MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

କୋକସରା ବ୍ଲକ ରେ ଯୋଗଦେଲେ ନୂତନ ଗୋଷ୍ଠି ଉନ୍ନୟନ ଅଧିକାରୀ।


କଳାହାଣ୍ଡି:୧୩/୧୦


ଗୁରୁବାର କୋକସରା ବ୍ଲକ ରେ ନୂତନ ଗୋଷ୍ଠି ଉନ୍ନୟନ ଅଧିକାରୀ ଭାବେ ହିମାଞ୍ଚଳ ମାଝୀ ଯୋଗଦାନ କରିଛନ୍ତି। ଏହା ପୂର୍ବରୁ ସେ ମାଲକାନଗିରି ଜିଲ୍ଲା ମାଥିଲି ରେ ବିଡ଼ିଓ ଭାବେ ଅବସ୍ଥାପିତ ଥିଲେ। ରାଜ୍ୟ ସରକାର ପଞ୍ଚାୟତିରାଜ ବିଭାଗ ପକ୍ଷରୁ ଗତ ସେପ୍ଟେମ୍ବର ମାସ ରେ ବାହାରିଥିବା ନିର୍ଦ୍ଦେଶ ଅନୁଯାୟୀ ଆଜି ସେ କୋକସରା ବିଡ଼ିଓ ଭାବେ ଯୋଗଦାନ କରିଛନ୍ତି। କୋକସରା ଭାରପ୍ରାପ୍ତ ବିଡ଼ିଓ ବିଶ୍ୱନାଥ ରାଉତ ଙ୍କ ନିକଟରୁ ସେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ତାଙ୍କୁ ବ୍ଲକ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି। ଭାରପ୍ରାପ୍ତ ବିଡ଼ିଓ ଶ୍ରୀ ରାଉତ, ବିଏସଏସଓ ଦୀପକ କୁମାର ବେହେରା,ସହକାରୀ ଯନ୍ତ୍ରୀ ସର୍ବେଶ୍ୱର ପ୍ରଧାନ, ଆକାଉଣ୍ଟ ଅଧିକାରୀ ଅଶୋକ କୁମାର ସେଠୀ, କନିଷ୍ଠ ଯନ୍ତ୍ରୀ କୀର୍ତ୍ତି ବେହେରା, ମୁଖ୍ୟ କିରାଣୀ ବିନୋଦ ନାଏକ, କନିଷ୍ଠ କିରାଣୀ ରଞ୍ଜନ ରାଉତ ସମେତ ବ୍ଲକ କର୍ମଚାରୀ ମାନେ ଉପସ୍ଥିତ ଥିଲେ । ନୂତନ ବିଡ଼ିଓ ଶ୍ରୀ ମାଝୀ ବ୍ଲକ ର ଉନ୍ନୟନ କାର୍ଯ୍ୟ ରେ ସମସ୍ତ ଙ୍କ ସହଯୋଗ କାମନା କରିଛନ୍ତି।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।