MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ମୋହନ ସରକାରଙ୍କ ନାଁରେ ଏମିତି ଅଭିଯୋଗ ଆଣି ବର୍ଷିଲେ ନବୀନ ପଟ୍ଟନାୟକ

ମୋ ଟିଭି ଓଡିଶା / ଭୁବନେଶ୍ୱର :

ବଜେଟ ଆଲୋଚନାରେ ଭାଗ ନେଇ ରାଜ୍ଯ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ପ୍ରଥମେ ସେ କଟାକ୍ଷ କରି କହିଛନ୍ତି-ନୂଆ ସରକାରକୁ ଧନ୍ଯବାଦ ଯେ, ବିଜେଡି ସରକାରର ୮୦% ରୁ ଅଧିକ ଯୋଜନାକୁ ଆପଣେଇଛନ୍ତି ନୂଆ ସରକାର। ବଜେଟରେ ପରିବର୍ତ୍ତନ ଦେଖୁଛି। ଯେପରି ନାଁ ପରିବର୍ତନ। ଏହା ଗେମ୍ ଚେଞ୍ଜର ନୁହେଁ, ନେମ୍ ଚେଞ୍ଜର। ଏହି ଯୋଜନାଗୁଡିକର ରୂପରେଖ ବିଜେଡି ପ୍ରସ୍ତୁତ କରିଥିଲା। ବାକି 20% ସରକାର ପ୍ରତିଶୃତି ଉପରେ କହୁଛନ୍ତି। ନୂଆ ସରକାର ସୁଭଦ୍ରା ଯୋଜନା ଜରିଆରେ 0.29% ଇସ୍ତାହାର ପ୍ରତିଶୃତି ଦେଇଛି। ୨ କୋଟିରୁ ଅଧିକ ମହିଳା ଅଛନ୍ତି। ପ୍ରତିଶୃତି ପୂରଣ କରିବାକୁ ୧ ଲକ୍ଷ କୋଟି ଦରକାର। ହେଲେ ୧୦ ହଜାର କୋଟି ବଜେଟରେ ଅଛି। ଯାହା କେବଳ ୧୦ ପ୍ରତିଶତ ମହିଳାଙ୍କୁ ସୁବିଧା ଦେବ। ବାକି ମହିଳାଙ୍କ କଣ ହେବ ବୋଲି ପ୍ରଶ୍ନ କରିଛନ୍ତି ନବୀନ।

ପେନସନ କଥା ବି ଉଠାଇଛନ୍ତି ବିରୋଧୀ ଦଳ ନେତା। ସେ କହିଛନ୍ତି-ନୂଆ ସରକାରଙ୍କ ଯୋଜନା ଅନୁସାରେ ୮୦ ବର୍ଷରୁ ଅଧିକ ଲୋକ ପାଇବେ ବର୍ଦ୍ଧିତ ପେନସନ। ହେଲେ ୬୦ରୁ ୮୦ ବର୍ଷ ଲୋକଙ୍କ କଣ ହେବ। ଏଥିପାଇଁ ୨୧ ହଜାର କୋଟି ଦରକାର। ଧାନର MSP ୩୧୦୦ ଟଙ୍କା କରିବାକୁ କହିଛନ୍ତି ସରକାର। ବଜେଟରେ ୩୦% ଚାଷୀ ବି ସୁବିଧା ପାଇବେନି। ବାକି ଚାଷୀଙ୍କ କଣ ହେବ। ମାଗଣା ବିଦ୍ୟୁତ କେମିତି ଦେବ। ଓଡ଼ିଶାର ୩ ଲକ୍ଷ ଘର ଏହି ଯୋଜନାରେ ଉପକୃତ ହେବେ। ରାଜ୍ଯରେ ୧ କୋଟି ଘର ଅଛି । ଏହା କଣ ମାଗଣା ବିଜୁଳି ପ୍ରତିଶୃତି କି ବୋଲି କଟାକ୍ଷ କରିଛନ୍ତି ନବୀନ।

ତା ସହିତ ସେ ଚ୍ୟାଲେଞ୍ଜ ଦେଉଛନ୍ତି-ଆଗାମୀ ୫ ବର୍ଷରେ ବିଜେପି ୫% ଘରକୁ ଵି ମାଗଣା ବିଜୁଳି ଦେଇ ପାରିବ ନାହିଁ । ଲୋକେ ଜୁଲାଇରୁ ମାଗଣା ବିଜୁଳି ଅପେକ୍ଷାରେ ଅଛନ୍ତି। ରାଜ୍ଯ ସରକାରଙ୍କୁ ନିଶାନା କରି ନବୀନ କହିଛନ୍ତି-ଆପଣ ଲୋକଙ୍କୁ ଠକିଛନ୍ତି । ୨୫ ଲକ୍ଷ ମହିଳାଙ୍କୁ ଲକ୍ଷପତି ଦିଦି କରିବାକୁ କହିଲ। ଏଥିପାଇଁ ୨୦ ହଜାର କୋଟି ଟଙ୍କାର ବଜେଟ ଦରକାର। ପ୍ରତିଶୃତି ପାଳନ ନ କଲେ, ଲୋକେ ଆଶା ହରାଇବେ। ପ୍ରାର୍ଥନା କରୁଛି ଯେ ଲୋକେ ନ ଭାବନ୍ତୁ ଯେ ମିଛ କହି ଆପଣ ଜିତିଛନ୍ତି।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।