February 3, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ବିଜେଡି ଛାଡିଲେ ନିମାପଡା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସମୀର ଦାଶ।

ମୋଟିଭି ଓଡିଶା : ନିର୍ବାଚନ ପଶା ଖେଳରେ କାହା ଭାଗ୍ୟ ଗୋଟି କେଉଁଠି ପଡୁଛି ଜାଣିବା ମୁସ୍କିଲ ହେଇ ପଡିଛି l ସେହି ପଶା ଖେଳରେ ପଡିଛନ୍ତି ନିମାପଡା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସମୀର ଦାଶ। ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ସେ ଇସ୍ତଫା ଦେଇଛନ୍ତି। ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପାଖକୁ ସେ ତାଙ୍କର ଇସ୍ତଫା ପତ୍ର ପଠାଇଛନ୍ତି। 

ଏଥର ଟିକେଟ୍ କଟିଥିବାରୁ ଅସନ୍ତୁଷ୍ଟ ଥିଲେ ସମୀର ଦାଶ। ନିଷ୍ପତ୍ତିର ପୁନର୍ବିଚାର ପାଇଁ ବାରମ୍ବାର ଶକ୍ତି ପ୍ରଦର୍ଶନ କରିଥିଲେ। ୨୦୦୯, ୨୦୧୪ ଓ ୨୦୧୯ରେ ସେ ବିଜେଡିରୁ ବିଧାୟକ ହୋଇଥିଲେ। ସେ କହିଛନ୍ତି ବିଜେଡି ନେତା ମୋ ଉପରେ ଆସ୍ଥା ହରାଇଥିବାରୁ ମୁଁ ଦଳ ଛାଡିଛି। ଗୋପ ବିଜେଡି ସଙ୍ଗଠନ ଉପରେ ବି ଆସ୍ଥା ହରାଇଛି। ନେତା ଆସ୍ଥା ହରାଇଥିବାରୁ ଦଳରେ ରହିବା ଠିକ୍ ନୁହେଁ ବୋଲି କହିଛନ୍ତି ସମୀର ଦାଶ ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।