February 24, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ତାରାତାରିଣୀ ପରେ ନିର୍ମଳଝର ମନ୍ଦିର ପାଳି

ତାରାତାରିଣୀ ପରେ ନିର୍ମଳଝର ମନ୍ଦିର ପାଳି ଚୋରିକରିନେଲେ ପିତ୍ତଳ ସାମଗ୍ରୀ ସହ ଦାନ ହୁଣ୍ଡି ଭାଙ୍ଗି ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ, ପୋଲିସ ର ତଦନ୍ତ ଜାରି

ଗଞ୍ଜାମ / ମୋ ଟିଭି ଓଡିଶା (ଭଗବାନ ପାଢ଼ୀ ) :

ଖଲ୍ଲିକୋଟ ଥାନା ଅନ୍ତର୍ଗତ ନିର୍ମଳଝର ମନ୍ଦିର ରେ ଚୋରି ହୋଇଥିବା ବେଳେ ମନ୍ଦିର ଭିତରୁ ପିତ୍ତଳ ସାମଗ୍ରୀ ସହ ଦାନ ହୁଣ୍ଡି ଭାଙ୍ଗି ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ ।

ମିଳିଥିବା ସୂଚନା ଅନୁଯାୟୀ ଗୁରୁବାର ବିଳମ୍ବିତ ରାତିରେ କିଛି ଦୁର୍ବୃତ ମନ୍ଦିର ପାଚେରୀ ଡେଇଁ ମନ୍ଦିର ପରିସର ମଧ୍ୟରେ ଥିବା ନୀଳକଣ୍ଠେଶ୍ଵର, ଜଗନ୍ନାଥ ମନ୍ଦିର ଓ ରୋଷ ଘର ତାଲା ଭାଙ୍ଗି ଭିତରେ ପଶି ପିତ୍ତଳ ସାମଗ୍ରୀ ସହ ଦାନ ହୁଣ୍ଡି ଭାଙ୍ଗି ଟଙ୍କା ଲୁଟ କରି ଚମ୍ପଟ ମାରିଛନ୍ତି ଦୁର୍ବୃତ୍ତ ।

ତେବେ ଆଜି ସକାଳ ୫ ଟା ସମୟରେ ମନ୍ଦିର ପୂଜକ ଆସି ଦେଖିଲା ବେଳକୁ ମନ୍ଦିର ତାଲା ଭଙ୍ଗା ଯାଇଥିବା ବେଳେ ସବୁ ଜିନିଷ ପତ୍ର ବିଛାଡ଼ି ହୋଇ ପଡ଼ିରହିଛି । ତୁରନ୍ତ ଏ ସମ୍ପର୍କରେ ମନ୍ଦିର ପୂଜକ ପୋଲିସ କୁ ଖବର ଦେଇଥିଲେ । ଖବର ପାଇ ଖଲ୍ଲିକୋଟ ଥାନା ଅଧିକାରୀ ନରେଶ କୁମାର ସାହୁ ପୋଲିସ ଟିମ୍ ସହ ଘଟଣା ସ୍ଥଳରେ ପହଞ୍ଚି ବିଭିନ୍ନ ଦିଗକୁ ନେଇ ତଦନ୍ତ ଆରମ୍ଭ କରିଛନ୍ତି ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।