January 8, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ନବୋଦୟ ବିଦ୍ୟାଳୟ ସମିତି ଜାତୀୟ ସ୍ତରୀୟ ହକି ସଙ୍ଗମ ଉଦଯାପିତ l


ସୁନ୍ଦରଗଡ଼ (ଦେବେନ୍ଦ୍ର କୁମାର ଭିତ୍ରିଆ)

ସୁନ୍ଦରଗଡ ଜିଲ୍ଲା ଲେଫ୍ରିପଡ଼l ବ୍ଲକ ଅନ୍ତର୍ଗତ ଜିଙ୍କ ନଗରସ୍ଥିତ ପିଏମ ଶ୍ରୀ ସ୍କୁଲ ଜବାହର ନବୋଦୟ ବିଦ୍ୟାଳୟ ଠାରେ ତିନି ଦିନ ଧରି ଚାଲିଥିବା ଜାତୀୟ ହକି ସଙ୍ଗମ ଉଦଯାପିତ ହୋଇଯାଇଛି l ଉଦଯାପିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଧନରlଜ ପିଲ୍ଲେ ( ୪ ଥର ଲେଖାଏଁ ଅଲିମ୍ପିକ, ୱାଲ୍ଡ଼ ଚାମ୍ପିଅନସିପ, ଏସିଆନ ଗେମ୍ସ ତଥା ପଦ୍ମଶ୍ରୀ, ରାଜୀବ ଗାନ୍ଧୀ ଖେଳରତ୍ନ, ଅର୍ଜୁନ ଓ ଭାରତ ଗୌରବ ପୁରସ୍କାରରେ ସମ୍ମାନୀତ ) ଯୋଗଦାନ କରି ଛାତ୍ର ଛାତ୍ରୀ ମାନଙ୍କୁ ପାଠ ପଢା ଧ୍ୟାନ ଦେବା ସହିତ ଯେ କୌଣସି ଖେଳ ଖେଳିବା ପାଇଁ ଉପଦେଶ ଦେଇଥିଲେ l

ଜାତୀୟ ଖେଳ ହକି ଉପରେ ଗୁରୁତ୍ବ ଦେବା ସହ ସୁନ୍ଦରଗଡ ହକି ଖେଳାଳୀଙ୍କ ଅବଦାନ ତଥା ନିଜର ସଂଘର୍ଷ ମୟ ଜୀବନୀ ଉପରେ ଆଲୋକପାତ କରିଥିଲେ l ସମ୍ମାନୀତ ଅତିଥି ଭାବେ ଉପ ଜିଲ୍ଲାପାଳ ଦାଶରଥି ଶରlବୁ, ଜିଲ୍ଲା ଶିକ୍ଷା ଅଧିକାରୀ ଅମୂଲ୍ୟ କୁମାର ପଧାନ, ଜିଲ୍ଲା କ୍ରୀଡ଼ା ଅଧିକାରୀ ବିଶ୍ୱ କେଶନ ପାଣ୍ଡେ, ବରଗଡ ନବୋଦୟ ବିଦ୍ୟାଳୟର ଅଧ୍ୟକ୍ଷ ସରୋଜ କୁମାର ତ୍ରିପାଠୀ, ରାଏଗଡ ନବୋଦୟ ର ଭାରପ୍ରାପ୍ତ ଅଧ୍ୟକ୍ଷl ଅନୁରାଧା ଶର୍ମା, ଝାରସୁଗୁଡ଼ା ନବୋଦୟ ଉପାଧ୍ୟକ୍ଷ ନିରଞ୍ଜନ ଦଳାଇ ଉପସ୍ଥିତ ଥିଲେ l ସମସ୍ତ ମ୍ୟାଚ୍ ଗୁଡ଼ିକ ଟାଙ୍ଗରପାଲି ବ୍ଲକ ଅନ୍ତର୍ଗତ ଯୋଗୀମାଲ ହକି ଟର୍ବରେ ଚାଲିଥିଲା ଏବଂ ଫାଇନାଲ ମ୍ୟାଚ୍ ଦୁଇଟି ଅତି ଚିତ୍ତାକର୍ଷକ ସହ ସଂଘର୍ଷ ମୟ ଥିଲା l

ବାଳକ ବର୍ଗ ଫାଇନାଲ ମ୍ୟାଚରେ ପାଟଣା ଜୋନ ୨/୧ ପଏଣ୍ଟରେ ଲକ୍ଷ୍ନୌ ଜୋନ ଠାରୁ ବିଜୟୀ ହୋଇଥିବା ବେଳେ ବାଳିକା ବର୍ଗରେ ଭୋପାଳ ଜୋନ ୨/୧ ପଏଣ୍ଟରେ ଜୟପୁର ଜୋନ ଠାରୁ ବିଜୟୀ ହୋଇଥିଲେ l ଉଦଯାପିତ ଉତ୍ସବରେ ଆସିଷ୍ଟାଣ୍ଟ କମିଶନର ଭି. ମୁନି ରମେୟl ସ୍ଵାଗତ ଭାଷଣ ଦେଇ ଥିବା ବେଳେ ଜିଙ୍କ ନଗର ନବୋଦୟ ବିଦ୍ୟାଳୟ ଅଧ୍ୟକ୍ଷ ତାପସ କୁମାର ଚଟୋପାଧ୍ୟlୟ ଧନ୍ୟବାଦ ଅର୍ପଣ କରିଥିଲେ l ନୂଆପଡ଼l ନବୋଦୟ ବିଦ୍ୟାଳୟର ଛାତ୍ରୀଙ୍କ ଉତ୍ତରାଖଣ୍ଡି ନୃତ୍ୟ ଏବଂ ସୁନ୍ଦରଗଡ ଛାତ୍ର ଛାତ୍ରୀ ଙ୍କ ସମ୍ବଲପୁରୀ ନୃତ୍ୟ ଅତ୍ୟନ୍ତ ଆକର୍ଷଣୀୟ ଥିଲା l

ବିଜେତା ଓ ଉପ ବିଜେତା ଖେଳାଳି ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ଟ୍ରଫି ଓ ପଦକ ପ୍ରଦାନ କରl ଯାଇଥିଲା l ମହମ୍ମଦ ରଫି ଓ ରିୟା ଦତ୍ତl ମଞ୍ଚ ପରିଚାଳନା କରିଥିବା ବେଳେ ପ୍ରଦୀପ ଦୋରl ଖେଳ ସମୟରେ ଆଙ୍କେରିଂ କରିଥିଲେ l ଶେଷରେ ସମସ୍ତ ଅତିଥିଙ୍କୁ ଉପଢୌକନ, ଉତ୍ତରୀୟ ଓ ଫୁଲତୋଡ଼ା ଦେଇ ସମ୍ମାନୀତ କରଯାଇଥିଲା l କାର୍ଯ୍ୟକ୍ରମରେ ଭୋପାଳ ଜୋନ କୋଚ୍ ପ୍ରସନ୍ନ କୁମାର ଷଣ୍ଢ, ଜୟନ୍ତୀ କୁଜୁର, ବିନୋଦ କୁମାର ବରାଇ , ବି କେ ସାହୁ, ଈଶ୍ୱର ଭୋଇ ପ୍ରମୁଖ ସହଯୋଗ କରିଥିଲେ l

Latest news
ଆଜିଠାରୁ ତିନି ଦିନିଆ ଜାତୀୟ ପ୍ରବାସୀ ଭାରତୀୟ ଦିବସ । ସମସ୍ତଙ୍କ ସୁରକ୍ଷା ଓ ନିରାପଦକୁ ଦୃଷ୍ଟି ଦିଆଯାଉଛି ବୋଲି କହିଲ... ପ୍ରବାସୀ ଭାରତୀୟ ସମ୍ମେଳନ: ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱର ଯୁବକଙ୍କୁ ବୀଭତ୍ସ ହତ୍ୟା । ଇସ୍ରୋର ନୂଆ ଅଧ୍ୟକ୍ଷ ହେଲେ ଭି.ନାରାୟଣନ । ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଦିଲ୍ଲୀର ରାଷ୍ଟ୍ରୀୟ ସ୍ମୃତି ପରିସରରେ ନିର୍ମାଣ ହେବ ଦିବଙ୍ଗତ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସମାଧି । ଆଜିଠୁ ଆରମ୍ଭ ହେଉଛି ପ୍ରବାସୀ ଭାରତୀୟ ଦିବସ। ଏକକାଳୀନ ୧୪୮ଜଣ ବରିଷ୍ଠ ଓଏଏସ୍ ଅଫିସରଙ୍କୁ ବଦଳି । ପୁଣି ବାଘକୁ ନେଇ ମୁହାଁମୁହିଁ ଓଡ଼ିଶା ପଶ୍ଚିମବଙ୍ଗ। ୪-୫ଦିନ ମଧ୍ୟରେ ଚାଷୀଙ୍କୁ ମିଳିବ କ୍ଷତିପୂରଣ ରାଶି ।