ମୋଟିଭି ଓଡିଶା : ନୂଆ ଦିଲ୍ଲୀ
କେନ୍ଦ୍ରରେ ତୃତୀୟ ପାଳି ସରକାର ଆରମ୍ଭ କରିବାକୁ ଯାଉଥିବା ବିଜେପି କୁ କଡ଼ା ପରୀକ୍ଷା ସାମ୍ନା କରୁଛି । ସାଧାରଣ ନିର୍ବାଚନରେ ବିଜେପି ଏକାକୀ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ହାସଲ କରି ପାରି ନଥିବାରୁ ଏବେ ସହଯୋଗୀ ଦଳଗୁଡ଼ିକ ନିଜ ନିଜର ଦାବି ଉପସ୍ଥାପନ କରିବା ଆରମ୍ଭ କରି ଦେଇଛନ୍ତି। ଜେଡିୟୁ ଓ ଟିଡିପି କିଙ୍ଗ ମେକର ସାଜିଛନ୍ତି। ଏମାନଙ୍କ ସମର୍ଥନ ଉପରେ ମୋଦି ୩.୦ ସରକାରର ଭାଗ୍ୟ ନିର୍ଭର କରୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ନୀତୀଶ କୁମାରଙ୍କ ଜେଡିୟୁ ଏବେ ବଡ଼ ଦାବି ଉପସ୍ଥାପନ କରିଛି। ରେଳମନ୍ତ୍ରୀ , ଅଗ୍ନିପଥ ଯୋଜନା ଏଭଳି ଅନେକ ଦାବିକରିଛି | ଅନ୍ୟ ସହଯୋଗୀ ଦଳ ଟିଡିପି ସଡ଼କ ଓ ରାଜପଥ ମନ୍ତ୍ରୀ ପଦ ଦାବିକରିଥିବା ଜଣାପଡିଛି | ସେହିଭଳି ଏକନାଥ ସିନ୍ଧେ ୩ ମନ୍ତ୍ରୀ ମଣ୍ଡଳ ଦାବିକରିଛନ୍ତି | ଏହାକୁ ନେଇ ବିଜେପିରେ ଚର୍ଚ୍ଚା ଜୋର ଧରିଛି | ଲୋକସଭା ନିର୍ବାଚନର ଫଳାଫଳ ଅନୁଯାୟୀ ଭାରତୀୟ ଜନତା ପାର୍ଟି (ବିଜେପି) ୨୪୦ ଟି ଆସନ ପାଇଛି, ପୂର୍ଣ୍ଣ ସଂଖ୍ୟାଗରିଷ୍ଠତାଠାରୁ ୩୨ ଟି ଆସନ ଦୂରରେ ରହିଛି । ଟିଡିପି ଏବଂ ଜେଡିୟୁ ଯଥାକ୍ରମେ ୧୬ ଓ ୧୨ ଆସନରେ ବିଜୟୀ ହୋଇଥିଲେ। ଏହି ଦୁଇ ଏବଂ ଅନ୍ୟ ମେଣ୍ଟ ସହଯୋଗୀଙ୍କ ସମର୍ଥନରେ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ) ସଂଖ୍ୟାଗରିଷ୍ଠତା ସଂଖ୍ୟା ଅତିକ୍ରମ କରିଛି। ଏହି ଆଧାରରେ ତୃତୀୟଥର ପାଇଁ ବିଜେପି ସରକାର ଗଡିବାକୁ ଯାଉଛି |
More Stories
ବିଜେପି ମୁହାଁ କି ବିଜେଡି ବିଦ୍ରୋହୀ କର୍ପୋରେଟର ।
ବିଜେଡି ନେତାଙ୍କ ମେଳି ପ୍ରସଙ୍ଗ।
କଂଗ୍ରେସର ନୂଆ ଠିକଣା ୯-ଏ କୋଟଲା ରୋଡ୍ ।