ଆସିକା ନିର୍ବାଚନ ମଣ୍ଡଳୀର କଇଁଫୁଲିଆ ଛକ ନିକଟରେ ଚାଷୀଙ୍କୁ ଭେଟି ଥିଲେ। ଆସିକା ଅଞ୍ଚଳର ବିଭିନ୍ନ ଗ୍ରାମରୁ ଆସିଥିବା ଚାଷୀଙ୍କ ସହ ଆଲୋଚନା କରିଥିଲେ।
ଚାଷୀ ମାନେ ବି ନିଜ ନିଜ ଜମିର ନଷ୍ଟ ହୋଇ ଥିବା ଧାନ କୁ ହାତରେ ଧରି ନିଜ ଦୁଃଖ କହିଥିଲେ। ନବୀନଙ୍କ ଗ୍ରସ୍ତ ସମୟରେ ଆସିକା ପୁର୍ବତନ ସାଂସଦ, ଆସିକା ପୁର୍ବତନ ବିଧାୟକ, ଗଂଜାମ ଜିଲ୍ଲା ବିଜେଡି ର ସଭାପତି ଚ୍ୟାଉ ପଟନାୟକ ସମେତ ବହୁ ସ୍ଥାନୀୟ ନେତା ମଧ୍ୟ ଉପସ୍ଥିତ ଥିଲେ।
ନବୀନ ଆସିକା ତହସିଲଦାର ଓ ଭଞ୍ଜନଗର ର ଉପଜିଲ୍ଲାପାଳ ଙ୍କୁ ଚାଷୀଙ୍କ କ୍ଷୟ କ୍ଷତି ବିଷୟରେ ତୁରନ୍ତ ରିପୋର୍ଟ ଦେଇ ସମସ୍ତ ଚାଷୀଙ୍କ ନିକଟକୁ ଯିବା ପାଇଁ କହିଥିଲେ। ଅନ୍ୟ ପଟେ ଆଜି ଚାଷୀ ମାନେ ମଧ୍ୟ ଦିର୍ଘ ସମୟ ଧରି ନବୀନଙ୍କୁ ଭେଟିବା ପାଇଁ ଅପେକ୍ଷା କରିବା ପରେ ଶେଷରେ ନବୀନଙ୍କୁ ପାଖରେ ପାଇଁ ଖୁସି ହୋଇଥିଲେ l
ଗଞ୍ଜାମ ରୁ ଭଗବାନ ପାଢ଼ୀ ଙ୍କ ରିପୋର୍ଟ
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।