ମୋ ଟିଭି ଓଡିଶା : ଶ୍ରୀ ବିଜୟ କୁମାର ବେହୁରିଆ, ଏମଭିଆଇ, ନୂଆପଡାଙ୍କୁ ଏକ ଇନଟରସେପସନ ମାମଲାରେ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଗିରଫ କରାଯାଇଛି। ଗତକାଲି ୧ ଲକ୍ଷ ୩୨ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଧରିଥିଲେ। ବେହୁରିଆ ବେଆଇନ ଭାବେ ଅର୍ଥ ଆଦାୟ କରି ଭୁବନେଶ୍ଵର ଯାଉଥିବାବେଳେ ଶନିବାର ସନ୍ଧ୍ୟା ପ୍ରାୟ ସାଢ଼େ ୫ଟାରେ ଅଧିକାରୀମାନେ ଖୋର୍ଦ୍ଧା ଜିଲା ମୁଖ୍ୟ ଚିକିତ୍ସାଳୟଠାରେ ତାଙ୍କୁ ଧରିଥିଲେ। ତାଙ୍କଠାରୁ ଉକ୍ତ ଅର୍ଥ ଜବତ କରାଯାଇଥିଲା। ସେହି ଅର୍ଥ ସମ୍ପର୍କରେ ବେହୁରିଆ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରି ନ ଥିଲେ। ଏହା ପରେ ଅଧିକାରୀମାନେ ଭିଜିଲାନ୍ସ କାର୍ଯ୍ୟାଳୟକୁ ନେଇ ଅଟକ ରଖିଥିଲେ। ଏହା ପରେ ବେହୁରିଆଙ୍କ ୫ଟି ଠିକଣାରେ ଚଢ଼ାଉ କରାଯାଇଥିଲା। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଏକ ମାମଲା ରୁଜୁ କରାଯିବା ସହିତ ତାଙ୍କୁ ଗିରଫ କରାଯାଇଛି।
ନୂଆପଡ଼ା ଏମଭିଆଇ ବିଜୟ ବେହୁରିଆ ଗିରଫ

More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।