କଳାହାଣ୍ଡି୦୯/୦୯(ସନତ ପ୍ରଧାନୀ) : ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ କୋକସରା ବ୍ଲକ ରେ ଗତଦୁଇ ଦିନ ଧରି ମୁଶଳଧାରା ରେ ଲଗାଣ ବର୍ଷା ଜାରି ରହିଥିବା ବ୍ଲକ ର ଟେମରା ପଞ୍ଚାୟତ ଟେମରା ଗ୍ରାମ ର ନେତ୍ରାନନ୍ଦ ମାଝୀ ଙ୍କ ଘରେ ବର୍ଷା ପାଣି ପଶିବାରୁ ମାଟି କାନ୍ଥ ଭୁଶୁଡ଼ି ପଡିବା ସହ ପରିବାର ଏବେ ଦୁର୍ବିସହ ଅବସ୍ଥାରେ ରହୁଛନ୍ତି। ସୂଚନା ମତେ ଟେମରା ଗ୍ରାମ ର ନେତ୍ରାନନ୍ଦ ମାଝୀ ଙ୍କ ଘର ଆଗରେ ଥିବା ଏକ ପୋଲ ଦେଇ ପୂର୍ବରୁ ବର୍ଷା ପାଣି ନିଷ୍କାସନ ହେଉଥିଲା, ତେବେ କିଛି ମାସ ପୂର୍ବରୁ ଗ୍ରାମ ର ଜୈନିକ ବ୍ୟକ୍ତି ପୋଲକୁ ଲାଗି ଘର ନିର୍ମାଣ କରିଥିବା କାରଣରୁ ବର୍ଷା ପାଣି ନିଷ୍କାସନ ହୋଇ ନପାରି ବର୍ଷା ହେଲେ ନେତ୍ରାନନ୍ଦ ଙ୍କ ଘର ମଧ୍ୟରେ ପାଣି ପଶି ଲହଡି ମାରୁଛି।
ଗତ ଦୁଇଦିନ ଧରି ଲଗାଣ ବର୍ଷ ରେ ତାଙ୍କ ଘରେ ଥିବା ସମସ୍ତ ଆସବାବପତ୍ର, ଧାନ ଚାଉଳ, ନଷ୍ଟ ହୋଇଥିବା ବେଳେ ରନ୍ଧା ଘର ଚୁଲି ମୁଣ୍ଡ ରେ ବର୍ଷା ପାଣି ରହିଥିବା କାରଣରୁ ଘରେ ଦୁଇଦିନ ହେଲା ରୋଷେଇ ମଧ୍ୟ ବନ୍ଦ ରହିଛି। କେଉଁ ମୁହୂର୍ତ୍ତରେ ମାଟି ଘର ଭୁଶୁଡି ପଡିବ ତାହା ମଧ୍ୟ ଚିନ୍ତା ର ବିଷୟ, ଅତି ଦୟନୀୟ ଅବସ୍ଥାରେ ନେତ୍ରା ନନ୍ଦ ଙ୍କ ପରିବାର ସହ ରହିଛନ୍ତି। ଅନ୍ୟପକ୍ଷରେ ନେତ୍ରାନନ୍ଦ ଗତ ୩ ବର୍ଷ ହେବ ରୋଗାକ୍ରାନ୍ତ ଅବସ୍ଥାରେ ଶଯ୍ୟାଶାୟୀ ହୋଇ ରହିଛନ୍ତି।
ଏଭଳି ସ୍ଥିତି ରେ ପରିବାର କଣ କରିବେ ସେ ନେଇ ଚିନ୍ତାରେ ରହିଛନ୍ତି। ସ୍ଥାନୀୟ ସରପଞ୍ଚ ଙ୍କୁ ଏହି ସମସ୍ୟା ସମ୍ପର୍କରେ ଅବଗତ କରାଇଛନ୍ତି ହେଲେ ଆଜି ପର୍ଯ୍ୟନ୍ତ ପଞ୍ଚାୟତ ପକ୍ଷରୁ କୌଣସି ସମାଧାନ ନହେବାରୁ ପାଣି ନିଷ୍କାସନ ନ ହୋଇ ଘରେ ପଶୁଥିବା ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏ ନେଇ ଟେମରା ସରପଞ୍ଚ କ୍ଷିତିରାମ ପାତ୍ର ଙ୍କ ପ୍ରତିକ୍ରିୟା ନେବାରୁ ଅବଗତ ଅଛି, ଏହି ସମସ୍ୟା ସମ୍ପର୍କରେ ଆଜି ଗ୍ରାମବାସୀ ଙ୍କ ସହ ଆଲୋଚନା କରାଯାଇଥିଲା।ଅଳ୍ପ ଦିନ ମଧ୍ୟରେ ଗ୍ରାମ ର ଜୈନିକ ବ୍ୟକ୍ତି ଙ୍କ ସହ ଆଲୋଚନା କରି ପାଣି ନିଷ୍କାସନ ପାଇଁ ବ୍ୟବସ୍ଥା କରାଯିବ ବୋଳି କହିଛନ୍ତି।
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।