକାଶର ମୂଳମନ୍ତ୍ର କୃଷି । ଆମ ଓଡ଼ିଶାର ଅର୍ଥନୀତିକୁ ସୁଦୃଢ କରିବାରେ ଚାଷୀଙ୍କ ଭୂମିକା ଅତୁଳନୀୟ ଅଟେ। ଜାତୀୟ କୃଷକ ଦିବସ ଅବସରରେ କ୍ଷୁଧାମୁକ୍ତ ସମାଜ ଗଠନ କରି ସାରା ବିଶ୍ୱକୁ ଖାଦ୍ୟ ଯୋଗାଉ ଥିବା ଓଡ଼ିଶାର ସମସ୍ତ କୃଷକ ପରିବାର ତଥା ଅନ୍ନଦାତା କୃଷି ଭାଇଭଉଣୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା।

ମୋତେ ଟିଭି ଓଡିଶା, ଭୁବନେଶ୍ୱର

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।