ମୋଟିଭି ଓଡିଶା :
ରାତି ପାହିଲେ ପହିଲି ରଜ । ଆଉ ଆଜି ରଜ ସଜବାଜ । ଘରେ ଘରେ କୁଆଁରୀ ଝିଅ ଓ ନୂଆ ବୋହୂମାନେ ସଜବାଜ ହେଲେଣି । ନିଜକୁ ସଜେଇବାରେ ସମସ୍ତେ ବ୍ୟସ୍ତ । କିଏ ଅଳତା ଲଗାଉଛି ତ କିଏ ନେଲପଲିସ, ତ କିଏ କେଶ ବିନ୍ୟାସ କରୁଛି । ସେପଟେ ପୋଡପିଠାକୁ ରଜ ପାନର ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଯାଇଛି । ଖାଲି ଗାଁ ନୁହେଁ ସହରରେ ମଧ୍ୟ ପ୍ରସ୍ତୁତି ଜୋରସୋର୍ ରେ ଚାଲିଛି । ସମସ୍ତଙ୍କ ପାଇଁ ମନରେ ରହିଛି ଅପୂର୍ବ ଆନନ୍ଦ ଉଲ୍ଲାସ । ପୋଡପିଠା ପାଇଁ ପ୍ରସ୍ତୁତି ଚାଲିଛି । ସେଥିପାଇଁ ପୋଡପିଠାର ମହକ ଭାସି ଆସୁଛି ।
ଆଉ ରଜ ପର୍ବର ସବୁଠୁ ବଡ ଆକର୍ଷଣ ଦୋଳି । କେଉଁଠି ଦୋଳି ବନ୍ଧା ହେବ । କାଲି ପାଇଁ ସେ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଯାଇଛି । ଦୋଳି ପାଇଁ ବଡ ବଡ ଗଛ ଖୋଜା ପଡୁଛି ତ, ପୁଣି କିଏ ନିଜ ଘର ବାଲୋକନି କିମ୍ବା ଘର ଭିତରେ ଦୋଳିର ବ୍ୟବସ୍ଥା କରୁଛି । ଆଉ କିଛି କିଛି ସ୍ଥାନରେ ସମୂହ ଦୋଳିର ବ୍ୟବସ୍ଥା ହେଉଛି । ସେପଟେ ରଜ ତିନି ଦିନ ଜମିବ ତାସ, ଲୁଡୁ, କବାଡି, ଆଉ ପୁଚି କେଳ । ଘରେ ଘରେ କୁଣିଆ । ସ୍କୁଲ, କଲେଜ ଛୁଟି ଥିବାବେଳେ ବୁଲା ବୁଲି ମଜାମସ୍ତିର ସବୁ ପ୍ରସ୍ତୁତି ଚାଲିଛି । ବଡ ବଡ ହୋଟେଲ, ରେସ୍ତୋରାଁ, ସପିଂ ମଲ୍ ରେ ମଧ୍ୟ ରଜ ପାଇଁ ସ୍ପେଶାଲ ପ୍ରସ୍ତୁତି ସ୍ପେଶାଲ୍ ଅଫର୍ ରହିଛି ।

ସାଧାରଣତଃ ରଜ 5 ଦିନ ଧରି ପାଳନ କରାଯାଏ । ରଜ ସଜବାଜ, ପହିଲି ଲଜ, ରଜ ସଂକ୍ରାନ୍ତି , ଭୂମି ଦହନ ଓ ବସୁମତୀ ସ୍ନାନ । ରଜ ଚାଷର ଆରମ୍ଭକୁ ସୂଚାଇଥାଏ । ରଜ ଶବ୍ଦର ଆକ୍ଷରିକ ଅର୍ଥ ରଜବତୀ ହେବା, ଯାହା ପୃଥିବୀକୁ ମାତା ଭାବରେ ବିବେଚନା କରି ବର୍ଷାର ଆଗମନରେ ସେ ରଜସ୍ୱଳା ହେବାର ଓ ନୂଆ ଶସ୍ୟ ଜନ୍ମ ହେବାର ସାଙ୍କେତିକ ଭାବ ବହନ କରିଥାଏ । ଏହି ଦିନରେ ଚାଷୀମାନେ ବସୁମତୀ ତଥା ହଳଲଙ୍ଗଳ ପୂଜନ କରିବା ସହ ଚାଷ କାମରୁ ତିନି ଦିନ ପାଇଁ ବିରତି ନେଇଥାନ୍ତି ।
ଆମେ ଆଧୁନିକ ଯୁଗରେ ବଞ୍ଚୁଥିବାବେଳେ ଏବେ ବି ଏହି ଓଡିଆ ପରମ୍ପରା ବଞ୍ଚି ରହିଛି । ରଜ ଆସିଲେ ସମସ୍ତଙ୍କ ମନରେ ଏକ ଅପୂର୍ବ ଆନନ୍ଦ ଖେଳିଯାଉଛି । ସମସ୍ତେ ଏକାଠି ହେବା, ବିଭିନ୍ନ ପ୍ରକାରର ଖେଳ, ମଜାମସ୍ତି, ବୁଲାବୁଲି ଆଦି କରୁଛନ୍ତି । ଯାହା ଆମ ପରମ୍ପରାକୁ ବଜାୟ ରଖିଛି ।
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।