MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଆମାଜନରେ NCERT ବହି, ଓଡ଼ିଶା ସମେତ ୨୦ ହଜାର ସ୍ଥାନରେ ହେବ ଉପଲବ୍ଧ

ମୋ ଟିଭି ଓଡିଶା / ଭୁବନେଶ୍ୱର :

ଏଣିକି ଅନଲାଇନ ସିପିଂ ପ୍ଲାଟଫର୍ମ ‘ଆମାଜନ’ରେ ମିଳିବ ‘ଏନସିଇଆରଟି’ ପୁସ୍ତକ । ଓଡ଼ିଶା ସମେତ ଦେଶବ୍ୟାପୀ ପ୍ରାୟ ୨୦ ହଜାର ପିନକୋଡ୍ ଠିକଣାରେ ଏହା ଉପଲବ୍ଧ ହେବାକୁ ଯାଉଛି । ‘ଏମଆରପି’ ମୂଲ୍ୟରେ ପୁସ୍ତକଗୁଡିକ ଉପଲବ୍ଧ ହେବ । ଚଳିତବର୍ଷ ପୂର୍ବାପେକ୍ଷା ତିନିଗୁଣା ଅଧିକ ତଥା ୧୫ କୋଟି ପୁସ୍ତକ ପ୍ରକାଶନ କରିବ ‘ଏନସିଇଆରଟି’ । ଇ-କମର୍ସ ପ୍ଲାଟଫର୍ମରେ ମୂଳ ‘ଏନସିଇଆରଟି’ ପାଠ୍ୟପୁସ୍ତକ ଉପଲବ୍ଧ ସୁନିଶ୍ଚିତ କରିବ ।

ଆମାଜନରେ NCERT ବହି… ମୋ ଟିଭି ଓଡିଶା

କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ‘ଏନସିଇଆରଟି’ ଏବଂ ଅନ୍ୟତମ ସର୍ବବୃହତ ଇ-କମର୍ସ ପ୍ଲାଟଫର୍ମ ‘ଆମାଜନ ସେଲର୍ସ ପ୍ରାଇଭେଟ୍ ଲିମିଟେଡ୍’ ମଧ୍ୟରେ ଲେଟର୍ ଅଫ୍ ଏନଗେଜମେଣ୍ଟ (ଏଲଓଇ) ସ୍ୱାକ୍ଷରିତ ହୋଇଯାଇଛି । ଏହା ହେଉଛି ପ୍ରଥମ ଚୁକ୍ତି, ଯାହା ପ୍ରମୁଖ ଇ-କମର୍ସ ପ୍ଲାଟଫର୍ମରେ ମୁଦ୍ରିତ ମୂଲ୍ୟରେ ମୂଳ ‘ଏନସିଇଆରଟି’ ପାଠ୍ୟପୁସ୍ତକର ଉପଲବ୍ଧତା କରିବ । ଏହା ସର୍ବବ୍ୟାପୀ ଓ ସର୍ବସ୍ପର୍ଶୀ କରିବା ପାଇଁ ଜାତୀୟ ଶିକ୍ଷା ନୀତିର ଭିଜନକୁ ସୁଦୃଢ଼ କରିବ । ସମଗ୍ର ଦେଶରେ ଡିଜିଟାଲ କ୍ଷେତ୍ରରେ ବ୍ୟାପକ ଅଭିବୃଦ୍ଧି ଦେଖାଯାଇଥିବା ବେଳେ ଏହି ପଦକ୍ଷେପ ସରକାରଙ୍କ ‘ଇଜ୍ ଅଫ୍ ଲିଭିଂ’ ଲକ୍ଷ୍ୟକୁ ମଧ୍ୟ ସମର୍ଥନ କରିବ ।

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧାମେନ୍ଦ୍ର ପ୍ରଧାନ କହିଛନ୍ତି, ‘‘ଏନସିଇଆରଟି’ ୧୯୬୩ ମସିହାରୁ ପ୍ରାୟ ୨୨୦ କୋଟି ପୁସ୍ତକ ଓ ଜର୍ଣ୍ଣାଲ ପ୍ରକାଶନ କରି ଭାରତର ଶିକ୍ଷା ଦୃଶ୍ୟପଟ୍ଟକୁ ଏକ ନୂଆ ଆକାର ଦେଇଛି । ‘ଏନସିଇଆର’ଟି ଦେଶ ପାଇଁ ଏକ ପ୍ରମୁଖ ଥିଙ୍କଟ୍ୟାଙ୍କ୍ । ଦେଶବ୍ୟାପୀ ପ୍ରାୟ ୨୦ହଜାର ପିନ୍ କୋଡ ଠିକଣାରେ ଏହି ପୁସ୍ତକ ଉପଲବ୍ଧ ହେବ । କେନ୍ଦ୍ର ମନ୍ତ୍ରୀ କହିଛନ୍ତି, ଏହା ଶିକ୍ଷାର ଉପଲବ୍ଧତା ବୃଦ୍ଧି କରିବା ଦିଗରେ ଏକ ସୁନ୍ଦର ପଦକ୍ଷେପ । ଏନସିଇଆରଟି ଚଳିତ ବର୍ଷ ତିନିଗୁଣା ଅଧିକ ପୁସ୍ତକ ପ୍ରକାଶନ ତଥା ୧୫ କୋଟି ପୁସ୍ତକ ପ୍ରକାଶ କରିବ । ସେହିପରି ଅମୃତକାଳର 3ଶହ ନିୟୁତ ଛାତ୍ରଛାତ୍ରୀଙ୍କ ପାଇଁ ଶିକ୍ଷଣକୁ ଆନନ୍ଦଦାୟକ କରିବା ଉପରେ ପରାମର୍ଶ ଦେଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ।

ଦେଶରେ ସମସ୍ତ ୨୩ ଟି ଭାଷାରେ ପୁସ୍ତକର ଗୁରୁତ୍ୱରାପ୍ କରିଛନ୍ତି କେନ୍ଦ୍ର ମନ୍ତ୍ରୀ । କହିଛନ୍ତି ପୁସ୍ତକ ହିଁ ଭାରତର ପ୍ରକୃତ ସଫ୍ଟ ପାୱାର ହେବ । ସମସ୍ତ ଶ୍ରେଣୀର ‘ଏନସିଇଆରଟି’ ପାଠ୍ୟପୁସ୍ତକ ଆମାଜନ(http://amazon.in/ncert)ରେ ଉପଲବ୍ଧ ହେବ । ଆମାଜନର ଡେଲିଭରୀ ନେଟୱାର୍କ ଜରିଆରେ ଅତି ଦୁର୍ଗମ ଅଞ୍ଚଳରେ ମଧ୍ୟ ଛାତ୍ରଛାତ୍ରୀ ଓ ସ୍କୁଲ ନିର୍ଦ୍ଧାରିତ ମୂଲ୍ୟରେ ପାଠ୍ୟପୁସ୍ତକ କିଣିପାରିବେ ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।