February 2, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ସଠିକ୍ ଭାବେ ହେଉନି ଜଳ ଯୋଗାଣ, ଜନ ଅସନ୍ତୋଷ


ଦାରିଙ୍ଗବାଡି,ମୋ ଟିଭି ଓଡ଼ିଶା:(ସୁଶାନ୍ତ କୁମାର ସାହୁ ସାହୁ): ଦାରିଙ୍ଗବାଡି ବ୍ଲକ ହେଡ୍ କ୍ୱାଟର ଠାରୁ ମାତ୍ର ଦେଢ଼ କିଲୋମିଟର ଦୂରରେ ରହିଛି ଡ଼ଲାବାଡ଼ି ଗ୍ରାମ । ହେଲେ ଦୀପ ତଳ ଅନ୍ଧାର ଭଳି ବ୍ଲକ କାର୍ଯ୍ୟାଳୟ ପାଖ ଗ୍ରାମରେ ଲୋକଙ୍କୁ ସଠିକ୍ ଭାବେ ପାଣି ଟିକିଏ ମିଳି ପାରୁନାହିଁ । କେବେ ଆସୁଚି ତ କେବେ ଆସୁନି । ଏଭଳି କି ଏକାଧିକ ଦିନ ପର୍ଯ୍ୟନ୍ତ ଜଳ ଯୋଗାଣ ଠପ୍ ହୋଇ ରହୁଚି । କେତେବେଳେ ୧୦ ଦିନ କୁ ଥରେ ନହେଲେ ତ ୮ ଦିନ କୁ ଥରେ ପାଣି ଆସୁଚି । ତାହା ପୁଣି କିଛି ମିନିଟ ପାଇଁ । ଯାହା ବି ପାଣି ଆସୁଚି ଗୋଟାଏ ବାଲଟି ବି ଫୁଲ ହେଉ ନାହିଁ । ଏଭଳି ସ୍ଥଳେ ସ୍ଥାନୀୟ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । କାହାକୁ ଗୁହାରି କଲେ କେହି ଶୁଣୁ ନାହାନ୍ତି । ବାରମ୍ବାର ଅଭିଯୋଗ କଲେ ସୁଦ୍ଧା ସବୁ ଦିନ ପାଣି ମିଳି ପାରୁନାହିଁ । ଯେତେବେଳେ ଅଭିଯୋଗ ହେଉଛି ସେତେବେଳେ ହିଁ ସାହି କୁ ପାଣି ଯୋଗାଣ ହେଉଥିବା ଗ୍ରାମର ମାମିତା ସାହୁ, ମେକୁଳା ପଡ୍ରା, ଭାଗ୍ୟଲତା ପଡ୍ରା, ଶର୍ମିଷ୍ଠା ବିଷୋୟୀ, ପୁଷ୍ପାଞ୍ଜଳି ବେହେରା, ପୁଷ୍ପା ପାତ୍ର, ରୁନୁ ସାହୁ,ରୀନା ସାହୁ ପ୍ରମୁଖ ଅଭିଯୋଗ କରିଛନ୍ତି । ଏଣୁ ସବୁ ଦିନ ସାହି କୁ ପାଣି ଛାଡ଼ିବାକୁ ଗ୍ରାମବାସୀ ପ୍ରଶାସନ ନିକଟରେ ଦାବି ରଖିଛନ୍ତି । ଯଦି ପ୍ରଶାସନ ଏହାର ସମାଧାନ ନକରେ ତାହାଲେ ସମସ୍ତେ ବ୍ଲକ କାର୍ଯ୍ୟାଳୟ ସାମ୍ନାରେ ସମସ୍ତ ମହିଳା ହାଣ୍ଡି ମାଠିଆ ଧରି ଧାରଣା ଦେବେ ବୋଲି କହିଛନ୍ତି ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।