MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଏବେ କେଉଁ ବି ମନ୍ଦିରର ପ୍ରସାଦ ମିଳିଲେ ଡର ଲାଗୁଛି…..

ମୋ ଟିଭି ଓଡିଶା / ନୂଆଦିଲ୍ଲୀ :

ଭାରତର ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ତିରୁପତି ମନ୍ଦରରେ ଲଡୁରେ ମିଶ୍ରଣକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ସେ କହିଛନ୍ତି କି ପ୍ରସାଦକୁ ନେଇ ହିନ୍ଦୁମାନଙ୍କର ଗଭୀର ଆସ୍ଥା ଥାଏ। ହେଲେ ଏହି ମିଶ୍ରଣ ଖବର ଶ୍ରଦ୍ଧାଳୁଙ୍କ ମନରେ ଗଭୀର ଚିନ୍ତା ଉପୁଜାଇଛି।

ସେ ଆହୁରି ବି କହିଛନ୍ତି କି ‘‘ମୁଁ କାଶୀ ବିଶ୍ବନାଥ ମନ୍ଦିରର ଦର୍ଶନ କରିପାରିଲିନି। ମାତ୍ର ମୋର କିଛି ସହଯୋଗୀ ମନ୍ଦିର ଯାଇଥିଲେ ଓ ସେମାନେ ଆଣି ମୋତେ ପ୍ରସାଦ ଦେଲେ। ସେହି ସମୟରେ ମୋତେ ତିରୁପତି ମନ୍ଦିରର ମିଶ୍ରଣ କଥା ମନେ ପଡ଼ିଗଲା। ମୋ ମନରେ ଭୟ ଖେଳିଗଲା ଯେ ଏପରି ସମସ୍ୟା କେବଳ ଗୋଟାଏ ମନ୍ଦିରରେ ସୀମିତ ହୋଇପାରେନା।

ଅନ୍ୟ ମନ୍ଦିରରେ ବି ହୋଇଥାଇପାରେ।’’ କୋବିନ୍ଦ ଏହି ମିଶ୍ରଣକୁ ନେଇ ଆହୁରି ବି କହିଛନ୍ତି ଯେ ‘‘ମିଶ୍ରଣ ତ ପାପ କାମ। ହିନ୍ଦୁ ଶାସ୍ତ୍ରରେ ବି ଏହାକୁ ପାପ ବୋଲି ଉଲ୍ଲେଖ କରାଯାଇଛି। ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦ ଏକ ଆସ୍ଥାର କଥା। ଏଥିରେ ମିଶ୍ରଣ କରିବା ଏକ ନିନ୍ଦନୀୟ କଥା।’’

ସେହିପରି ବିଜେପି ନେତା ଓ କେନ୍ଦ୍ର ମନ୍ତ୍ରୀ ଶୋଭା କନ୍ଦରଲାଜେ ମଧ୍ୟ ତିରୁପତି ମନ୍ଦିର ସହ ଜଡ଼ିତ ବିବାଦକୁ ନେଇ ଆନ୍ଧ୍ରପ୍ରଦେଶ ସରକାରଙ୍କଠାରୁ ତଦନ୍ତ ଦାବି କରିଛନ୍ତି। ସେ ଏକ ସୋସିଆଲ୍‌ ମିଡିଆ ପୋଷ୍ଟ୍‌ କରି କହିଛନ୍ତି କି ଏହି ଘଟଣାକୁ ଗମ୍ଭୀରତାର ସହ ନେଇ ସରକାରଙ୍କୁ ଏକ ବିଶେଷ ଟିମ୍‌ ଗଠନ କରିବା ଉଚିତ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।