MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ପାଳନ ହେଲା ନୌସେନା ଦିବସ-2024

ପୁରୀ ବ୍ଲୁ-ଫ୍ଲାଗ ବିଚରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୁଖ୍ୟ ଅତିଥି ।

ଶ୍ରୀକ୍ଷେତ୍ରରୁ ବିଶ୍ବ ଦେଖିଲା ଭାରତୀୟ ଜଳଶକ୍ତିର ପରାକ୍ରମ । ପୁରୀ ଉପକୂଳରେ ସାମର୍ଥ୍ୟ ଦେଖାଇଲା ନୌସେନା । ଯୁଦ୍ଧ ଜାହାଜ ଓ ବିମାନର ଗର୍ଜନରେ ରୋମାଞ୍ଚିତ ହେଲେ ଅତିଥି ଓ ଦର୍ଶକ । ବେଳାଭୁମିରେ ସୃଷ୍ଟି ହେଲା ଯୁଦ୍ଧର ଭ୍ରମ । ପାଳିତ ହେଲା ଭାରତୀୟ ନୌସେନା ଦିବସ-2024 । କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବେ ସାମିଲ ହେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତିଙ୍କ ସହ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ସମସ୍ତ ମନ୍ତ୍ରୀ, ଏକାଧିକ କେନ୍ଦ୍ରମନ୍ତ୍ରୀ ଓ ସମସ୍ତ ବିଧାୟକଙ୍କ ସମେତ ଦେଶବ୍ୟାପୀ ତମାମ ବିଶିଷ୍ଟ ବ୍ୟକ୍ତିବିଶେଷ କାର୍ଯ୍ୟକ୍ରମରେ ସାମିଲ ହୋଇ ଭାରତୀୟ ସାମୁଦ୍ରିକ ଶକ୍ତି ଓ ସାମର୍ଥର ସାକ୍ଷୀ ହୋଇଛନ୍ତି ।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବ୍ଲୁ-ଫ୍ଲାଗ ବିଚରେ ପହଞ୍ଚିବା ପରେ ନୌସେନା ପକ୍ଷରୁ ତାଙ୍କୁ ଗାର୍ଡ-ଅଫ-ଅନର ପ୍ରଦାନ କରାଯାଇଥିଲା । ନୌସେନା ମୁଖ୍ୟ ଆଡମିରାଲ ଦିନେଶ କୁମାର ତ୍ରିପାଠୀ ରାଷ୍ଟ୍ରପତିଙ୍କୁ ସ୍ବାଗତ କରି ଅଭିବାଦନ ସହ ମଞ୍ଚକୁ ପାଛୋଟି ନେଇଥିଲେ । ଏହା ପରେ ଜାତୀୟ ସଙ୍ଗୀତ ଗାନ ସହ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଥିଲା ଅପରେସନାଲ ଡେମୋନଷ୍ଟ୍ରେସନ । ପ୍ରଥମେ ଫ୍ଲାଗ ଫରମେସନରେ ତିନୋଟି ହେଲିକପ୍ଟର ଉଡାଣ ଭରି ଉଡାଣ ଦକ୍ଷତା ପ୍ରଦର୍ଶନ ସ୍ବରୂପ ଯୁଦ୍ଧକଳା ପ୍ରଦର୍ଶନ ଆରମ୍ଭ କରିଥିଲେ ।

ପଛକୁ ପଛ ଏକାଧିକ ହେଲିକପ୍ଟର ଓ ଲଢୁଆ ବିମାନଗୁଡିକ ଭିନ୍ନ ଭିନ୍ନ ଫରମେସନରେ ଉଡାଣ ଭରି କଳାକୌଶଳ ପ୍ରଦର୍ଶନ କରିଥିଲେ । ଏହା ପରେ ଆରମ୍ଭ ହୋଇଥିଲା ସର୍ଚ୍ଚ ଓ ରେସ୍କ୍ୟୁ ଅପରେସନ । ନୌସେନାର ସ୍ପେଶାଲ ୟୁନିଟ ମରିନ କମାଣ୍ଡୋ ମାନେ ଆତଙ୍କବାଦୀଙ୍କ ଦ୍ବାରା ବନ୍ଧକ ଥିବା ଜଣେ ବ୍ୟକ୍ତିଙ୍କୁ ଉଦ୍ଧାର କରି ସମ୍ପୂର୍ଣ୍ଣ ସାମରିକ ଅପରେସନର ଭ୍ରମ ସୃଷ୍ଟି କରି ଦର୍ଶକଙ୍କୁ ବିମୋହିତ କରିଥିଲେ । ପରେ ଏକାଧିକ ଶ୍ରେଣୀର ଯୁଦ୍ଧପୋତ ଗୋଟିଏ ପରେ ଗୋଟିଏ ଅଭିବାଦନ ମଞ୍ଚ ସମ୍ମୁଖରେ ସମୁଦ୍ରରେ ଅତିକ୍ରମ କରିଥିଲେ । ଗୋଟିଏ ବୁଡ଼ା ଜାହାଜ ମଧ୍ୟ ଏହି ଅଭ୍ୟାସରେ ସାମିଲ ହୋଇଥିଲା । ସ୍କାଏ-କିଙ୍ଗ ହେଲିକପ୍ଟର କମାଣ୍ଡୋମାନେ ଏୟାର ଲିଫ୍ଟ ଅପରେସନ ପ୍ରଦର୍ଶିତ କରିଥିଲେ । ପରେ ଚେତକ, ରୋମିଓ, ହାଲ-ଧ୍ରୁବ, ଡ୍ରୋନିୟର, ମିଗ-29 ଓ ଆଣ୍ଟି-ସବମେରାଇନ ବିମାନ ପ୍ରମୁଖ ଉଡାଣ ଭରି ଗୋଲାବର୍ଷଣ କରିଥିଲେ ।

ମୋ ଟିଭି ଓଡିଶା, ପୁରୀ

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।