ସୁନ୍ଦରଗଡ:(ଦେବେନ୍ଦ୍ର କୁମାର ଭିତ୍ରିଆ) ୦୨/୦୯ : ସୁନ୍ଦରଗଡ ଜିଲ୍ଲା ଲେଫ୍ରିପଡ଼l ଅନ୍ତର୍ଗତ ଜିଙ୍କ ନଗର ସ୍ଥିତ ପିଏମ ଶ୍ରୀ ସ୍କୁଲ ଜବାହର ନବୋଦୟ ବିଦ୍ୟାଳୟ ଠାରେ ତିନିଦିନିଆ ଜାତୀୟ ହକି ସଙ୍ଗମ ଆରମ୍ଭ ହୋଇଯାଇଛି l ପ୍ରଥମ ପର୍ଯ୍ୟାୟର ମ୍ୟାଚ୍ ସକାଳ ୭ ଟା ସମୟରେ ଆରମ୍ଭ ହୋଇ ଯାଇଛି l ଟାଙ୍ଗରପାଲି ବ୍ଲକ ଅନ୍ତର୍ଗତ ଯୋଗୀମାଲ ହକି ଟର୍ବ ରେ ପ୍ରଥମ ମ୍ୟାଚ୍ ଲକ୍ଷ୍ନୌ ଜୋନ ୨/୦ ପଏଣ୍ଟ ରେ ଚଣ୍ଡୀଗଡ଼ ଜୋନ ଠାରୁ ବିଜୟୀ ହୋଇଥିବା ବେଳେ ଭୋପାଳ ଓ ପାଟଣା ଜୋନ ମ୍ୟାଚ୍ ରେ ଉଭୟ ୧/୧ ପଏଣ୍ଟ ପାଇଛନ୍ତି l ତାପରେ ଠିକ୍ ୧୦ ଟା ସମୟରେ ଜିଙ୍କ ନଗର ନବୋଦୟ ବିଦ୍ୟାଳୟରେ ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ପୂର୍ବତନ ହକି ତାରକା ଲାଜରୁସ ବାର୍ଲା, ସମ୍ମାନୀତ ଅତିଥି ଭାବେ ଡିଏଭି ଅଟୋନମସ କଲେଜ ର ଅବସର ପ୍ରାପ୍ତ ପ୍ରଫେସର ଶିବ ପ୍ରସାଦ ମିଶ୍ର, ବରଗଡ ନବୋଦୟ ବିଦ୍ୟାଳୟର ଅଧ୍ୟକ୍ଷ ଏସକେ ତ୍ରିପାଠୀ, ଆସିଷ୍ଟାଣ୍ଟ କମିଶନର ମୁନି ରମେୟl, ରାଏଗଡ ନବୋଦୟର ଅଧ୍ୟକ୍ଷl ଅନୁରାଧା ଶର୍ମା, ଝାରସୁଗୁଡ଼ା ନବୋଦୟର ଉପାଧ୍ୟକ୍ଷ ନିରଞ୍ଜନ ଦଳାଇ ଉପସ୍ଥିତ ଥିଲେ ।
ଶ୍ରୀ ବାର୍ଲା ବକ୍ତବ୍ୟରେ ହକିର ଏନ୍ତୁଡ଼ି ଶାଳ ହେଉଛି ସୁନ୍ଦରଗଡ, ଛାତ୍ର ଛାତ୍ରୀ ମାନେ ଭଳ ଭାବରେ ହକି ଖେଳ ତାଲିମ ନେଇ ଆଗାମୀ ଅଲିମ୍ପିକରେ ଭାଗ ନେବା ପାଇଁ ପ୍ରୟାସ ଜାରି ରଖିବା ପାଇଁ କହିଥିଲେ l ଶ୍ରୀ ମିଶ୍ରଙ୍କ ବକ୍ତବ୍ୟ ଅତି ଚିତ୍ତାକର୍ଷକ ଥିଲା, ବିଭିନ୍ନ ଉଦାହରଣ ମାଧ୍ୟମରେ ଛାତ୍ର ଛାତ୍ରୀ ଙ୍କୁ ଉତ୍ସାହିତ କରିଥିଲେ ତତ୍ ସଙ୍ଗେ ଏଠିକାର ଆୟୋଜକଙ୍କୁ ପ୍ରଶଂସା କରିଥିଲେ l ଭାରତର ଚଣ୍ଡୀଗଡ଼, ଲକ୍ଷ୍ନୌ, ପାଟନା, ଭୋପାଳ, ଜୟପୁର, ହାଇଦ୍ରାବାଦ, ପୁନେ ଜୋନର ମୋଟ ୨୨୪ ଜଣ ଖେଳାଳୀ ଯୋଗ ଦେବା ସହ ପ୍ରତ୍ୟେକ ଜୋନରୁ ପାଞ୍ଚ ଜଣ ଲେଖାଏଁ ମାର୍ଗରକ୍ଷୀ ଯୋଗ ଦେଇଛନ୍ତି । ବିଦ୍ୟାଳୟର କେପଟେନ ସତ୍ୟମ କୁମାର ମହାନ୍ତ କ୍ରୀଡ଼ାର ଶପଥ ପାଠ କରାଇଥିବା ବେଳେ ଛାତ୍ରୀ ମାନେ ସ୍ଵାଗତ ସଙ୍ଗୀତ ଗାନ କରିଥିଲେ l
ପୁରୀ ନବୋଦୟର ଛାତ୍ରୀଙ୍କ ଓଡ଼ିଶୀ ନୃତ୍ୟ ଓ ସୁନ୍ଦରଗଡ଼ ଛାତ୍ରୀଙ୍କ ଗଣେଶ ବନ୍ଦନା ଏବଂ ବିଭୁ ନୃତ୍ୟ ଅତ୍ୟନ୍ତ ଆକର୍ଷଣୀୟ ଥିଲା । ମହମ୍ମଦ ରଫି ଓ ରିୟା ଦତ୍ତl ମଞ୍ଚ ପରିଚାଳନା କରିଥିଲେ l ଜିଙ୍କ ନଗର ନବୋଦୟ ବିଦ୍ୟାଳୟ ଅଧ୍ୟକ୍ଷ ତାପସ କୁମାର ଚଟୋପାଧ୍ୟlୟ ସ୍ଵାଗତ ଭାଷଣ ଦେଇଥିବା ବେଳେ ବରିଷ୍ଠ ଶିକ୍ଷକ ଧନଞ୍ଜୟ ସ୍ୱାଇଁ ଧନ୍ୟବାଦ ଦେଇଥିଲେ l ଖେଳ ଶିକ୍ଷକ ପ୍ରସନ୍ନ ଷଣ୍ଢ, ଜୟନ୍ତୀ କୁଜୁର, ବିନୋଦ କୁମାର ବରାଇ , ବି କେ ସାହୁ, ଈଶ୍ୱର ଭୋଇ, ଟି ଏନ୍ ହକ୍କିପ୍, ହିନା, ଉମାରlଣି ଦାସ, ଅରୁଣା ଦାସ, ମିଥିଲେସ କୁମାର, ଚିରଞ୍ଜିତ ଦତ୍ତl ରାଜା ଦତ୍ତl, ସୋନୁ କୁମାର, ସୋନୁ ଶର୍ମା ପ୍ରମୁଖ ସହଯୋଗ କରିଥିଲେ l
More Stories
ବାରଖମା ଠାରେ ଧାନ ମଣ୍ଡି ଉଦଘାଟିତ
ଗୋତମୁଣ୍ଡା ସରକାରୀ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉଦଘାଟିତ
ଡୋକାରିଚଞ୍ଚରା ରେ ଡୋକାରୀ ଦେବୀ ଙ୍କ ମଣ୍ଡେଇ ଯାତ୍ରା ପାଳନ