January 26, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଜାତୀୟ ହସ୍ତତନ୍ତ ଦିବସ ବୁଣାକାରଙ୍କ ସମ୍ମାନ ପାଇଁ ଦିନଟିଏ

ଓଡ଼ିଶାର ସଂସ୍କୃତି ଏବଂ ପରମ୍ପରାର ମୁଖ୍ୟ ଅଙ୍ଗ ହେଉଛି ହସ୍ତତନ୍ତ ଶିଳ୍ପ। ଆମ ରାଜ୍ୟର ବାନ୍ଧକଳା ବିଶ୍ବ ପ୍ରସିଦ୍ଧ। ବ୍ରହ୍ମପୁର ପାଟ ଶାଢ଼ି ଓ ଯୋଡ଼, ବୋମକେଇ ଶାଢ଼ି, ଧଳାପଥର ଶାଢ଼ି, କୋଟପାଡ଼ ଶାଢ଼ି ସମେତ ସମ୍ବଲପୁରୀ ପାଟ ବସ୍ତ୍ର ଆଜି କେବଳ ଦେଶ ମଧ୍ୟରେ ନୁହେଁ, ବିଦେଶରେ ମଧ୍ୟ ବେଶ୍‌ ଜନାଦୃତ। ପିଢ଼ି ପରେ ପିଢ଼ି ଓଡ଼ିଶାର ଅଧିକାଂଶ ଗ୍ରାମ ନିଜ ଅଞ୍ଚଳର ହସ୍ତଶିଳ୍ପ କଳାକୁ କୌଳିକ ବୃତ୍ତି ଭାବେ ଆପଣେଇ ଆସୁଛନ୍ତି। ଏହି ହସ୍ତତନ୍ତଗୁଡ଼ିକ ନିଜର ସ୍ୱତନ୍ତ୍ରତା, ମୌଳିକତା ତଥା ଗୁଣବତ୍ତା ବଜାୟ ରଖିବା କାରଣରୁ ରାଜ୍ୟର ହସ୍ତତନ୍ତର ଚାହିଦା କ୍ରମଶଃ ବଢ଼଼ିବାରେ ଲାଗିଛି। ଆମ ହସ୍ତତନ୍ତ ଏକ ପ୍ରମୁଖ ଗ୍ରାମୀଣ କୁଟୀର ଶିଳ୍ପ ଏବଂ ଏହା ଆମ ଐତିହ୍ୟ, କଳା, ସଂସ୍କୃତି ଓ ପରମ୍ପରାର ଏକ ଅବିଚ୍ଛେଦ୍ୟ ଅଙ୍ଗ l ଆମ ହସ୍ତତନ୍ତ ଉତ୍ପାଦ ଗୁଡିକ ଅନନ୍ୟ ଏବଂ ବିଶ୍ୱପ୍ରସିଦ୍ଧ ଏଥିପାଇଁ ଆମ ଉଚ୍ଚ କୁଶଳୀ ବୁଣାକାର ମାନଙ୍କ ପ୍ରୟାସକୁ ପ୍ରଶଂସା ଜଣାଇବା ସହ ‘ଭୋକାଲ୍ ଫର୍ ଲୋକାଲ୍‌’ ହେବା ପାଇଁ ଆମର ପ୍ରତିବଦ୍ଧତାକୁ ଦୋହରାଉଛି l

ସତ୍ୟାନନ୍ଦ ପାଣିଗ୍ରାହୀ

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।