ମୋଟିଭି ଓଡିଶା : କଟକ: ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କ ପାଇଁ ବଢ଼ିଲା ଅଡୁଆ | ଅନୁଭବ ମହାନ୍ତିଙ୍କ ବିରୋଧରେ ଏନବିଡବ୍ଲ୍ୟୁ ଜାରି ହୋଇଛି। କଟକ ଜେଏମଏଫସି ଆଜି ଅନୁଭଙ୍କ ନାଁରେ ଗିରଫ ବିହୀନ ଗିରଫ ପରୱାନା ଜାରି ହୋଇଛି l ଥାନାରେ ବର୍ଷା ପ୍ରିୟଦର୍ଶିନୀ କରିଥିବା ଅଭିଯୋଗ ଆଧାରରେ ଏନବିଡବ୍ଲ୍ୟୁ ଜାରି କରିଛନ୍ତି ଜେଏମ୍ଏଫସି କୋର୍ଟ। ଆସନ୍ତା ୨୩ ତାରିଖ ସୁଦ୍ଧା ୱାରେଣ୍ଟ କାର୍ଯ୍ୟକାରୀ କରିବାକୁ କୋର୍ଟଙ୍କ ନିର୍ଦ୍ଦେଶ ରହିଛି। ଚାର୍ଜଫ୍ରେମ ପାଇଁ ହାଜର ନହେବାରୁ ଏନବିଡବ୍ଲ୍ୟୁ ଜାରି କଲେ ଜେଏମ୍ଏଫସି କୋର୍ଟ। ଚାର୍ଜଫ୍ରେମ୍ ପାଇଁ ହାଜର ନହୋଇ ବାରମ୍ବାର ସମୟ ମାଗୁଥିଲେ ଅନୁଭବ ମହାନ୍ତି। ଏନେଇ ସରକାରୀ ଓକିଲ ଆଫ୍ରୋଜ୍ ଅହମ୍ମଦ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ବର୍ଷାଙ୍କ ଘରୋଇ ହିଂସା ମାମଲାରେ ଜେ ଏମ ଏଫ୍ ସି ସ୍ଵତନ୍ତ୍ର କୋର୍ଟ ତାଙ୍କୁ ଓ ତାଙ୍କ ସହଯୋଗୀ ଖଗେନ୍ଦ୍ର ସାହୁ ଓ ସୁଜିତ ଦଳେଇଙ୍କୁ ଚାର୍ଜ ଫ୍ରେମ କରିଥିଲେ।
ଅନୁଭବ ମହାନ୍ତିଙ୍କ ବିରୋଧରେ ଏନବିଡବ୍ଲ୍ୟୁ ଜାରି

More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।