MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ନବୀନଙ୍କ ଗ୍ୟାରେଣ୍ଟି,ବିନା ସୁଧରେ ମିଳିବ ୨ ଲକ୍ଷ ଟଙ୍କାର ଋଣ….

ମୋଟିଭି ଓଡିଶା : ରାଜ୍ୟ ସରକାର ଯୁବପିଢ଼ିଙ୍କୁ ସଶକ୍ତ କରିବା ପାଇଁ ଯୁଗାନ୍ତକାରୀ ପଦକ୍ଷେପ ନେଇଛନ୍ତି। ଯୁବପିଢ଼ି ଆଗେଇଲେ ଓଡ଼ିଶା ବିକଶିତ ରାଜ୍ୟରେ ପରିଣତ ହୋଇପାରିବ ବୋଲି ହୃଦୟଙ୍ଗମ କରିଛନ୍ତି। ଏହାସହ ୨୦୨୪ ନିର୍ବାଚନରେ ପୁଣି ସରକାରକୁ ଆସିଲେ ଆହୁରି କିଛି ଯୋଜନା ଲାଗୁ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଏହି କ୍ରମରେ ନବୀନ ସରକାର ଘୋଷଣା କରିଛନ୍ତି କି ରାଜ୍ୟର ଯୁବକମାନଙ୍କ ବିକାଶ ଓ ସମୃଦ୍ଧି ପାଇଁ ଆଗାମୀ ୧୦ ବର୍ଷରେ ୧ ଲକ୍ଷ କୋଟି ଟଙ୍କାର ସ୍ୱତନ୍ତ୍ର ଯୁବ ବଜେଟ ଆଣିବେ। ଏହି ବଜେଟକୁ ୧୦ ବର୍ଷ ମଧ୍ୟରେ ଯୁବପିଢିଙ୍କ ସମୃଦ୍ଧି ପାଇଁ ବିଭିନ୍ନ ଦିଗରେ ଖର୍ଚ୍ଚ କରାଯିବ ବୋଲି ରାଜ୍ୟ ସରକାର ପ୍ରତିଶ୍ରୁତି ଦେଇଛନ୍ତି । ସେହିଭଳି ରାଜ୍ୟର ଶିକ୍ଷିତ ଓ ଅର୍ଦ୍ଧଶିକ୍ଷିତ ବେକାର ଯୁବକ ଯୁବତୀମାନଙ୍କୁ ଆତ୍ମନିର୍ଭର କରିବାକୁ ରାଜ୍ୟ ସରକାର ସ୍ୱୟମ ଯୋଜନା ନାମରେ ଏକ ଯୋଜନା ପ୍ରଣୟନ କରିଛନ୍ତି । ଏହି ଯୋଜନାରେ ରାଜ୍ୟର ବେକାର ଯୁବକ ଯୁବତୀମାନେ ବ୍ୟାଙ୍କରୁ ବିନା ସୁଧରେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ନେଇପାରିବେ । ଏହି ଋଣ ଦେବା ବେଳେ ବ୍ୟାଙ୍କ ଋଣଗ୍ରହିତାଙ୍କୁ କୌଣସି ବନ୍ଧକ ମାଗିପାରିବେ ନାହିଁ। ଏହି ଋଣ ସହଜ ଓ ସୁବିଧାରେ ଉପଲବ୍ଧ ହେବ। ଏଥିପାଇଁ ରାଜ୍ୟ ସରକାର ସମସ୍ତ ବ୍ୟାଙ୍କଗୁଡିକୁ ସୂଚନା ପ୍ରଦାନ କରିଛନ୍ତି। ଋଣ ନେଇ ବେକାର ଯୁବକ ଯୁବତୀ ବ୍ୟବସାୟ ସହ ଅନ୍ୟ କିଛି କରି ନିଜର ଗୁଜରାଣ ମେଣ୍ଟାଇପାରିବେ। ଏହାସହ ସେମାନଙ୍କ ପାଖରେ ଯଦି ବ୍ୟବସାୟ ପ୍ରତିଷ୍ଠାନ ରହିଛି ତେବେ ତାହାକୁ ବୃଦ୍ଧି କରିପାରିବେ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।