February 1, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ନିରାକାରପୁର ଥାନା ସବ ଇନ୍ସପେକ୍ଟରଙ୍କ ଅବସରକାଳିନ ବିଦାୟ।


ମୋ ଟିଭି ଓଡିଶା / ଖୋର୍ଦ୍ଧା :

ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ସବ ଇନ୍ସପେକ୍ଟର ଅରବିନ୍ଦ ରାଉଳଙ୍କୁ ନିରାକାରପୁର ଥାନାର ସମସ୍ତ କର୍ମଚାରୀ ଓ ଥାନା ଅଧିକାରୀଙ୍କ ପକ୍ଷରୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି lଥାନା ଅଧିକାରୀ ବିଶ୍ୱଜିତ ରାଉତରାୟଙ୍କ ସଭାପତିତ୍ୱରେ ସବ ଇନ୍ସପେକ୍ଟର ଦିପାଲିସା ନାୟକ,ଏସ ଆଇ ତପନ ପ୍ରଧାନ ଓ ଥାନାର ସମସ୍ତ କାର୍ଯ୍ୟରତ କର୍ମଚାରୀଙ୍କ ପକ୍ଷରୁ ସବ ଇନ୍ସପେକ୍ଟର ଅରବିନ୍ଦ ରାଉଳଙ୍କୁ ପୁଷ୍ପଗୁଛ ଓ ଉପଢୌକନ ପ୍ରଦାନ ପୂର୍ବକ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା କରାଯାଇଥିଲା l

ଅରବିନ୍ଦ ରାଉଳ ଚଳିତବର୍ଷ ଫେବୃଆରୀ ମାସରେ ନିରାକାରପୁର ଥାନାରେ ଯୋଗଦେଇ ଥିଲେ।ସେ ୫ମାସ ମଧ୍ୟରେ ନିରାକାରପୁର ଅଂଚଳରେ ବେଶ ପରିଚିତ ହୋଇପାରିଥିଲେ।ସେ ଥାନାକୁ ଆସୁଥିବା ଲୋକ ମାନଙ୍କ ସହିତ ଉତ୍ତମ ବ୍ୟବହାର ସହିତ ଲୋକଙ୍କ ସମସ୍ୟା ବୁଝି ସମାଧାନ କରୁଥିଲେ।ନିରାକାରପୁର ଥାନାରେ ୫ମାସ ମଧ୍ୟରେ ସେ ନିଜର ସ୍ୱଭାବ ସୁଲଭ ଆଚରଣ, ଉଚ୍ଚାରଣ, ମିଷ୍ଟଭାଷୀ ସ୍ଵଭାଵ , ସରଳତା ଓ ସେବା ପରାୟଣତା ଆଦି ବ୍ୟକ୍ତିତ୍ୱ ମାଧ୍ୟମରେ ଅଂଚଳରେ ବେଶ ପ୍ରିୟଭାଜନ ହୋଇପାରିଥିଲେ lସେ ଯେଉଁ ନିଷ୍ଠା ଓ ସ୍ୱଚ୍ଛତାର ସହ କାର୍ଯ୍ୟ କରିଛନ୍ତି ତାହା ସମସ୍ତଙ୍କ ପାଇଁ ବିରଳ ଦୃଷ୍ଟାନ୍ତ l

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।