February 2, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଦେଖିବାକୁ ମିଳୁନି ମାଛ ଧରିବା ଅନ୍ଧିଲି, ଖଇଁଚି ଓ ମୁଗୁରl


ମୋ ଟିଭି ଓଡିଶା / ଆଗରପଡ଼ା : ତା୨୬/୮

ଆଧୁନିକ ଯୁଗରେ ଆଧୁନିକତ୍ୱର ପରିଭାଷା ମଧ୍ୟରେ ହଜିଯାଇଛି ବହୁ ଜିନିଷ । ତା ମଧ୍ୟରେ ଆଉ ଦେଖିବାକୁ ମିଳୁନି ମାଛ ଧରିବା ଅନ୍ଧିଲି, ଖଇଁଚି ଓ ମୁଗୁରା । ପୂର୍ବରୁ ନାଳ ପାଣିରେ ଅନ୍ଧିଲି, ଖଇଁଚି ଓ ମୁଗୁରା ବସାଇ ଲୋକେ ମାଛ ଧରି ଖାଉଥିଲେ । ମାତ୍ର ସେଗୁଡ଼ିକ ଆଉ ଦେଖିବାକୁ ମିଳୁ ନାହିଁ । ବର୍ତ୍ତମାନ ପିଲାମାନଙ୍କ ପାଇଁ ଏହା ଇତିହାସ ପାଲଟିଲାଣି । ଅନ୍ଧିଲି, ଖଇଁଚି ଓ ମୁଗୁରା କଣ ପଚାରିଲେ ସେମାନେ ଜାଣି ପାରୁ ନାହଁନ୍ତି । ପୂର୍ବରୁ ସମସ୍ତଙ୍କ ଘରେ ଦୁଇ, ଚାରୋଟି ଏହି ଜିନିଷ ଥିବାର ଦେଖିବାକୁ ମିଳୁଥିଲା । ଚାଷ ବେଳେ ଜମିରେ ସାର, ବିଷ ପରି ଅତି ଉତ୍କଟ କ୍ଷତିକାରକ ଦ୍ରବ୍ୟ ପଡ଼ିବାରୁ ମାଚ ବଂଶ ଲୋପ ପାଇଲେ ଯଦ୍ୱାରା ଏହି ଅନ୍ଧିଲି, ଖଇଁଚି ଓ ମୁଗୁରା ସମସ୍ତଙ୍କ ପଇଁ ଅନାବଶ୍ୟକ ହୋଇ ପଡ଼ିଲା । ବିଶେଷ କରି ବର୍ଷା ଦିନେ କିଆରୀ ଗୁଡ଼ିକରେ ପାଣି ପଶି ଆଗକୁ ଗଡ଼ିଚାଲେ ହିଡ଼ରେ ଘାଇ କରି ଏହି ଅନ୍ଧିଲି, ଖଇଁଚି ଓ ମୁଗୁରା କୁ ସଂଧ୍ୟା ବେଳେ ବସାଯାଏ । ସକାଳୁ ମାଛ ଗୁଡ଼ିକ ଏହା ମଧ୍ୟକୁ ପାଣି ସୁଅରେ ପଶିଯାଇ ଆଉ ବାହାରି ପାରନ୍ତି ନାହିଁ । ଚିଙ୍ଗୁଡ଼ି, ତୁଡ଼ି, ଚେଙ୍ଗ, ଗଡ଼ିଶ, କଉ, ସିଙ୍ଗି, କଣ୍ଟିଆ ଆଦି ଧରଣର ମାଛ ମିଳିଥାଏ । ଆବଶ୍ୟକ ଠାରୁ ଅଧିକ ପରିମାଣରେ ମାଛ ପ୍ରତିଦିନ ମିଳୁଥିବାରୁ ଲୋକେ ଏହାକୁ ଖାଇ ଅବଶିଷ୍ଟକୁ ଶୁଖୁଆ କରିଥାନ୍ତି । ମାତ୍ର ବର୍ତ୍ତମାନ ଏହି ଧରଣର ମାଛ ମିଳିବା ସ୍ୱପ୍ନ ଓ ଏହା ଆଉ ବିଲବାଡ଼ି ପାଣିରେ ମିଳୁ ନାହାଁନ୍ତି । ଆୟତ କ୍ଷେତ୍ର ସଦୃଶ୍ୟ ଅଟେ ଅନ୍ଧିଲି । ବାଉଁଶ କାଠିରେ ନିର୍ମିତ ଅନ୍ଧିଲି ବିଭିନ୍ନ ସାଇଜ୍‌ରେ ଦେଖିବାକୁ ମିଳେ । ଏହି କାଠିକୁ ଝୋଟ ସୂତାରେ ବୁଣା ଯାଇଥାଏ ଖଇଁଚି ଲମ୍ବା ସାଇଜରେ ଅଟେ । ମାତ୍ର ଏହିପରି ଜିନିଷମାନ ସଂପୂର୍ଣ୍ଣ ଭାବେ ବିଲୋପ ହୋଇଗଲାଣି ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।