ମୋଟିଭି ଓଡିଶା : ପୁରୀ (ରାଜେଶ କୁମାର ) ରାଜ୍ୟ ରାଜନୀତିର ଆଖିରେ ଏବେ ପୁରୀ ବିଧାନସଭା ଆସନ । ୨୦୨୪ ଇଲେକ୍ସନରେ କଣ ହେବ ଗଣିତ ? ତାକୁ ନେଇ ଏବେ ସବୁ ଆଡେ ଚର୍ଚ୍ଚା । କାହିଁକି ନା ଆଉ ନାହାନ୍ତି ବର୍ଷିୟାନ ରାଜନେତା ତଥା ପୂର୍ବତନ ମନ୍ତ୍ରୀ ମହେଶ୍ୱର ମହାନ୍ତି । ତାଙ୍କ ସ୍ଥାନ ଏବେ ନେଇଛନ୍ତି ତାଙ୍କ ପୁଅ ସୁନୀଲ ମହାନ୍ତି । ର୍ଦୀଘବର୍ଷଧରି ପୁରୀ ଦେଖି ଆସୁଥିବା ପଲିଟିକ୍ସ ଆଉ ଦେଖିବାକୁ ମିଳିବ ତ ? ବାପାଙ୍କ ପରି ପୁଅ ନିଭାଇ ପାରିବେ ତ ଭୂମିକା ? କାହିଁକି ନା ଗୁରୁ ଙ୍କୁ ହରାଇ ଏବେ ପୁରୀର ବିଧାୟକ ଅଛନ୍ତି ନିଲୁନା। ଗୁରୁ ମହେଶ୍ୱରଙ୍କୁ ହରେଇ ଥିଲେ ଏବେ ତାଙ୍କ ପୁଅକୁ କରିବେ ସାମ୍ନା। ପୁରୀରେ ମହେଶ୍ୱରଙ୍କର ରହିଛି ଛାପ । ପୁରୀ ପାଇଁ ତାଙ୍କର ଅତୁଳନୀୟ ଅବଦାନ। ଯାହା ଏବେ ପୁଅ ସୁନୀଲଙ୍କ ରାଜନୀତି ପଥରେ କରିବ ସୁଗମ । ଆଉ ବାପାଙ୍କ ଅଧୁରା ସ୍ୱପ୍ନକୁ ପୂରଣ କରିବା ପାଇଁ ବି ଆଗେଇ ଆସି ଆରମ୍ଭ କରିଦେଲେଣି କାର୍ଯ୍ୟ । ହାତରେ ନାହିଁ ସମୟ ନିଲୁଙ୍କୁ ହରେଇବା ପାଇଁ ପଣ କରିଛନ୍ତି ସୁନୀଲ। ପୁରୀ ବାସୀଙ୍କ କରୁଛନ୍ତି ଆଶ୍ରୀବାଦ ଭିକ୍ଷା।
ପୁରୀରେ ନିଲୁ ଓ ସୁନୀଲଙ୍କ କଡା ଫାଇଟ

More Stories
ଆଜି ସୁନା ଦରରେ ରେକର୍ଡ ହ୍ରାସ
ବାତ୍ୟା ଆଲର୍ଟ: କଳାବଜାରୀ ରୋକିବାକୁ ଯୋଗାଣ ବିଭାଗର ଚଢ଼ାଉ ଆରମ୍ଭ
ଓଡ଼ିଶାରେ କେମିତି ରହିବ ବଙ୍ଗୋପ ସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବ ?