February 28, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ମୁକ୍ତିଲାଭ କଲା ଓଡ଼ିଆ ଭଜନ ” ଜଗନ୍ନାଥ ହୋ ଜଗତ ସାଇଁ “

ମୋ ଟିଭି ଓଡିଶା / ଭୁବନେଶ୍ୱର :

ଇଞ୍ଜିନିଅର ବିଘ୍ନରାଜ ଜେନା ଜଣେ ଅବସରପ୍ରାପ୍ତ ( P. W. D) ଇଞ୍ଜିନିଅର l ପିଲାଟି ଦିନରୁ ମଞ୍ଚ ନାଟକ ପ୍ରତି ଆଗ୍ରହୀ ଥାଇ ଅନେକ ନାଟକ ମଞ୍ଚରେ ଅଭିନୟ କରି ଦର୍ଶାକୀୟ ପ୍ରଶଂସା ସାଉଁଟିଛନ୍ତି l ଗୀତ ଆଉ ଗପ ଲେଖିବା ମଧ୍ୟ ତାଙ୍କର ଅନ୍ୟ ଏକ ସୁନ୍ଦର କଳା l ସଂଯୋଗ ବଶତଃ ତାଙ୍କର ବିବାହ ହୁଏ ବାସନ୍ତୀ ଛୋଟ୍ଟରାୟଙ୍କ ସହିତ l ସମାନ କଳାର ଅନ୍ୟ ଏକ ବ୍ୟକ୍ତିତ୍ୱ l ସ୍ୱାମୀ ସ୍ତ୍ରୀ ଯେତେବେଳେ ନିରୋଳା ସମୟ ପାଆନ୍ତି ଆଲୋଚନା ହୁଏ ଗୀତ ମାଧ୍ୟମରେ ଜନ ମାନସରେ ଭଗବତ ପ୍ରେମ ଓ ଭକ୍ତିଭାବ ଭରିଦବାକୁ l

ଏବେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଗୁଣ୍ଡିଚା ଯାତ୍ରା ଚାଲିଥିବା ଅବସରରେ ବିଘ୍ନରାଜଙ୍କ ମାନସ ପଟରେ ପ୍ରଭୁ ଜଗନ୍ନାଥ ବିରାଜମାନ ହେଇ କହିଲେ ଏବେ ଠୁଁ ତୋର ଭଗବତ ଚିନ୍ତାଧାରାକୁ ଆଗକୁ ନେ l ପ୍ରଭୁଙ୍କ ଆଶୀର୍ବାଦରୁ ସେ ପ୍ରଥମେ ଜଗନ୍ନାଥଙ୍କ ଏକ ସୁନ୍ଦର ଭଜନ ଲେଖିଛନ୍ତି l ଗୀତଟି ହଉଛି ” ଜଗନ୍ନାଥ ହୋ ଜଗତ ସାଇଁ “ l

ବିଘ୍ନରାଜ ଗୀତଟିକୁ ସୁନ୍ଦର ଭାବରେ ଉପସ୍ଥାପନା କରିବା ସହିତ ସେହି ଗୀତକୁ ସ୍ୱରରେ ସଜେଇଛନ୍ତି ସୁନାମଧନ୍ୟ ସଂଗୀତ ନିର୍ଦେଶକ ସୁଜିତ ମୁଦୁଲି l ଗୀତଟିକୁ କଣ୍ଠଦାନ କରିଛନ୍ତି ମ୍ ମୁନା l ଆଜି BB PRODUTION ବ୍ୟାନରରେ ଗୀତଟି ମୁକ୍ତି ଲାଭ କରିଛି l ଗୀତଟିକୁ ଶୁଣିବା ଲାଗି ୟୁ ଟ୍ୟୁବ ଚାନେଲ BBPRODUCTION କୁ ସବସକ୍ରାଇବ କରିବା ସହିତ ଲାଇକ ଆଉ ଶେୟାର କରନ୍ତୁ  l

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।