January 26, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଓଡ଼ିଶାରେ ନିର୍ମାଣ ହେବ ଫିଲ୍ମ ସିଟି, ମୁଖ୍ୟମନ୍ତ୍ରୀ  ମୋହନ ମାଝୀ – Odia Film Industry budget

ମୋ ଟିଭି ଓଡିଶା / ଭୁବନେଶ୍ୱର :

ଓଡ଼ିଆ ସିନେ ଇଣ୍ଡଷ୍ଟ୍ରିକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଭେଟି । ୨୦୨୪-୨୫ ଆର୍ଥିକ ବର୍ଷ ନିମନ୍ତେ ବଜେଟ ଉପସ୍ଥାପନ କରିଛନ୍ତି ମୋହନ ସରକାର । ଏଥିରେ ଓଡ଼ିଆ ସିନେ ଇଣ୍ଡଷ୍ଟ୍ରିକୁ ଗୁରୁତ୍ୱ ଦିଆଯାଇଛି । ଓଡ଼ିଶାରେ ଏକ ଫିଲ୍ମ ସିଟି ନିର୍ମାଣ ହେବା ସହ ଚଳିତ ବଜେଟରେ ଓଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରି ପାଇଁ ୨୦ କୋଟି ବ୍ୟୟବରାଦ ରହିଛି । ଯାହାକୁ ନେଇ ସିନେ ଇଣ୍ଡଷ୍ଟ୍ରିରେ ଖୁସିର ଲହରୀ ଖେଳିଯାଇଛି । ବିଜେପି ନିର୍ବାଚନ ସମୟରେ ଦେଇଥିବା ପ୍ରତିଶ୍ରୁତି ଅନୁଯାୟୀ ରାଜ୍ୟରେ ନିର୍ମାଣ ହେବ ଫିଲ୍ମ ସିଟି । ଏଥିସହ କଳିଙ୍ଗ ଷ୍ଟୁଡିଓ ପୁନଃବିକାଶ ଯୋଜନା ଅଧୀନରେ ୨୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ତେବେ ନୂଆ ସରକାର ଆସିବା ପରେ ଏହା ପ୍ରଥମ ବଜେଟ ଉପସ୍ଥାପନ ହୋଇଥିବା ବେଳେ ଏଥିରେ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଗୁରୁତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଯାହା ଓଡ଼ିଆ କଳାକାର ପାଇଁ ଏକ ନୂଆ ଆଶା ଭରି ଦେଇଥିବା କୁହାଯାଉଛି ।

ନିକଟରେ ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ କଳିଙ୍ଗ ଷ୍ଟୁଡିଓ ପରିଦର୍ଶନ କରିଥିଲେ । ଓଡ଼ିଶା ଚଳଚ୍ଚିତ୍ର ମହାସଂଘ ମନ୍ତ୍ରୀଙ୍କୁ ଭେଟି ସିନେମା ଶିଳ୍ପର ବିକାଶ ଦିଗରେ ଆଲୋଚନା ସହ ପ୍ରତିଶୃତି ପରେ ପଲିସି କାର୍ଯ୍ୟକାରୀ ସହ ଓଡିଆ ଇଣ୍ଡଷ୍ଟ୍ରିର ବିକାଶ ଦିଗରେ ବିଭିନ୍ନ ଦାବି ନେଇ ଆଲୋଚନା କରିଥିଲେ । ଯାହା ପରେ ରାଜ୍ୟ ସରକାର ପ୍ରତିଶୃତି ଦେଇ ସମସ୍ତ ଦାବି ଉପରେ କାର୍ଯ୍ୟ କରିବେ ବୋଲି ପ୍ରତିଶୃତି ଦେଇଥିଲେ । ତେବେ ଏହା ଅନୁଯାୟୀ ବର୍ତ୍ତମାନ ରାଜ୍ୟ ବଜେଟରେ ମୋହନ ସରକାର ୨୦ କୋଟି ବ୍ୟୟବରାଦ କରିଛନ୍ତି ଏବଂ ଓଡ଼ିଶାରେ ଏକ ଫିଲ୍ମ ସିଟି ନିର୍ମାଣ କରାଯିବା ସହ ଫିଲ୍ମ ପ୍ରସ୍ତୁତି ପାଇଁ ଷ୍ଟୁଡିଓର ଆନୁସଙ୍ଗିକ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ।

ଏହି କ୍ରମରେ ବର୍ତ୍ତମାନ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିର ହେବ ନବକଳେବର ହେବା ସହ ରାଜ୍ୟରେ ଖୁବଶୀଘ୍ର ଓଡ଼ିଆ ଫିଲ୍ମ ପାଇଁ ସ୍ବତନ୍ତ୍ର ପଲିସି ଲାଗୁ କରାଯିବ ବୋଲି ମଧ୍ୟ ଆଶା କରାଯାଉଛି । ଯାହା ଫଳରେ ବର୍ତ୍ତମାନ ଓଡ଼ିଶାରେ ଓଡ଼ିଆ ଫିଲ୍ମ ପ୍ରତି ଲୋକଙ୍କ ଆଗ୍ରହ ପୁଣିଥରେ ବଢିବ ଏବଂ ଯଦି ନୂଆ ସିନେ ଷ୍ଟୁଡିଓ ବା ଫିଲ୍ମ ସିଟି ରାଜ୍ୟରେ କରାଯିବ । ତେବେ ଆଉ ସିନେ କଳାକାରଙ୍କୁ ବାହାରକୁ ଯାଇ ସୁଟିଂ ପାଇଁ ହଇରାଣ ହେବେ ନାହିଁ ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।