ମୋ ଟିଭି ଓଡିଶା / କଳାହାଣ୍ଡି : ୨୨/୦୯
କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନଖଣ୍ଡ ଧର୍ମଗଡ ରେଞ୍ଜ କୋକସରା ବ୍ଲକ ଆମପାଣି ଫରେଷ୍ଟ ସେକ୍ସନ ଅଧୀନରେ ଥିବା ପାତ୍ରବସା ଗାଁ ନିକଟରେ ଏକ ଭାଲୁ ଦିନ ଦ୍ଵି ପହର ରେ ବୁଲାବୁଲି କରୁଥିବା ଦେଖିବାକୁ ମିଳିଛି।
ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଭାଲୁ ଟି ନିଜର ଗୋଠ ରୁ ଅଲଗା ହୋଇ ଇତସ୍ତତଃ ଭାବେ ଗାଁ ନିକଟରେ ଥିବା ଜଙ୍ଗଲ ନିକଟରେ ବୁଲାବୁଲି କରୁଛି। ବେଳେବେଳେ ଖାଦ୍ୟ ଅନ୍ୱେଷଣ ରେ ଗାଁ ନିକଟକୁ ଚାଲି ଆସୁଥିବା ବେଳେ ଅନେକ ସମୟରେ ଆମପାଣି ରୁ ପାତ୍ରବସା କୁ ସଂଯୋଗ କରୁଥିବା ରାସ୍ତା କଡ଼ କୁ ଚାଲି ଆସୁଥିବା ସ୍ଥାନୀୟ ଲୋକେ କହିଛନ୍ତି।
ଏନେଇ ଗ୍ରାମବାସୀ ମାନେ ଆମପାଣି ଫରେଷ୍ଟ ସେକ୍ସନ କର୍ମଚାରୀ ଙ୍କୁ ଖବର ଦେବାପରେ କର୍ମଚାରୀ ମାନେ ଆସି ଭାଲୁ ର ଗତିପଥ ଉପରେ ନଜର ରଖିବା ସହ ଭାଲୁ ଚଲାପଥ ରେ ନ ଯିବାକୁ ଗ୍ରାମବାସୀ ଙ୍କୁ ବାରଣ କରିବା ସହ ରାତିରେ ଘରୁ ବାହାରିବା ସମୟ ରେ ସତର୍କତା ଅବଲମ୍ବନ କରିବାକୁ ସଚେତନ କରିଛନ୍ତି।
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।