February 2, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଲଡ଼ୁଗାଁ ବାମଦେବ ଚୌଧୁରୀ ପରିବାର ମିଶି ଏକାଠି ଖାଇଲେ ନୂଆଁଖାଇ।


କଳାହାଣ୍ଡି:୦୯/୦୯ : ଆସିଛେ ନୂଆଁଖାଇ ସହର ନୁ ଗାଁ ସବୁନେ ଗହ ଗହ ଗାଁ ଖୁଲି, ଯିଏ ଜେନ ନେ ଥିଲେ ବି ନିଜର ମା ମାଟି କେ ଆସି ନୂଆଁଖାଇ ପାଇଁ ପହଞ୍ଚିଛନ। କୋକସରା ବ୍ଲକ ଲଡୁଗାଁ ଗାଁ ର ବାମଦେବ ଚୌଧୁରୀ ଙ୍କ ଯୌଥ ପରିବାର ସମସ୍ତେ ମିଶି ଏକାସାଙ୍ଗରେ ନୂଆଁଖାଇ ପାଳନ କରିଛନ୍ତି।ପରିବାର ର ମୋଟ ୧୦୦ ନୁ ଜହ ସଦସ୍ୟ ଏକାଠି ଶରତ ଚନ୍ଦ୍ର ଚୌଧୁରୀ ଙ୍କ ବାସ ଭବନ ରେ ନୂଆଁଖାଇ ପାଳନ କରି ନିଜ ମଧ୍ୟରେ ରହିଥିବା ଯୌଥ ପରିବାର ର ଭାଇଚାରା ନିଦର୍ଶନ ଦେଇଛନ୍ତି । ଚୌଧୁରୀ ପରିବାର ର ଇଷ୍ଟ ଦେବୀ ପୂଜକ ନିଜର ଇଷ୍ଟ ଦେବାଦେବୀ ଙ୍କ ନିକଟରେ ପୂଜାର୍ଚ୍ଚନା ପରେ ନୂଆଁ ଚୁଡା ରେ ତିଆରି ହୋଇଥିବା ନବାର୍ଣ୍ଣ କୁ କୁରେଇ ପତ୍ର ରେ ପରିବାର ର ସମସ୍ତ ସଦସ୍ୟ ଙ୍କୁ ଦେବାପରେ ନୂଆଁ ଖାଇ ଥିଲେ ବଡ଼ ରୁ ଛୋଟ। ପରେ ପରମ୍ପରା ମୁତାବକ ବୟୋଜ୍ୟେଷ୍ଠ ଙ୍କୁ ସାନ ମାନେ ଜୁହାର ଭେଟ ହୋଇ ଆଶ୍ରିବାଦ ନେଇଥିଲେ ।ପରେ ସମସ୍ତେ ଏକାଠି ମିଶି କ୍ଷୀରି ପିଠା ସହନୂଆଁଖାଇ ପାଇଁ ପ୍ରସ୍ତୁତ ହୋଇଥିବା ବିଭିନ୍ନ ପ୍ରକାର ବ୍ୟଞ୍ଜନ ଖାଇଥିଲେ। ଘର ର ମହିଳା ମାନେ ଖାଦ୍ୟ ପ୍ରସ୍ତୁତ କରି ସମସ୍ତଙ୍କୁ ସୁଆଦିଆ ବ୍ୟଞ୍ଜନ ପରସିଥିଲେ। ନୂଆଁଖାଇ କାର୍ଯ୍ୟକ୍ରମ ରେ ର ବରିଷ୍ଠ ସଦସ୍ୟ ଖଗେଶ୍ବର ଚୌଧୁରୀ, କୈଳାସ ଚନ୍ଦ୍ର ଚୌଧୁରୀ, ଧବଳେଶ୍ୱର ଚୌଧୁରୀ, ଶରତ ଚନ୍ଦ୍ର ଚୌଧୁରୀ ଚୌଧୁରୀ,ଜମ୍ବେଶ୍ୱର ଚୌଧୁରୀ, ପଙ୍କଜ ମୁଖ ଚୌଧୁରୀ, ସବ୍ୟସାଚୀ ଚୌଧୁରୀ ସମେତ ପରିବାର ର ସମସ୍ତେ ଦୂରଦୂରାନ୍ତର ରୁ ନୂଆଁଖାଇ ପର୍ଵ ରେ ଉପସ୍ଥିତ ରହି ଆନନ୍ଦ ଉଲ୍ଲାସର ସହ ନୂଆଁଖାଇ ପର୍ଵ ପାଳନ କରିଛନ୍ତି।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।