January 27, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଛାଡ଼ୁନି ନବୀନଙ୍କର ପାଣ୍ଡିଆନ ପ୍ରୀତି ।

ମୋ ଟିଭି ଓଡିଶା / ଭୁବନେଶ୍ୱର :

ଛାଡ଼ୁନି ନବୀନଙ୍କର ପାଣ୍ଡିଆନ ପ୍ରୀତି । ବିଜେଡିକୁ ୨୫ ବର୍ଷ ପରେ ପରାଜୟର ସ୍ବାଦ ଚଖାଇଥିବା ପାଣ୍ଡିଆନଙ୍କ ସପୋର୍ଟରେ ପୁଣି ବାହାରିଲେ ନବୀନ । ପୂର୍ବରୁ ପାଣ୍ଡିଆନଙ୍କୁ ଜଣେ ସଚ୍ଚୋଟ ଓ ଦକ୍ଷ ଅଫିସରର ମୁକୁଟ ପିନ୍ଧାଇଥିବା ନବୀନ ଏବେ ପୁଣି ପାଣ୍ଡିଆନ ସମର୍ପିତ ଭାବେ ଦଳ ଓ ଓଡ଼ିଶାର ସେବା କରିଥିବା କଥା ସୋସିଆଲ ମିଡିଆରେ ଲେଖିଛନ୍ତି । ପ୍ରକୃତରେ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଏକ ଖବରର ପ୍ରତିକ୍ରିୟାରେ ନିଜର ଏକ୍ସ ଆକାଉଣ୍ଟରେ ଏଭଳି ଲେଖିଛନ୍ତି ବିଜେଡି ସୁପ୍ରିମୋ । ଖବରଟିରେ ନବୀନ ପାଣ୍ଡିଆନଙ୍କ ଠାରୁ ଦୂରେଇଥିବା ନେଇ ଖବର ପ୍ରକାଶ ପାଇଥିଲା । ନିର୍ବାଚନ ପୂର୍ବରୁ ଟି ଫର୍ ତାମିଲ୍, ଟି ଫର୍ ଟାଉଟର୍ ଏହା ନିର୍ବାଚନ ପୂର୍ବରୁ ଥିଲା ବିରୋଧୀଙ୍କ ସ୍ବର । ବିଜେଡିର ଅନେକ ପାଣ୍ଡିଆନଙ୍କୁ ଭିଲେନ ବୋଲି କହୁଛନ୍ତି ।

କିନ୍ତୁ ନବୀନଙ୍କ ପାଇଁ ଏବେ ବି ପାଣ୍ଡିଆନ ହିରୋ । ଓଡ଼ିଶାର ଖଣି, ପାଣିକୁ ଲୁଟ୍ ର ମହାନାୟକ 5 ତାମିଲ୍  । ତେଣୁ ପୁଣି ଥରେ ଓଡ଼ିଆଙ୍କ କଟା ଘା’ରେ ଚୂନ ମାରିଲେ କି ନବୀନ ? । ସାରା ଓଡ଼ିଶାରେ ଯିଏ ଏବେ ଏକ ନିନ୍ଦିତ ଚେହେରା । ଯାହା ପାଇଁ 2024ରେ ଶୋଚନୀୟ ପରାଜୟର ସ୍ବାଦ ଚାଖିଲା 25 ବର୍ଷର ବିଜେଡି ସରକାର । ଯିଏ ଓଡ଼ିଆ ଅସ୍ମିତା, ସ୍ବାଭିମାନ, ଭାଷା, ସଂସ୍କୃତିକୁ ତଳି ତଳାନ୍ତ ପାଇଁ କରିଥିଲା ଷଡ଼ଯନ୍ତ୍ର । ଯାହାଙ୍କ ନାଁରେ ଓଡ଼ିଶାର ପାଣି, ଖଣି ଟଙ୍କା ଲୁଟର ସାଘାଂତିକ ଅଭିଯୋଗ । ତାଙ୍କ ପ୍ରତି କାହିଁକି ଯେ ନବୀନଙ୍କ ଅହେତୁକ ଦୁର୍ବଳତା ତା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।