MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଓଡିଶା ରେ ଗଡିବ ନବୀନ ଇଞ୍ଜିନ, ନିର୍ବାଚନି ପ୍ରଚାରରେ ଆସି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଶଙ୍ଖନାଦ କଲେ ଭି. କେ.ପାଣ୍ଡିଆନ।

କଳାହାଣ୍ଡି:୨୭/୦୪ : ନିର୍ବାଚନି ପ୍ରଚାରରେ ଭି.କେ ପାଣ୍ଡିଆନ କଳାହାଣ୍ଡି ଗସ୍ତରେ ଆସି ପ୍ରଥମେ କୋକସରା ବ୍ଲକ ଓ ଦଣ୍ଡପାଟ ଅଞ୍ଚଳର ଗୋତମୁଣ୍ଡା ଗ୍ରାମ ହାଇସ୍କୁଲ ପଡ଼ିଆରେ ନିର୍ଦ୍ଧାରିତ ସମୟର ୨ ଘଣ୍ଟା ୧୫ ମିନିଟ ବିଳମ୍ବ ରେ ଆସି ଦିନ ୧ ଘଣ୍ଟା ସମୟରେ ହେଲିକ୍ୟାପ୍ଟର ଯୋଗେ ପହଞ୍ଚିବା ପରେ ମଞ୍ଚ ସମ୍ମୁଖରେ ଉପସ୍ଥିତ ଥିବା ହଜାର ହଜାର ଜନ ସାଧାରଣଙ୍କୁ ଭେଟି କରମର୍ଦ୍ଧନ ସେଲ୍ଫି, ସହ ଅଭିଯୋଗ ପତ୍ର ଗ୍ରହଣ କରିଥିଲେ।

ମଞ୍ଚରେ ଜୟ ଜଗନ୍ନାଥ, ଜୟ ଦଣ୍ଡପାଟ ବୋଲି ସମ୍ବୋଧନ କରି ବକ୍ତବ୍ୟ ଆରମ୍ଭରେ ଧରମଗଡ଼ର ଭାଇ ବହେନ୍ ମାନେ କେନ୍ତା ଅଛନ୍, ଆପନ ସମସ୍ତଙ୍କେ ମୋର ଜୁହାର, ମୋର ଟିକେ ଡେରି ହେଲା ଏତେ ଖରାରେ ଅପେକ୍ଷା କରିଥିବାରୁ ମୁଣ୍ଡିଆ ଜୁହାର ବୋଲି କହିଥିଲେ। ଧରମଗଡ଼ ମାଟି ମୋର ଜନ୍ମ ମାଟି କହିଲେ ଅତ୍ୟୁକ୍ତି ହେବ ନାହିଁ, ଦୀର୍ଘ ବର୍ଷ ଧରି ମୁଁ ଏହି ମାଟି ପାଣି ପବନରେ ମୋର ଜୀବନ ବିତାଇଛି l ଏଣୁ ସବୁବେଳେ ଧରମଗଡ଼ ମୋର ପାଇଁ ଅଭୁଲା ବୋଲି କହିଥିଲେ।

ଆମ ମୁଖ୍ୟମନ୍ତ୍ରୀ କଥା କମ ଓ କାମ ବେଶିରେ ବିଶ୍ୱାସ ରଖନ୍ତି। କଳାହାଣ୍ଡି ଜିଲ୍ଲାରେ ମୁଖ୍ୟମନ୍ତ୍ରୀଙ୍କ ୨୫ ବର୍ଷ ଶାସନରେ ବିକାଶ ଦ୍ରୁତ ଗତିରେ ହୋଇଛି। ମୋ ସାମ୍ନାରେ ଥିବା ଏହି ରାସ୍ତାରେ ଦିନେ ଟ୍ରାକ୍ଟର ଚାଲୁ ନଥିଲା ଆଜି ବିଜୁ ଏକ୍ସପ୍ରେସ ୱେ ରେ ରୂପାନ୍ତରିତ କଳାହାଣ୍ଡି ରୁ ପଶ୍ଚିମ ଓଡିଶା ର ଅନ୍ୟ ଜିଲ୍ଲାକୁ ଯୋଡ଼ିଛି। ଏହା ଏକ ଉଦାହରଣ ମାତ୍ର। ମୁଁ ଗତ ବର୍ଷ ମେ ୧୯ ତାରିଖରେ କଳାହାଣ୍ଡି ଆସିଥିଲି ଓ ସେହି ସମୟରେ ଆପଣ ମାନେ ଯେଉଁ ପ୍ରକଳ୍ପ ପାଇଁ ଲିଖିତ ଭାବେ ଦେଇଥଲେ, ମାନ୍ୟବର ମୁଖ୍ୟମନ୍ତ୍ରୀ ୧୧୦ କୋଟି ଟଙ୍କା ମଞ୍ଜୁର କରିଥିଲେ। ଆଗକୁ ମଧ୍ୟ ବିକାଶ ଜାରି ରହିବ।

ବିଜେଡି ସାଂସଦ ଲମ୍ବୋଦର ନିଆଲ ଓ ବିଧାୟକ ପ୍ରାର୍ଥୀ ପୁଷ୍ପେନ୍ଦ୍ର ସିଂଦେଓ ଙ୍କୁ ଯୋଡ଼ା ଶଙ୍ଖରେ ଭୋଟ ଦେଇ ପୁଣିଥରେ ଷଷ୍ଟ ଥର ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଓଡିଶାର ବିକାଶର ସାରଥୀ କରିବାକୁ ଉପସ୍ଥିତ ହଜାର ହଜାର ଜନ ସାଧାରଣଙ୍କୁ ସମ୍ବୋଧନ ଓ ଅନୁରୋଧ କରିଥିଲେ ପାଣ୍ଡିଆନ। ଏହି ଅବସରରେ ମଞ୍ଚ ରେ ପାଣ୍ଡିଆନଙ୍କ ସହ ସାଂସଦ ପ୍ରାର୍ଥୀ ଲମ୍ବୋଦର ନିଆଲ ଓ ଧର୍ମଗଡ଼ ବିଧାୟକ ପ୍ରାର୍ଥୀ ପୁଷ୍ପେନ୍ଦ୍ର ସିଂଦେଓ, ଧର୍ମଗଡ଼ ବିଧାୟକ ମୋୖଷଧି ବାଗ ମଞ୍ଚରେ ଉପସ୍ଥିତ ରହି ଭୋଟ ଭିକ୍ଷା କରିଥିଲେ।

ଏହି ଅବସରରେ ଆୟୋଜିତ ମିଶ୍ରଣ ପର୍ଵରେ କଂଗ୍ରେସ ଓ ବିଜେପି ରୁ ୨୫୦ ରୁ ଉର୍ଦ୍ଧ କର୍ମକର୍ତ୍ତା ବିଜେଡିରେ ଯୋଗ ଦେଇଥିଲେ। ନିର୍ଵାଚନୀ ପ୍ରଚାର ସଭା ଆୟୋଜନରେ ଜିଲ୍ଲା ପରିଷଦ ସଭ୍ୟ ହେମନ୍ତ ମାଝୀ, ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ, ବ୍ଲକ ସଭାପତି ସୁଶାନ୍ତ କୁମାର ବେହେରା ଓ ଦଲୀୟ କର୍ମକର୍ତ୍ତା ସହଯୋଗ କରିଥିଲେ।।କଡା ସୁରକ୍ଷା ମଧ୍ୟରେ ନିର୍ବାଚନି ସଭା ଆୟୋଜନ କରା ଯାଇଥିବା ବେଳେ ଏହି ଜନ ସମାବେଶରେ ୧୦ ହଜାର ରୁ ଉର୍ଦ୍ଧ ଜନ ସାଧାରଣଙ୍କ ସମାବେଶ ହୋଇଥିଲା।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।